ମୋହନା,୯।୫( ମନ୍ମଥ ମିଶ୍ର ): ଅଜଣା ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଶଗଡ଼ା ଗାଁରେ। ନିକଟରେ ଥିବା ଘାଇକୁ ଶଗଡ଼ା ଗାଁର ଗ୍ରାମର କିଛି ବ୍ୟକ୍ତି ଶୌଚ ହେବା ପାଇଁ ଯାଇଥିବା ବେଳେ ଜଣେ ବ୍ୟକ୍ତିଙ୍କର ମୃତଦେହ ପାଣିରେ ଭାସୁଥିବା ଦେଖିବାକୁ ପାଇଥିଲେ। ସେମାନେ ଗ୍ରାମବାସୀଙ୍କୁ ଜଣାଇବା ସହ ଚନ୍ଦ୍ରଗିରି ଫାଣ୍ଡି ପୋଲିସ ଓ ଅଗ୍ନିଶମ ବାହିନୀକୁ ଜଣାଇଥିଲେ। ଖବର ପାଇବାପରେ ଘଟଣାସ୍ଥଳରେ ଚନ୍ଦ୍ରଗିରି ଫାଣ୍ଡି ପୋଲିସ ଓ ମୋହନା ଅଗ୍ନିଶମବାହିନୀ ପହଞ୍ଚି ପାଣିରେ ଭାସିଥିବା ମୃତଦେହକୁ ବାହାର କରି ଜବତ କରିବାସହ ଚନ୍ଦ୍ରଗିରି ଫାଣ୍ଡିରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଛି। ତେବେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳ ନ ଥିବା ବେଳେ ତଦନ୍ତ ପରେ ମୃତ ବ୍ୟକ୍ତିର ସମ୍ପୂଣ୍ଣର୍ର୍ ତଥ୍ୟ ମିଳିପାରିବ ବୋଲି ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ସୁନୀଲ ସେଠୀ କହିଛନ୍ତି ।