ରାସ୍ତା କଡ଼ରୁ ମହିଳାଙ୍କ ମୃତ ଦେହ ଠାବ

ପାଲଲହଡା,୨୫।୧୦ :  ଅନୁଗୋଳ ପାଲଲହଡା ଥାନା ନିଜିଗଡ଼ ପଞ୍ଚାୟତ ଉଦୟପୁର ସାହି ନିକଟସ୍ଥ ରାସ୍ତା କଡ଼ରୁ ଜଣେ ମହିଳାଙ୍କ ମୃତ ଦେହ ଗ୍ରାମ ବାସୀଙ୍କ ଦ୍ୱାରା ଠାବ କରାଯାଇଛି । ମୃତ ମହିଳା ଜଣଙ୍କ ପାଳଲହଡା ଥାନା ଜୋକପାଣି ଗ୍ରାମର ଡଲି ନାୟକ ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡିଛି ।ତେବେ ମହିଳା ଜଣଙ୍କ କେଉଁ ପରିସ୍ଥିତିରେ ଏଠାକୁ ଆସିଥିଲେ ଓ କେମିତି ତାଙ୍କର ମୃତ୍ୟୁ ଘଟିଛି ତାହା ଜଣା ପଡି ନାହିଁ । ସୂଚନା ପାଇ ପାଳଲହଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିଛି । ଏ ବାବଦରେ ଏକ ଅପମୃତ୍ୟୁ ମାମଲା ୠଜୁକରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ଏବଂ ଅଧିକ ତଦନ୍ତ ଜାରି ରଖିଛି I