ନିଶାମୁକ୍ତ କେନ୍ଦ୍ର

ଓଡ଼ିଶା ସମେତ ଦେଶର ବିଭିନ୍ନ ପ୍ରାନ୍ତରେ ସମୟ ଅନ୍ତରରେ ଖବର ଶୁଣିବାକୁ ମିଳେ ଡି-ଆଡିକ୍‌ଶନ ସେଣ୍ଟର ବା ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ମୃତ୍ୟୁ ଘଟିଛି। ଏ କ୍ଷେତ୍ରରେ ଘରଲୋକ ଅଭିଯୋଗ କରିଥାଆନ୍ତି ସେମାନଙ୍କ ପିଲାଙ୍କୁ ନିଶା ମୁକ୍ତ କେନ୍ଦ୍ରର କର୍ମଚାରୀ ମାରି ଦେଇଛନ୍ତି। କେତେକେ ଏଭଳି ମୃତ୍ୟୁକୁ ରହସ୍ୟଜନକ ବୋଲି ଆଖ୍ୟା ଦେଇ ତଦନ୍ତ ଦାବି କରିଥାଆନ୍ତି। ସଦ୍ୟ ଘଟଣାକୁ ଦେଖିଲେ କଟକ ସଦର ଥାନା ଅନ୍ତର୍ଗତ ଉତ୍ତମପୁରରେ ଥିବା ଏକ ନିଶା ମୁକ୍ତ କେନ୍ଦ୍ରରେ ଜଟଣୀ ଅଞ୍ଚଳର ଜଣେ ଯୁବକ ଭର୍ତ୍ତି ହୋଇଥିଲେ। ଇଞ୍ଜିନିୟରିଂ ଡିଗ୍ରୀ ଅର୍ଜନ କରି ସେ ମୁମ୍ବାଇରେ ଚାକିରି କରୁଥିଲେ। ନିଶାରେ ବୁଡ଼ି ରହିବାରୁ ଘର ଲୋକେ ତାଙ୍କୁ ଆଣି ସମ୍ପୃକ୍ତ କେନ୍ଦ୍ରରେ ରଖିଥିଲେ। ଆଶା ଥିଲା ସେ ନିଶା ଦୁନିଆରୁ ଫେରିଆସି ସ୍ବାଭାବିକ ଜୀବନଯାପନ କରିବେ। ହେଲେ ତାଙ୍କ ମୃତ୍ୟୁରେ ପରିବାର ଲୋକଙ୍କ ସବୁ ପରିଶ୍ରମ ଓ ଅର୍ଥ ବୃଥା ହୋଇଗଲା। ଗତ ୪ ସେପ୍ଟେମ୍ବରରେ ଭୁବନେଶ୍ୱର ଭରତପୁର ପୋଲିସ ଅଞ୍ଚଳରେ ଥିବା ନିଶା ନିବାରଣ କେନ୍ଦ୍ରରେ ଜଣେ ୨୮ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଥିଲା। କେବଳ ଦୁଇଟି ସ୍ଥାନର ଦୃଷ୍ଟାନ୍ତ ଦିଆଗଲା। ତାଲିକା ପ୍ରସ୍ତୁତ କଲେ ଲମ୍ବି ଚାଲିବ।

ଏଭଳି କ୍ଷେତ୍ରରେ ବାସ୍ତବ ସ୍ଥିତି ଗୋଟିଏ ଘଟଣାରୁ ଆଉ ଗୋଟିଏ ଅଲଗା ଥାଏ। ଶୁଣିବାକୁ ମିଳେ ନିଶା କରି ନ ପାରି ବା ନିଶାଦ୍ରବ୍ୟ ନ ପାଇ କିଛି ଆତ୍ମହତ୍ୟା କରିଦିଅନ୍ତି। କେତେକ ଜାଗାରେ ନିଶାଗ୍ରସ୍ତଙ୍କ ଦୌରାତ୍ମ୍ୟ ଏତେ ବଢ଼ିଯାଏ ଯେ, ନିଶା ମୁକ୍ତ କେନ୍ଦ୍ରର କର୍ମଚାରୀମାନେ ମାଡ଼ ମାରି ନିଶା ଛଡ଼ାଇବାର ଉଦ୍ୟମ କରିଥାଆନ୍ତି। ବାଡ଼ଉ ବାଡ଼ଉ ଅଜାଗାରେ ମାଡ଼ ବସିଗଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ପ୍ରାଣବାୟୁ ଉଡ଼ିଯାଏ। ଏଭଳି ଘଟଣା କାହିଁକି ଘଟୁଛି ତାହାର ତଦନ୍ତ ହେଉଥିଲେ ହେଁ ମୂଳକୁ ଯାଇ ସେସବୁର ଗଭୀର ଅନୁଧ୍ୟାନ କରାଯାଉ ନ ଥିବାରୁ ପ୍ରକୃତ ଘଟଣା ଲୋକଲୋଚନକୁ ଆସିପାରୁ ନାହିଁ। ସାଧାରଣତଃ ଏଭଳି କେନ୍ଦ୍ରଗୁଡ଼ିକର ନିୟମିତ ଯାଞ୍ଚ ହୋଇ ନ ଥାଏ। ନିଶା ଛଡ଼ାଉଛନ୍ତି କହି ବାହ୍ୟ ଅନୁଦାନ ପାଇବା ସହ ନିଶାରେ ଚୂର ହୋଇଥିବା ବ୍ୟକ୍ତିଙ୍କୁ ଠିକ୍‌ ରାସ୍ତାକୁ ଆଣିବା ନାମରେ ନିଶା ନିବାରଣ କେନ୍ଦ୍ର ପକ୍ଷରୁ ସମ୍ପୃକ୍ତ ପରିବାରବର୍ଗଙ୍କଠାରୁ ମଧ୍ୟ ଭଲ ରକମର ଅର୍ଥ ନିଆଯାଇଥାଏ। ଯେହେତୁ ଅର୍ଥ ନେଇଛନ୍ତି ପରିବାର ଲୋକଙ୍କୁ ତୁରନ୍ତ ଫଳ ଦେବା ଲକ୍ଷ୍ୟରେ ନିଶାଗ୍ରସ୍ତଙ୍କ ଉପରେ ମାନସିକ ଓ ଶାରୀରିକ ଚାପ ପକାଇଥାଆନ୍ତି। ମନେରଖିବାକୁ ହେବ ଯେ, ଦୀର୍ଘ ସମୟ ଧରି ନିଶାସକ୍ତ ଥିବା ବ୍ୟକ୍ତିଙ୍କୁ ରାତାରାତି ବଦଳାଇ ଦେବା ଅସମ୍ଭବ। ସେଥିପାଇଁ ସେମାନଙ୍କୁ କାଉନ୍‌ସେଲିଂ ବା ପରାମର୍ଶ ଦେବା ସହ ସେମାନଙ୍କ ମନର କଥା ବୁଝିବା ଦରକାର। ତେଣୁ କାଉନ୍‌ସେଲିଂ ଦେଉଥିବା ବ୍ୟକ୍ତି ଜଣେ ବିଶେଷଜ୍ଞ ହେବା ସହିତ ଧୈର୍ଯ୍ୟବାନ୍‌ ହୋଇଥିବା ବାଞ୍ଛନୀୟ। ପ୍ରତି ନିଶା ନିବାରଣ କେନ୍ଦ୍ରରେ ସେଭଳି ଲୋକ ଅଛନ୍ତି କି ନାହିଁ, ତାହାକୁ ଭଲ ଭାବେ ଜାଣିବା ପରେ ପରିବାରବର୍ଗ ସେମାନଙ୍କ ଆତ୍ମୀୟଙ୍କୁ ସେଠାକୁ ପଠାଇବା ଦରକାର। ନିଶା ମୁକ୍ତ କେନ୍ଦ୍ର ଲେଖାଥିବା ଦେଖି ବା ଅନ୍ୟ କାହାଠାରୁ ଶୁଣି ଯେଉଁଠି ପାରେ ସେଇଠିକୁ ନିଶାଗ୍ରସ୍ତଙ୍କୁ ପଠାଇ ଦିଆଯାଉଥିବାରୁ ସ୍ଥିତି ସୁଧୁରୁ ନ ଥିବା ଲକ୍ଷ୍ୟ କରାଯାଉଛି। ଏଠି ଗୋଟେ କଥା କୁହାଯାଇପାରେ ଯେ, କାଉନ୍‌ସେଲିଂ ଦେଉଥିବା ବ୍ୟକ୍ତି କେତେ ଅଭିଜ୍ଞ ଓ ସେ ପାଉଥିବା ଅର୍ଥରାଶି ଉପରେ ମଧ୍ୟ ତାଙ୍କ ପରାମର୍ଶର ପରିମାଣ ନିର୍ଭର କରିଥାଏ। କୁହାଯାଉଥିବ ଅଭିଜ୍ଞ ପରାମର୍ଶଦାତା, ମାତ୍ର ସ୍ବଳ୍ପ ବେତନ ପାଉଥିବେ। ସେମିତି ହେଲେ ଚଳିବନି। ବିଧିବଦ୍ଧ ଭାବେ ଗଢ଼ି ଉଠିଥିବା ନିଶାମୁକ୍ତ କେନ୍ଦ୍ରଗୁଡ଼ିକ ଉତ୍ତମ ଧରଣର ବିଶେଷଜ୍ଞଙ୍କୁ ରଖିବାର ସମୟ ଆସିଲାଣି। ଯାହିତାହିଙ୍କୁ ରଖି ଦେଇ ଶାରୀରିକ ଦଣ୍ଡ ମାଧ୍ୟମରେ ନିଶା ଛଡ଼େଇ ଦେବା କଦାପି ସମ୍ଭବ ନୁହେଁ। ଅନ୍ୟପଟେ ନିଶା ଛଡ଼ାଇବାର ଏହିଭଳି ଅଧିକାଂଶ କେନ୍ଦ୍ର ଘରୋଇ ବା ଏନ୍‌ଜିଓ ଦ୍ୱାରା ପରିଚାଳିତ ହେଉଛି। ଏହି କେନ୍ଦ୍ରଗୁଡ଼ିକ ଲୁକ୍କାୟିତ, କିନ୍ତୁ ଲାଭଦାୟକ ବ୍ୟବସାୟରେ ପରିଣତ ହେଲେଣି। ସରକାରଙ୍କ ସମେତ ଅନେକ ବିଦେଶୀ ସଂସ୍ଥା ଏହି କେନ୍ଦ୍ରଗୁଡ଼ିକୁ ବିପୁଳ ଅର୍ଥ ଯୋଗାଉଛନ୍ତି। ଏହାର ମାଲିକମାନେ କୌଣସି ଭାବେ ବିଜ୍ଞାପନ ଦେଇ ଲୋକଲୋଚନକୁ ଆସିବାକୁ ଚାହିଁ ନ ଥାଆନ୍ତି। ସେମାନେ ଅଜଣା, ଅଚିହ୍ନା ହୋଇ କାର୍ଯ୍ୟ କରି ଲାଭ ଉଠାଇବାକୁ ପସନ୍ଦ କରିଥାଆନ୍ତି। ଏହି ଲୁଚାଛପା ପଥରେ ଯଦି କେଉଁ ଅନ୍ତେବାସୀଙ୍କ ମୃତ୍ୟୁ ଘଟିଲା, ତେବେ ସେମାନେ ଲୋକଲୋଚନକୁ ଆସନ୍ତି ଓ ସେମାନଙ୍କ ସମସ୍ୟା ବଢ଼େ। ଏଭଳି ସଂସ୍ଥାଗୁଡ଼ିକ ମୂଲ୍ୟବୋଧ ବୁଝି କାଉନ୍‌ସିଲର ନିଯୁକ୍ତ କରୁଥିବେ ବୋଲି ବିଶ୍ୱାସ ହେଉନାହିଁ। ଡି-ଆଡିକ୍‌ଶନ ସେଣ୍ଟରରେ ପରିବାରର କୌଣସି ବ୍ୟକ୍ତିଙ୍କୁ ଭର୍ତ୍ତି କରିବା ପୂର୍ବରୁ ନିକଟ ସମ୍ପର୍କୀୟମାନେ ସଂସ୍ଥାର ମାନ, ମାଲିକ ଓ ପରାମର୍ଶତାଦାଙ୍କ ସମ୍ପର୍କରେ ଜାଣିବାକୁ ଚେଷ୍ଟା କରିବା ଦରକାର। ଆଜିର ସ୍ଥିତିରେ ସେହିସବୁ ଦିଗ ପ୍ରତି ଦୃଷ୍ଟି ଦିଆଯାଉ ନ ଥିବାରୁ ଅଣସ୍ବୀକୃତିପ୍ରାପ୍ତ ନିଶା ମୁକ୍ତ କେନ୍ଦ୍ର ସହରଠାରୁ ଉପସହରଗୁଡ଼ିକରେ ବଢ଼ିବାରେ ଲାଗିଛି। ଯେଉଁଠାରେ ମୃତ୍ୟୁ ଅଭିଯୋଗ ହେଉଛି ସେହିଠାରେ ସ୍ଥିତିକୁ ଗେନ୍ଦେରେଇ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ: ସଙ୍କଟରେ ବନ୍ୟଜନ୍ତୁ

ଉଦଳା,୧୪।୩(ସନ୍ତୋଷ କୁମାର ବାଛିନୀ): ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ। ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳରେ ଲାଗିଛି ନିଆଁ। ୩ ରୁ ୪ ଘଣ୍ଟା ହେବ ଜଳି ଚାଲିଛି ନିଆଁ।…

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

ରାଲିରେ ବୈଷୟିକ ତ୍ରୁଟି

ରାଜସ୍ଥାନ ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଦଶ ମିନିଟ୍‌ର ଏକ ବୈଷୟିକ ତ୍ରୁଟି ଯୋଗୁ ସ୍କ୍ରିନ୍‌ କିଛି ସମୟ ପାଇଁ ଶୂନ୍ୟ ହୋଇଯାଇଥିଲା। ଏହି ଘଟଣା…

କୁଆଡ଼େ ଗଲେ ଦାଶରଥି: ବିଜେଡି ଛାଡ଼ିବେନି ଶପଥ କଲେ ୨ ପ୍ରାର୍ଥୀ

ଭୁବନେଶ୍ୱର,୧୪ା୩(ସୁନିତ୍‌ ମିଶ୍ର):ରାଜ୍ୟ ସଭା ନିର୍ବାଚନ ପାଇଁ ମଝିରେ ମାତ୍ର ୨ ଦିନ ରହିଲା। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ନିଜ ବିଧାୟକମାନଙ୍କୁ…

ମୋଜତବାଙ୍କୁ ଧରାଇଦେଲେ ୧୦ ନିୟୁତ ଡଲାର: ପୁରସ୍କାର ଘୋଷଣା କଲା ଆମେରିକା

ଓ୍ବାଶିଂଟନ୍‌,୧୪ା୩:ଇରାନ୍‌ର ନୂଆ ସୁପ୍ରିମ ଲିଡର ମୋଜତବା ଖାମେନେଇ ଓ ଇସ୍‌ଲାମିକ୍‌ ରିଭୋଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି)ର ବରିଷ୍ଠ ନେତାମାନଙ୍କ ସମ୍ପର୍କରେ ସୂଚନା ଦେଲେ ସମ୍ପୃକ୍ତ ସୂଚନାଦାତାଙ୍କୁ ଆମେରିକା…

ଭାରତ ପାଇଁ ‘ହୋର୍ମୁଜ ଦ୍ୱାର’ ଖୋଲିଲା ଇରାନ, ନିଭାଇଲା ବନ୍ଧୁତା, LPG ସଙ୍କଟରୁ ମିଳିବ ମୁକ୍ତି !

ନୂଆଦିଲ୍ଲୀ,୧୩।୩: ଦେଶରେ ରନ୍ଧନ ଗ୍ୟାସର ଅଭାବକୁ ନେଇ ଚିନ୍ତା ବଢୁଥିବା ବେଳେ ଇରାନ ଭାରତକୁ ବନ୍ଧୁତାର ହାତ ବଢ଼ାଇଛି। ହୋର୍ମୁଜ ଷ୍ଟ୍ରେଟ୍‌ରେ ଫସି ରହିଥିବା ଭାରତର ଦୁଇଟି…

‘ହୋର୍ମୁଜ ଷ୍ଟ୍ରେଟ୍‌’ରେ ଭାରତର ଦବଦବା! ଇରାନ ରାଷ୍ଟ୍ରଦୂତ ଦେଲେ ବଡ଼ ସଂକେତ, କିଛି ସମୟରେ ବଡ଼ ଘୋଷଣା…  

ନୂଆଦିଲ୍ଲୀ,୧୩।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବଢୁଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ଭାରତ ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ପାରସ୍ୟ ଉପସାଗରରେ ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri