ନିଶାମୁକ୍ତ କେନ୍ଦ୍ର

ଓଡ଼ିଶା ସମେତ ଦେଶର ବିଭିନ୍ନ ପ୍ରାନ୍ତରେ ସମୟ ଅନ୍ତରରେ ଖବର ଶୁଣିବାକୁ ମିଳେ ଡି-ଆଡିକ୍‌ଶନ ସେଣ୍ଟର ବା ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ମୃତ୍ୟୁ ଘଟିଛି। ଏ କ୍ଷେତ୍ରରେ ଘରଲୋକ ଅଭିଯୋଗ କରିଥାଆନ୍ତି ସେମାନଙ୍କ ପିଲାଙ୍କୁ ନିଶା ମୁକ୍ତ କେନ୍ଦ୍ରର କର୍ମଚାରୀ ମାରି ଦେଇଛନ୍ତି। କେତେକେ ଏଭଳି ମୃତ୍ୟୁକୁ ରହସ୍ୟଜନକ ବୋଲି ଆଖ୍ୟା ଦେଇ ତଦନ୍ତ ଦାବି କରିଥାଆନ୍ତି। ସଦ୍ୟ ଘଟଣାକୁ ଦେଖିଲେ କଟକ ସଦର ଥାନା ଅନ୍ତର୍ଗତ ଉତ୍ତମପୁରରେ ଥିବା ଏକ ନିଶା ମୁକ୍ତ କେନ୍ଦ୍ରରେ ଜଟଣୀ ଅଞ୍ଚଳର ଜଣେ ଯୁବକ ଭର୍ତ୍ତି ହୋଇଥିଲେ। ଇଞ୍ଜିନିୟରିଂ ଡିଗ୍ରୀ ଅର୍ଜନ କରି ସେ ମୁମ୍ବାଇରେ ଚାକିରି କରୁଥିଲେ। ନିଶାରେ ବୁଡ଼ି ରହିବାରୁ ଘର ଲୋକେ ତାଙ୍କୁ ଆଣି ସମ୍ପୃକ୍ତ କେନ୍ଦ୍ରରେ ରଖିଥିଲେ। ଆଶା ଥିଲା ସେ ନିଶା ଦୁନିଆରୁ ଫେରିଆସି ସ୍ବାଭାବିକ ଜୀବନଯାପନ କରିବେ। ହେଲେ ତାଙ୍କ ମୃତ୍ୟୁରେ ପରିବାର ଲୋକଙ୍କ ସବୁ ପରିଶ୍ରମ ଓ ଅର୍ଥ ବୃଥା ହୋଇଗଲା। ଗତ ୪ ସେପ୍ଟେମ୍ବରରେ ଭୁବନେଶ୍ୱର ଭରତପୁର ପୋଲିସ ଅଞ୍ଚଳରେ ଥିବା ନିଶା ନିବାରଣ କେନ୍ଦ୍ରରେ ଜଣେ ୨୮ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଥିଲା। କେବଳ ଦୁଇଟି ସ୍ଥାନର ଦୃଷ୍ଟାନ୍ତ ଦିଆଗଲା। ତାଲିକା ପ୍ରସ୍ତୁତ କଲେ ଲମ୍ବି ଚାଲିବ।

ଏଭଳି କ୍ଷେତ୍ରରେ ବାସ୍ତବ ସ୍ଥିତି ଗୋଟିଏ ଘଟଣାରୁ ଆଉ ଗୋଟିଏ ଅଲଗା ଥାଏ। ଶୁଣିବାକୁ ମିଳେ ନିଶା କରି ନ ପାରି ବା ନିଶାଦ୍ରବ୍ୟ ନ ପାଇ କିଛି ଆତ୍ମହତ୍ୟା କରିଦିଅନ୍ତି। କେତେକ ଜାଗାରେ ନିଶାଗ୍ରସ୍ତଙ୍କ ଦୌରାତ୍ମ୍ୟ ଏତେ ବଢ଼ିଯାଏ ଯେ, ନିଶା ମୁକ୍ତ କେନ୍ଦ୍ରର କର୍ମଚାରୀମାନେ ମାଡ଼ ମାରି ନିଶା ଛଡ଼ାଇବାର ଉଦ୍ୟମ କରିଥାଆନ୍ତି। ବାଡ଼ଉ ବାଡ଼ଉ ଅଜାଗାରେ ମାଡ଼ ବସିଗଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ପ୍ରାଣବାୟୁ ଉଡ଼ିଯାଏ। ଏଭଳି ଘଟଣା କାହିଁକି ଘଟୁଛି ତାହାର ତଦନ୍ତ ହେଉଥିଲେ ହେଁ ମୂଳକୁ ଯାଇ ସେସବୁର ଗଭୀର ଅନୁଧ୍ୟାନ କରାଯାଉ ନ ଥିବାରୁ ପ୍ରକୃତ ଘଟଣା ଲୋକଲୋଚନକୁ ଆସିପାରୁ ନାହିଁ। ସାଧାରଣତଃ ଏଭଳି କେନ୍ଦ୍ରଗୁଡ଼ିକର ନିୟମିତ ଯାଞ୍ଚ ହୋଇ ନ ଥାଏ। ନିଶା ଛଡ଼ାଉଛନ୍ତି କହି ବାହ୍ୟ ଅନୁଦାନ ପାଇବା ସହ ନିଶାରେ ଚୂର ହୋଇଥିବା ବ୍ୟକ୍ତିଙ୍କୁ ଠିକ୍‌ ରାସ୍ତାକୁ ଆଣିବା ନାମରେ ନିଶା ନିବାରଣ କେନ୍ଦ୍ର ପକ୍ଷରୁ ସମ୍ପୃକ୍ତ ପରିବାରବର୍ଗଙ୍କଠାରୁ ମଧ୍ୟ ଭଲ ରକମର ଅର୍ଥ ନିଆଯାଇଥାଏ। ଯେହେତୁ ଅର୍ଥ ନେଇଛନ୍ତି ପରିବାର ଲୋକଙ୍କୁ ତୁରନ୍ତ ଫଳ ଦେବା ଲକ୍ଷ୍ୟରେ ନିଶାଗ୍ରସ୍ତଙ୍କ ଉପରେ ମାନସିକ ଓ ଶାରୀରିକ ଚାପ ପକାଇଥାଆନ୍ତି। ମନେରଖିବାକୁ ହେବ ଯେ, ଦୀର୍ଘ ସମୟ ଧରି ନିଶାସକ୍ତ ଥିବା ବ୍ୟକ୍ତିଙ୍କୁ ରାତାରାତି ବଦଳାଇ ଦେବା ଅସମ୍ଭବ। ସେଥିପାଇଁ ସେମାନଙ୍କୁ କାଉନ୍‌ସେଲିଂ ବା ପରାମର୍ଶ ଦେବା ସହ ସେମାନଙ୍କ ମନର କଥା ବୁଝିବା ଦରକାର। ତେଣୁ କାଉନ୍‌ସେଲିଂ ଦେଉଥିବା ବ୍ୟକ୍ତି ଜଣେ ବିଶେଷଜ୍ଞ ହେବା ସହିତ ଧୈର୍ଯ୍ୟବାନ୍‌ ହୋଇଥିବା ବାଞ୍ଛନୀୟ। ପ୍ରତି ନିଶା ନିବାରଣ କେନ୍ଦ୍ରରେ ସେଭଳି ଲୋକ ଅଛନ୍ତି କି ନାହିଁ, ତାହାକୁ ଭଲ ଭାବେ ଜାଣିବା ପରେ ପରିବାରବର୍ଗ ସେମାନଙ୍କ ଆତ୍ମୀୟଙ୍କୁ ସେଠାକୁ ପଠାଇବା ଦରକାର। ନିଶା ମୁକ୍ତ କେନ୍ଦ୍ର ଲେଖାଥିବା ଦେଖି ବା ଅନ୍ୟ କାହାଠାରୁ ଶୁଣି ଯେଉଁଠି ପାରେ ସେଇଠିକୁ ନିଶାଗ୍ରସ୍ତଙ୍କୁ ପଠାଇ ଦିଆଯାଉଥିବାରୁ ସ୍ଥିତି ସୁଧୁରୁ ନ ଥିବା ଲକ୍ଷ୍ୟ କରାଯାଉଛି। ଏଠି ଗୋଟେ କଥା କୁହାଯାଇପାରେ ଯେ, କାଉନ୍‌ସେଲିଂ ଦେଉଥିବା ବ୍ୟକ୍ତି କେତେ ଅଭିଜ୍ଞ ଓ ସେ ପାଉଥିବା ଅର୍ଥରାଶି ଉପରେ ମଧ୍ୟ ତାଙ୍କ ପରାମର୍ଶର ପରିମାଣ ନିର୍ଭର କରିଥାଏ। କୁହାଯାଉଥିବ ଅଭିଜ୍ଞ ପରାମର୍ଶଦାତା, ମାତ୍ର ସ୍ବଳ୍ପ ବେତନ ପାଉଥିବେ। ସେମିତି ହେଲେ ଚଳିବନି। ବିଧିବଦ୍ଧ ଭାବେ ଗଢ଼ି ଉଠିଥିବା ନିଶାମୁକ୍ତ କେନ୍ଦ୍ରଗୁଡ଼ିକ ଉତ୍ତମ ଧରଣର ବିଶେଷଜ୍ଞଙ୍କୁ ରଖିବାର ସମୟ ଆସିଲାଣି। ଯାହିତାହିଙ୍କୁ ରଖି ଦେଇ ଶାରୀରିକ ଦଣ୍ଡ ମାଧ୍ୟମରେ ନିଶା ଛଡ଼େଇ ଦେବା କଦାପି ସମ୍ଭବ ନୁହେଁ। ଅନ୍ୟପଟେ ନିଶା ଛଡ଼ାଇବାର ଏହିଭଳି ଅଧିକାଂଶ କେନ୍ଦ୍ର ଘରୋଇ ବା ଏନ୍‌ଜିଓ ଦ୍ୱାରା ପରିଚାଳିତ ହେଉଛି। ଏହି କେନ୍ଦ୍ରଗୁଡ଼ିକ ଲୁକ୍କାୟିତ, କିନ୍ତୁ ଲାଭଦାୟକ ବ୍ୟବସାୟରେ ପରିଣତ ହେଲେଣି। ସରକାରଙ୍କ ସମେତ ଅନେକ ବିଦେଶୀ ସଂସ୍ଥା ଏହି କେନ୍ଦ୍ରଗୁଡ଼ିକୁ ବିପୁଳ ଅର୍ଥ ଯୋଗାଉଛନ୍ତି। ଏହାର ମାଲିକମାନେ କୌଣସି ଭାବେ ବିଜ୍ଞାପନ ଦେଇ ଲୋକଲୋଚନକୁ ଆସିବାକୁ ଚାହିଁ ନ ଥାଆନ୍ତି। ସେମାନେ ଅଜଣା, ଅଚିହ୍ନା ହୋଇ କାର୍ଯ୍ୟ କରି ଲାଭ ଉଠାଇବାକୁ ପସନ୍ଦ କରିଥାଆନ୍ତି। ଏହି ଲୁଚାଛପା ପଥରେ ଯଦି କେଉଁ ଅନ୍ତେବାସୀଙ୍କ ମୃତ୍ୟୁ ଘଟିଲା, ତେବେ ସେମାନେ ଲୋକଲୋଚନକୁ ଆସନ୍ତି ଓ ସେମାନଙ୍କ ସମସ୍ୟା ବଢ଼େ। ଏଭଳି ସଂସ୍ଥାଗୁଡ଼ିକ ମୂଲ୍ୟବୋଧ ବୁଝି କାଉନ୍‌ସିଲର ନିଯୁକ୍ତ କରୁଥିବେ ବୋଲି ବିଶ୍ୱାସ ହେଉନାହିଁ। ଡି-ଆଡିକ୍‌ଶନ ସେଣ୍ଟରରେ ପରିବାରର କୌଣସି ବ୍ୟକ୍ତିଙ୍କୁ ଭର୍ତ୍ତି କରିବା ପୂର୍ବରୁ ନିକଟ ସମ୍ପର୍କୀୟମାନେ ସଂସ୍ଥାର ମାନ, ମାଲିକ ଓ ପରାମର୍ଶତାଦାଙ୍କ ସମ୍ପର୍କରେ ଜାଣିବାକୁ ଚେଷ୍ଟା କରିବା ଦରକାର। ଆଜିର ସ୍ଥିତିରେ ସେହିସବୁ ଦିଗ ପ୍ରତି ଦୃଷ୍ଟି ଦିଆଯାଉ ନ ଥିବାରୁ ଅଣସ୍ବୀକୃତିପ୍ରାପ୍ତ ନିଶା ମୁକ୍ତ କେନ୍ଦ୍ର ସହରଠାରୁ ଉପସହରଗୁଡ଼ିକରେ ବଢ଼ିବାରେ ଲାଗିଛି। ଯେଉଁଠାରେ ମୃତ୍ୟୁ ଅଭିଯୋଗ ହେଉଛି ସେହିଠାରେ ସ୍ଥିତିକୁ ଗେନ୍ଦେରେଇ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ୮ ଘଣ୍ଟିଆ ଓଡ଼ିଶା ବନ୍ଦ, ୩୦ ଜିଲାରେ ବନ୍ଦ ରହିବ…

ଭୁବନେଶ୍ୱର,୨୮ା୧(ସୁନିତ୍‌ ମିଶ୍ର): ରାଜ୍ୟରେ ଧାନମଣ୍ଡି ଖୋଲିବା ଏବଂ ଧାନ ବିକ୍ରିରେ ଅବ୍ୟବସ୍ଥା କାରଣରୁ ଚାଷୀମାନେ ବହୁ ହଇରାଣ ହେଉଛନ୍ତି। ପ୍ରଦୂଷଣ ସାର୍ଟିଫିକେଟ ନାଁରେ ସାଧାରଣ ଲୋକମାନଙ୍କଠାରୁ ସରକାର…

ଅଡୁଆରେ କର୍ଣ୍ଣାଟକ ସରକାର: ୬,୦୦୦ କୋଟିର ମଦ ଦୁର୍ନୀତି ଅଭିଯୋଗ

ନୂଆଦିଲ୍ଲୀ,୨୭।୧: କର୍ଣ୍ଣାଟକର କଂଗ୍ରେସ ସରକାର ଏକ ବଡ଼ ଧରଣର ଦୁର୍ନୀତି ଅଭିଯୋଗର ଘେରକୁ ଆସିଛନ୍ତି। ରାଜ୍ୟ ଅବକାରୀ ବିଭାଗରେ ଗତ ଦୁଇ ବର୍ଷ ମଧ୍ୟରେ ପ୍ରାୟ ୬,୦୦୦…

ଭାରତ-EU ମୁକ୍ତ ବାଣିଜ୍ୟ ଚୁକ୍ତି: କେଉଁ ରାଜ୍ୟକୁ ମିଳିବ କେତେ ଫାଇଦା? ଜାଣନ୍ତୁ

ନୂଆଦିଲ୍ଲୀ,୨୭।୧: ଭାରତ ଏବଂ ୟୁରୋପୀୟ ସଂଘ (EU) ମଧ୍ୟରେ ସ୍ୱାକ୍ଷରିତ ହୋଇଛି ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି (FTA)। ଏହି ଚୁକ୍ତି ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ଏକ…

ବଦଳିବ କ୍ୟାପିଟାଲ ହସ୍ପିଟାଲର କାୟାକଳ୍ପ: ୪୦କୁ ବୃଦ୍ଧି ପାଇବ ଆଇସିୟୁ ଶଯ୍ୟା ସଂଖ୍ୟା

ଭୁବନେଶ୍ୱର,୨୭।୧: ରାଜଧାନୀବାସୀଙ୍କ ପାଇଁ ଖୁସି ଖବର । ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲର ଭିତ୍ତିଭୂମି ଓ ସ୍ୱାସ୍ଥ୍ୟସେବାରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ମଙ୍ଗଳବାର ଅନୁଷ୍ଠିତ ରୋଗୀ…

ଆଉ ଶୁଭିବନି ଅରିଜିତଙ୍କ ସ୍ୱର: ଅବସର ଘୋଷଣା କରି ସମସ୍ତଙ୍କୁ ଚମକାଇଲେ

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ପ୍ଲେବ୍ୟାକ୍ ଗାୟକ ଅରିଜିତ୍ ସିଂ ମଙ୍ଗଳବାର ଏକ ବଡ଼ ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ସେ ଚଳଚ୍ଚିତ୍ର ପାଇଁ କଣ୍ଠଦାନ ବା…

ପ୍ରତିଶ୍ରୁତି ପାଳନ କରୁନି ଉତ୍କଳ ଆଲୁମିନା: ୦.୦୧% ଶେୟାର ଦାବିରେ ବିସ୍ଥାପିତ, ପ୍ରଭାବିତଙ୍କ ଧାରଣା

ରାୟଗଡ଼ା/ଟିକିରି,୨୭।୧(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ୍ଲ କୁମାର ବେହେରା)- ବକ୍ସାଇଟ ଖଣି ପାଇଁ ରାୟଗଡ଼ା ଜିଲାର କାଶୀପୁର ବ୍ଲକ ବିଶ୍ୱରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ବ୍ଲକ୍‌ରେ ରହିଥିବା…

UGC ନୂଆ ନିୟମ ୨୦୨୬: କ’ଣ ଏହି ସମାନତା ନିୟମାବଳୀ ଏବଂ କାହିଁକି ହେଉଛି ବିରୋଧ?

ନୂଆଦିଲ୍ଲୀ,୨୭।୧: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ନୂତନ ‘ସମାନତା ନିୟମାବଳୀ ୨୦୨୬’କୁ ନେଇ ବିବାଦ ବଢ଼ିବାରେ ଲାଗିଛି। ବିଶ୍ୱବିଦ୍ୟାଳୟଗୁଡ଼ିକରେ ସଂରକ୍ଷିତ ବର୍ଗର ଛାତ୍ରଛାତ୍ରୀଙ୍କ ପ୍ରତି ହେଉଥିବା ଜାତିଭିତ୍ତିକ…

ଭାରତ-ୟୁରୋପ ମୁକ୍ତ ବାଣିଜ୍ୟ ଚୁକ୍ତି: ହେବ ନିବେଶର ବନ୍ୟା, ବଢିବ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ,୨୭।୧: ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ସ୍ଵାକ୍ଷରିତ ହୋଇଛି ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି। ଏହାଦ୍ୱାରା ଭାରତୀୟ ଅର୍ଥବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri