ଭାଉଜଙ୍କ ବାପଘରେ ରହି ପଢୁଥିଲେ ନଣନ୍ଦ, କାଜୁଗଛରେ ଝୁଲୁଛି ମୃତଦେହ

ପାଟଣା,୧୭ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଗିରିଧିନା ଗ୍ରାମର କାଜୁବଗିଚାର ଏକ ଗଛରୁ ରବିବାର ପୂର୍ବାହ୍ନରେ ଜଣେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ୧୩ ବର୍ଷର ଛାତ୍ରୀଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ଜବତ କରିଛି। ମୃତ ଛାତ୍ରୀ ଜଣଙ୍କ ନିଜ ଭାଉଜଙ୍କ ବାପା ପୀତାମ୍ବର ମାଝୀଙ୍କ ଘରେ ରହି ପାଠ ପଢୁଥିଲେ। ମୃତକ ହେଉଛନ୍ତି ବାମେବାରୀ ଥାନାର ଜଜାଙ୍ଗ ଗ୍ରାମର ସ୍ବର୍ଗତ ସଞ୍ଜୟ ମାଝୀଙ୍କ ଝିଅ ନିଶା।
ନାବାଳିକା ଜଣକ ସରାସକୋଲା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ। ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇ ନ ଥିବାବେଳେ ପାଟଣା ଥାନା ଏଏସ୍‌ଆଇ ଗୌରହରି ଗାର୍ଡିଆ ଘଟଣାସ୍ଥଳରେ ରହି ତଦନ୍ତ କରୁଛନ୍ତି।

Dharitri – Odisha’s No.1 Odia Daily

Share