ଓଭରବ୍ରିଜ ନିକଟରେ ପଡ଼ିଛି ମୃତଦେହ: ବଢ଼ୁଛି ସନ୍ଦେହ

କେନ୍ଦୁଝର, ୬।୬ (ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ଥାନା ଅନ୍ତର୍ଗତ ଜାତୀୟ ରାଜପଥ-୨୦ର ରାଇସୁଆଁ ରେଳ ଓଭରବ୍ରିଜ ନିକଟରୁ ସଦର ପୋଲିସ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି। ମୃତ ବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ। ତେବେ ତାଙ୍କ ବୟସ ପ୍ରାୟ ୩୦ରୁ ୩୫ ବର୍ଷ ହେବ ବୋଲି ପୋଲିସ ସୂଚନା ଦେଇଛି।

ମୃତ ବ୍ୟକ୍ତି ଜଣକ କଳା ରଙ୍ଗର ଫୁଲ ପ୍ୟାଣ୍ଟ, ଧଳା ରଙ୍ଗର ଗଞ୍ଜି, ଖାକି ରଙ୍ଗର ବେଲ୍ଟ ଏବଂ ସବୁଜ ରଙ୍ଗର ଫୁଲ ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି। ଏ ନେଇ ସଦର ଥାନା ପୋଲିସ ୟୁ.ଡି. କେସ୍ ନମ୍ବର ୩୯/୨୦୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମୃତ ବ୍ୟକ୍ତିଙ୍କ ପରିଚୟ ସନ୍ଧାନ ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି ବୋଲି ସଦର ଥାନା ଅଧିକାରୀ ଅମିତ କୁମାର ଭୂୟାଁ ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Share