ଜୁନାଗଡ଼ରେ ଚାଦର ଘୋଡ଼ା ମୃତଦେହ! ହତ୍ୟା ସନ୍ଦେହ

ଜୁନାଗଡ଼,୨୫।୧୧(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓଏଭି ନିକଟରେ ଚାଦରରେ ଘୋଡ଼ାଯାଇଥିବା ଏକ ମୃତଦେହ ପଡିଥିବା ଦେଖିବାକୁ ମିଳିଛି। ମୃତଦେହଟିକୁ ଦୀର୍ଘ ସମୟ ଧରି ସେଠାରେ ରଖାଯାଇଥିବା ସନ୍ଦେହ କରାଯାଉଥିବାବେଳେ ଏଥିରୁ ଦୁର୍ଗନ୍ଧ ବାହାରୁଥିବା ଜଣାପଡ଼ିଛି।
ଘଟଣାସ୍ଥଳର ପାରିପାର୍ଶ୍ୱିକ ସ୍ଥିତିକୁ ନେଇ ଏହା ଏକ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଖବର ପାଇ ଜୁନାଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ମୃତଦେହର ପରିଚୟ ଓ ମୃତ୍ୟୁର ପ୍ରକୃତ କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ। ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ପହଞ୍ଚିବା ପରେ ଘଟଣାସ୍ଥଳରେ ଅଧିକ ଯାଞ୍ଚ କରାଯିବ। ପୋଲିସର ତଦନ୍ତ ଓ ଆବଶ୍ୟକ ଫରେନସିକ ଯାଞ୍ଚ ପରେ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ।

 

Dharitri – Odisha’s No.1 Odia Daily

 

Share