ରାସ୍ତାରେ କୁଢକୁଢ ମୃତଦେହ: ହମାସ୍‌ ଆକ୍ରମଣରେ କିବୁତ ଅଞ୍ଚଳର ୫୦ଭାଗ ଲୋକଙ୍କ ମୃତ୍ୟୁ

ଜେରୁଜେଲମ,୧୧।୧୦: ହମାସ୍‌ର ରକେଟ ମାଡରେ ବଦଳି ଯାଇଛି ଇସ୍ରାଏଲ ନକ୍ସା। ପ୍ରତିଶୋଧପରାୟଣ ହୋଇ ଇସ୍ରାଏଲ ମଧ୍ୟ ପ୍ରତି ଆକ୍ରମଣ କରିଛି। ଯୁଦ୍ଧ ଆଜିକୁ ୫ମ ଦିନରେ ପହଞ୍ଚିଛି। ଇସ୍ରାଏଲ ଓ ଆତଙ୍କବାଦୀ ହମାସ୍‌ର ରକ୍ତାକ୍ତ ସଂଘର୍ଷ ନିକଟ ଭବିଷ୍ୟତରେ ଥମିବାର ଦେଖାଯାଉନାହିଁ। ଆଖିବୁଜା ଗୁଳିମାଡରେ ଏଟଶଏଁ ୩ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କଲେଣି।
ଗାଜା ବର୍ଡରରେ କୁଢକୁଢ ମୃତଦେହ ପଡିରହିଛି। ବର୍ତ୍ତମାନ ଇସ୍ରାଏଲ ସୈନ୍ୟବାହିନୀ ଗାଜା ଷ୍ଟ୍ରିପିକୁ ହାମାସର ନିୟନ୍ତ୍ରଣରୁ ମୁକ୍ତ କରିଛି ବୋଲି ଘୋଷଣା କରିଛି। ହମାସ ଇସ୍ରାଏଲର ୨୦ଟି ସ୍ଥାନକୁ ଟାର୍ଗେଟ କରି ଏପର୍ଯ୍ୟନ୍ତ ଏକ ହଜାରରୁ ଅଧିକ ଲୋକଙ୍କୁ ହତ୍ୟା କରିଛି।

ହମାସ ଇସ୍ରାଏଲର କିବବୁଟ ବିରି, ସେଡେରୋଟ, କଫର ଆଜା, ନିର ଓଜ ଏବଂ ନୋଭା ଫେଷ୍ଟିଭାଲ ଅଞ୍ଚଳକୁ ଟାର୍ଗେଟ କରିଛି। ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ, ଆକ୍ରମଣ ପୂର୍ବରୁ କେବଳ କିବବୁଟରେ ପ୍ରାୟ ୪୦୦ ଲୋକ ଥିଲେ। ବର୍ତ୍ତମାନ ପ୍ରାୟ ୨୦୦ଲୋକ ବାକି ଅଛନ୍ତି।

Share