କାଜୁ ବଣରୁ ମୃତଦେହ ଜବତ ମାମଲା: ମୃତଦେହ ସ୍ଥାନାନ୍ତର ଅଭିଯୋଗରେ ୨ ଗିରଫ, ଏବେବି ମୃତ୍ୟୁକୁ ନେଇ ସସପେନ୍ସ…

ହିଞ୍ଜିଳିକାଟୁ,୨୭।୯(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଖରିଡା ଗାଁ ନିକଟ ଋଷିକୂଲ୍ୟା ନଦୀ ନିକଟ କାଜୁ ତୋଟାରୁ ଶୁକ୍ରବାର ଖରିଡା ଗାଁର ଶ୍ରମିକ ଶ୍ରୀକାନ୍ତ ସେଠୀଙ୍କ ଗଳିତ ମୃତଦେହ ଜବତ ପରେ ମୃତ୍ୟୁର କାରଣ ଏଯାଏ ସ୍ପଷ୍ଟ ହୋଇ ପାରି ନାହିଁ। ପୋଲିସ ପ୍ରାରମ୍ଭିକ ତଦନ୍ତରୁ ଫସଲକୁ ବାରହା ଉପଦ୍ରବରୁ ରକ୍ଷା ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ତାର ଲାଗି ଶ୍ରୀକାନ୍ତଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରୁଛି।

ହେଲେ ଏହି ଘଟଣାରେ ଜମି ମାଲିକ ଓ ଅନ୍ୟ ଜଣକୁ ପୋଲିସ ପ୍ରମାଣ ନତ ଓ ମୃତଦେହକୁ ଉଠାଇ କାଜୁ ତୋଟାରେ ଫୋପାଡ଼ି ଦେବା ଆରୋପରେ ଶନିବାର ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ହିଞ୍ଜିଳିକାଟୁ ଥାନାତୋଟା ସାହିର ତଥା ଖରିଡା ଗାଁରେ ଇଟାଭାଟି କରିଥିବା ଦାମ ପାଣିଗ୍ରାହୀ ଓ ପୁରୁଷୋତ୍ତମପୁର ଥାନା ନରସିଂହପୁର ଗ୍ରାମର ତଥା ଇଟାଭାଟିରେ ରାତି ଜଗୁଆଳୀ ଥିବା ଡି. ସଞ୍ଜୟ ରେଡ୍ଡୀ ।

ପ୍ରକାଶ ଯେ, ସବୁଦିନ ପରି ୪ ଜଣ ଶ୍ରମିକଙ୍କୁ ନେଇ ଜଣେ ଟ୍ରାକ୍ଟର ଡ୍ରାଇଭର ବୁଧବାର ରାତିରେ ଋଷିକୂଲ୍ୟା ନଦୀକୁ ବାଲି ଉଠାଇବାକୁ ଯାଇଥିଲେ। ସେଠାରେ ଶ୍ରୀକାନ୍ତଙ୍କୁ ଛାଡି ଅନ୍ୟମାନେ ଗାଁକୁ ଫେରି ଆସିଥିଲେ। ଶ୍ରୀକାନ୍ତଙ୍କ ନିଖୋଜ ନେଇ ଫେରିଥିବା ଅନ୍ୟମାନେ ପରିବାର ଲୋକଙ୍କୁ ସ୍ପଷ୍ଟ କରି ନ ଥିଲେ। ଫଳରେ ବାଲି ମାଫିଆଙ୍କ ଆକ୍ରମଣ କିମ୍ବା ପୂର୍ବଶତ୍ରୁତାରୁ ସୁଚିନ୍ତିତ ଯୋଜନାରେ ଶ୍ରୀକାନ୍ତଙ୍କୁ ଆକ୍ରମଣ ନେଇ ସନ୍ଦେହ ଉପୁଜିଛି।

ଗୁରୁବାର ଶ୍ରୀକାନ୍ତଙ୍କ ବାପା ଦୀନବନ୍ଧୁ ସେଠୀ ପୁଅର ନିଖୋଜ ନେଇ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ. ୭୮୩/୨୫ରେ ଏକ ମାମଲା ରୁଜୁ କରି ନୀରବ ରହିଥିଲା। ତେବେ ଘଟଣାକୁ ପୋଲିସ ଗୁରୁତ୍ୱ ନ ଦେବାରୁ ଶୁକ୍ରବାର ଖରିଡା ଗାଁର ଶତାଧିକ ମହିଳା ପୁରୁଷଙ୍କ ସମେତ ପରିବାର ଲୋକେ ହିଞ୍ଜିଳି ଥାନା ଘେରାଉ କରିଥିଲେ। ପରେ ପୋଲିସ ଖରିଡା ନିକଟ ମଶାଣିକୁ ଲାଗିଥିବା କାଜୁ ବଗିଚାରୁ ଶ୍ରୀକାନ୍ତଙ୍କ ଗଳିତ ମୃତଦେହ ଜବତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ନେଲା ୫ ମଇଁଷିଙ୍କ ଜୀବନ: ବିଭାଗୀୟ ଅବହେଳାକୁ ଦାୟୀ କଲେ ଗ୍ରାମବାସୀ

ଖଜୁରିପଡ଼ା,୩୦ା୧(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ୍‌ ଅଧୀନ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା…

ବହୁ ଚର୍ଚ୍ଚିତ କ୍ଷୀର ବ୍ୟବସାୟୀ ହତ୍ୟା ମାମଲାର ରାୟ ପ୍ରକାଶ: ୫ ଅଭିଯୁକ୍ତଙ୍କୁ ଆଜୀବନ ଜେଲ

ବ୍ରହ୍ମପୁର,୩୦ା୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ହିଲପାଟଣାରେ କ୍ଷୀର ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାର ରାୟ ଶୁକ୍ରବାର ପ୍ରକାଶ ପାଇଛି। ବ୍ରହ୍ମପୁର ଅତିରିକ୍ତ…

ୱାର୍ଡସଭ୍ୟଙ୍କୁ ଦୁର୍ବ୍ୟବହାର: କର୍ମଚାରୀ କଲେ ଆନ୍ଦୋଳନ

ଖଡ଼ିଆଳ, ୩୦ା୧ (ସୁଜିତ କୁମାର ପ୍ରଧାନ)- ନୂଆପଡ଼ା ଜିଲା ଖଡିଆଳ ଏନ୍‌ଏସିର ଜଣେ ୱାର୍ଡସଭ୍ୟ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରି ଶୁକ୍ରବାର କର୍ମଚାରୀମାନେ କଲମ ଛାଡ ଆନ୍ଦୋଳନ…

ଭୁଲ୍‌ ଇଲେକ୍ଟ୍ରି ବିଲ୍‌ ଆସୁଛି କି? ଜାଣନ୍ତୁ କେଉଁଠି କରିବେ ଅଭିଯୋଗ, ଶିଖନ୍ତୁ ଏହି ସହଜ ଉପାୟ…

ପ୍ରତ୍ୟେକ ପରିବାର ପାଇଁ ପ୍ରତି ମାସରେ ପ୍ରାପ୍ତ ହେଉଥିବା ଇଲେକ୍ଟ୍ରି ବିଲ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଏଥିରେ ମାସିକ ଇଲେକ୍ଟ୍ରି ବ୍ୟବହାର ଏବଂ ବିଲ୍‌ ବିଷୟରେ ବିବରଣୀ…

ଗୋଲାପଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ କରିଥିଲେ ଶ୍ୱଶୁର ଘର ଲୋକେ: ପୋଲିସ ନେଲା…

ଆନନ୍ଦପୁର, ୩୦।୧(ସୁଶାନ୍ତ କୁମାର ସାହୁ): ବୋହୂଙ୍କୁ ଘର ଭିତରେ କବାଟ ଦେଇ ପୋଡି ମାରିଦେବାକୁ ଉଦ୍ୟମ କଲେ ଶ୍ୱଶୁର ଘର ଲୋକେ। ଏଭଳି ଏକ ସମ୍ବେଦନଶୀଳ ଘଟଣା…

୪ ମନ୍ଦିରରୁ ଏକାବେଳକେ ଚୋରି କଲେ ଦୁର୍ବୃତ୍ତ: ନେଇଗଲେ …

ଆନନ୍ଦପୁର,୩୦।୧(ସୁଶାନ୍ତ କୁମାର ସାହୁ): ଏକ ସାଙ୍ଗରେ ଚାରୋଟି ମନ୍ଦିରର ଚୋରି। ମନ୍ଦିର ତାଲା ଭାଙ୍ଗି ଲୁଟିନେଲେ ଦେବା ଦେବୀଙ୍କ ସୁନା ରୁପା ଅଳଙ୍କାର। ସହ ଦାନ ବାକ୍ସ।…

୧, ୨ କି ୩ ନୁହେଁ, ୯ଟି ଶୁଭ ସଂଯୋଗରେ ଆସିବ ଏଥର ବଜେଟ୍‌

ନୂଆଦିଲ୍ଲୀ,୩୦।୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ରେ ସାଧାରଣ ବଜେଟ ଉପସ୍ଥାପନ କରିବେ। ବଜେଟ ଦିବସ ସମସ୍ତ ବର୍ଗର ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଗୁରୁତ୍ୱପୂର୍ଣ୍ଣ…

ଧାର ଟଙ୍କା ମାଗିବାରୁ ଗୁଳିମାଡ଼, ନଷ୍ଟ ହେଲା ବ୍ୟକ୍ତିଙ୍କ ଆଖି

ଭୁବନ,୩୦ା୧(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ବାରୁଆ (ଖ) ଗ୍ରାମର ପଞ୍ଚାନନ ରାଉତ ଧାନ କିଣିବା ପାଇଁ ଦେଇଥିବା ଟଙ୍କା ମାଗିବାରୁ ଗୁରୁବାର ରାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri