Categories: ଜାତୀୟ

ଜଳଖିଆରୁ ବାହାରିଲା ମଲା ସାପ

ୟାଦଗିର(କର୍ନାଟକ),୧୮।୧୧: କର୍ନାଟକର ଏକ ଆବାସିକ ବିଦ୍ୟାଳୟରେ ଏକ ଅଘଟଣ ଘଟିଛି। ପିଲାଙ୍କ ପାଇଁ ପ୍ରସ୍ତୁତ ଜଳଖିଆରୁ ଏକ ମଲା ସାପ ବାହାରିଛି। ଫଳରେ ୫୬ ଛାତ୍ରୀଛାତ୍ରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ହୋଇପଡିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଛି।

ଗୁରୁବାର ଆବେତୁମ୍‌କୁ ଗ୍ରାମର ବିଶ୍ୱାରାଧ୍ୟା ବିଦ୍ୟାବର୍ଦ୍ଧକ ରେସିଡେନ୍ସିଆଲ ସ୍କୁଲ୍‌ର ପିଲାମାନେ ସକାଳ ଜଳଖିଆ ଖାଇବା ପରେ ୩ ଜଣ ବାନ୍ତି କରିବା ସହ ଅନ୍ୟ ୪୯ ଜଣ ଅସୁସ୍ଥ ଅନୁଭବ କରିଥିଲେ। ତୁରନ୍ତ ସେମାନଙ୍କୁ ଜିଲା ସରକାରୀ ହସ୍ପିଟାଲକୁ ନିଆଯାଇଥିଲା। ଗୁରୁତର ୩ ଜଣଙ୍କୁ ଇଣ୍ଟେନ୍‌ସିଭ କେୟାର ୟୁନିଟରେ ଓ ଅନ୍ୟମାନଙ୍କୁ ସାଧାରଣ ଓ୍ବାର୍ଡରେ ଭର୍ତ୍ତି କରାଯାଇଛି। ପିଲାମାନେ ବିପଦମୁକ୍ତ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ଶିକ୍ଷା ବିଭାଗ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

Share