ନିଖୋଜ ବ୍ୟାଙ୍କ ଅଧିକାରୀଙ୍କ ମୃତଦେହ ମିଳିଲା

ସୋନପୁର,୧୩ା୮(ନି.ପ୍ର.): ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର କୃଷି ଅଧିକାରୀ ଦିବ୍ୟରଞ୍ଜନ ମିଶ୍ର(୩୮)ଙ୍କ ମୃତଦେହ ଶନିବାର ସନ୍ଧ୍ୟାରେ ମିଳିଛି। ସନ୍ଧ୍ୟା ୫ଟା ୪୫ମିନିଟ୍‌ରେ ସୁବର୍ଣ୍ଣପୁର ଜିଲା ଲଛିପୁରସ୍ଥିତ ଅଙ୍ଗନଦୀରୁ ତାଙ୍କ ଗଳିତ ମୃତଦେହ ଜବତ କରାଯାଇଛି।। ନିଖୋଜ ହେବାର ୬୬ଘଣ୍ଟା ପରେ ଓଡ୍ରାଫ୍‌ ଟିମ୍‌ ବ୍ୟାଙ୍କ ଅଧିକାରୀ ମିଶ୍ରଙ୍କ ମୃତଦେହକୁ ଉଦ୍ଧାର କରିଛି । ଡୁଙ୍ଗୁରିପାଲି ଥାନାରେ ଏ ସମ୍ପର୍କରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ରବିବାର ମୃତଦେହ ବ୍ୟବଚ୍ଛେଦ କରାଯିବ। ତେବେ କେଉଁ କାରଣରୁ ସେ ନଦୀକୁ ହେଇଁ ଆତ୍ମହତ୍ୟା କଲେ ତାର ତଦନ୍ତ କରାଯିବ ବୋଲି ଡୁଙ୍ଗୁରିପାଲି ଥାନା ଆଇଆଇସି ସତ୍ୟନାରାୟଣ ପ୍ରଧାନ ସୂଚନା ଦେଇଛନ୍ତି ।
ବଲାଙ୍ଗୀର ସହର ଶାନ୍ତିପଡାର ଦିବ୍ୟରଞ୍ଜନ ବରଗଡ ଜିଲା ବରପାଲିସ୍ଥିତ ପିଏନ୍‌ବିର କୃଷି ଅଧିକାରୀଭାବେ କାର୍ଯ୍ୟ କରୁଥିଲେ। ମା, ବାପା ବଲାଙ୍ଗୀର ଶାନ୍ତିପଡାରେ ରହୁଥିବା ବେଳେ ଦିବ୍ୟରଞ୍ଜନ ସ୍ତ୍ରୀ ଓ ପିଲାଙ୍କ ସହିତ ବରପାଲିରେ ରୁହନ୍ତି। ଗତ ବୁଧବାର ସେ ବ୍ୟାଙ୍କ କାର୍ଯ୍ୟରେ  ବିନିକା ଯାଇଥିଲେ। ସନ୍ଧ୍ୟାରେ ସ୍ତ୍ରୀଙ୍କୁ ଘରକୁ ଫେରୁଥିବା ଫୋନରେ ଜଣାଇଥିଲେ। ପରେ ରିଙ୍ଗ ହେଉଥିଲେ ବି ସେ ଫୋନ ଉଠାଉ ନ ଥିଲେ। ରାତି ୭ଟା ୪୫ ପରେ ତାଙ୍କ ଫୋନ ସୁଇଚ୍‌ ଅପ ହୋଇଯାଇଥିଲା। ପରିବାର ଲୋକ ବଲାଙ୍ଗୀରରୁ ଆସି ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇ ନ ଥିଲେ। ବଲାଙ୍ଗୀର-ବରଗଡ ୨୬ନଂ ଜାତୀୟ ରାଜପଥର ଡୁଙ୍ଗୁରିପାଲି ଥାନା ସାଲେଭଟା ଅଙ୍ଗନଦୀ ପୋଲ ଉପରୁ ଦିବ୍ୟରଞ୍ଜନଙ୍କ ବାଇକ୍‌, ହେଲମେଟ ଓ ବ୍ୟାଗକୁ ଡୁଙ୍ଗୁରିପାଲି ପୋଲିସ ଜବତ କରିଥିଲା। ଦିବ୍ୟରଞ୍ଜନଙ୍କ ବାପା କେଶବ ଚରଣ ମିଶ୍ର ଡୁଙ୍ଗୁରିପାଲି ଥାନାରେ ରିପୋର୍ଟ କରିବା ପରେ ଏକ ନିଖୋଜ ମାମଲା ରୁଜୁ ହୋଇଥିଲା। ଅନ୍ୟପକ୍ଷେ ବୁଧବାର ରାତି ପ୍ରାୟ ୧୧ଟା ୧୫ରେ ବରଗଡ ଜିଲା ଅମ୍ବାପାଲି ଅଞ୍ଚଳର ଜଣେ ଯୁବକ ବଲାଙ୍ଗୀରରୁ ବରଗଡ ବାଇକ୍‌ରେ ଫେରୁଥିବା ବେଳେ ଅଙ୍ଗନଦୀ ପୋଲ ଉପରୁ କେହି ଜଣେ ନଦୀକୁ ଡେଉଁ ପଡିଥିବା ଦେଖିଥିଲେ। ସମ୍ପୃକ୍ତ ଯୁବକ ଡୁଙ୍ଗୁରିପାଲିରେ ପହଞ୍ଚତ୍ କାର୍ଯ୍ୟରତ ଦୁଇ ଜଣ ପୋଲିସ କର୍ମଚାରୀଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ବ୍ୟାଙ୍କ ଅଧିକାରୀଙ୍କ ବାଇକ୍‌, ବ୍ୟାଗ୍‌ ଓ ହେଲମେଟ୍‌କୁ ଚିହ୍ନଟ କରିଥିଲେ। ଏହି ଘଟଣାରୁ ଦିବ୍ୟରଞ୍ଜନ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିଲା। ତେବେ ତାଙ୍କ ପରିବାର ଏହାକୁ ଅସ୍ବୀକାର କରି ଆସୁଥିଲେ। ଗୁରୁବାର ସକାଳେ ଓଡ୍ରାଫ ଟିମ୍‌ ଓ ଅଗ୍ନିଶମ ବିଭାଗର କର୍ମଚାରୀ ସାଲେଭଟା ପୋଲ ତଳଠାରୁ ଲଛିପୁର ପର୍ଯ୍ୟନ୍ତ ଅଙ୍ଗନଦୀରେ ଯାଇ ଖୋଜାଖୋଜି କରିଥିଲେ। ଶୁକ୍ରବାର ଦିନତମାମ ସର୍ଚ୍ଚ ଅପରେଶନ ଜାରି ରହିଥିଲେ ହେଁ ନଦୀରେ ପାଣି ଅଧିକ ଥିବାରୁ ଓଡ୍ରାଫ୍‌ ଓ ଅଗ୍ନିଶମ ଟିମ୍‌କୁ ସଫଳତା ମିଳି ନଥିଲା। ଶନିବାର ଲଛିପୁର ଅଞ୍ଚଳର ଜଣେ ଚାଷୀ କ୍ଷେତକୁ ଯାଇଥିବା ବେଳେ ନଦୀରେ ଏକ ମୃତଦେହ ଭାସୁଥିବା ଦେଖିଥିଲେ। ସେହି ସୂଚନା ଆଧାରରେ ଓଡ୍ରାଫ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri