ବିଲ ମଝିରୁ ମିଳିଲା ବିବାହିତ ଯୁବକଙ୍କ ମୃତଦେହ: ମୁତ୍ୟୁକୁ ନେଇ ବଢିଲା ସନ୍ଦେହ

ପାଟଣା,୮।୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଟଭା ସରୁଆ ଗାଁ ବିଲ ମଝିରୁ ସୋମବାର ଜଣେ ବିବାହିତ ଯୁବକଙ୍କ ସନ୍ଦେହ ଜନକ ଭାବେ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଉଛନ୍ତି ଉକ୍ତ ଗାଁର ଅନାମ ନାଏକଙ୍କ ପୁଅ ଗୁରୁଦେବ ନାଏକ(୪୬। ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ ତଥ୍ୟ ଜଣାପଡ଼ିବ ବୋଲି ପାଟଣାଥାନା ଅଧିକାରୀ କିରଣ ପ୍ରାସାଦ ସାହୁ କହିଛନ୍ତି। ସୋମବାର ରାତିରେ ମୃତଦେହ ଉଦ୍ଧାର ହୋଇଥିବାରୁ ବ୍ୟବଚ୍ଛେଦ ହୋଇ ପାରିନାହିଁ। ଘଟଣାସ୍ଥଳରେ ପାଟଣା ଥାନା ଏଏସଆଈ ଗୌର ହରି ଗର୍ଡିଆ ପହଞ୍ଚି ଶବ ଜବତ କରି ପାଟଣା ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି।

Odisha’s No.1 Odia Daily

Share