ଜଙ୍ଗଲରୁ ହାତୀ ଶାବକର ମୃତଦେହ ଜବତ

ରିଆମାଳ,୬ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ସଙ୍ଘାପଶି ଖସଡ଼ା ଜଙ୍ଗଲରୁ ଶନିବାର ଏକ ଅଣ୍ଡିରା ଶିଶୁ ଶାବକ ହାତୀର ମୃତଦେହ ଜବତ ହୋଇଛି। ଖବର ପାଇ ପ୍ରଥମେ ଫରେଷ୍ଟର ମନ୍ମଥ ବେହେରା, ଫରେଷ୍ଟ ଗାର୍ଡ ବାହାନ ବେହେରା ସଦଳବଳ ପହଞ୍ଚି ଦେଖିଥିଲେ। ଶୁକ୍ରବାର ଅପରାହ୍ନରେ ଅନୁଗୋଳ ଜିଲା ପଟୁ ଦଳବଦ୍ଧ ଭାବେ ହାତୀ ଆସିଥିଲେ। ମାତ୍ର କୌଣସି କାରଣରୁ ଏହି ଅଣ୍ଡିରା ଶିଶୁ ଶାବକ ହାତୀ ମୃତ୍ୟୁ ଘଟିଥିଲା। ଆଜି ସକାଳ ହେବାରୁ ଅନ୍ୟ ହାତୀ ଛାଡ଼ି ଯାଇଥିଲେ। ଫଳରେ କିଛି ସ୍ଥାନୀୟ ଜନସାଧାରଣ ଦେଖି ବନ ବିଭାଗକୁ ଖବର ଦେଇଥିଲେ। କେଉଁ କାରଣରୁ ମୃତ୍ୟୁ ଘଟିଛି ଜଣା ପଡ଼ି ନ ଥିବା ବେଳେ ତଦନ୍ତ ଚାଲିଛି।

Dharitri – Odisha’s No.1 Odia Daily

Share