Categories: କନ୍ଧମାଳ

ବନ୍ଧରେ ଭାସୁଛି ମୃତଦେହ

ବାଲିଗୁଡା,୪।୯: ବାଲିଗୁଡା ଥାନା ଅନ୍ତର୍ଗତ ସୁଡ୍ରା ପଞ୍ଚାୟତର ପେନୁ ବନ୍ଧରେ ଗୋଟିଏ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା। ଏହାକୁ ଗ୍ରାମବାସୀ ଦେଖି ପୋଲିସରେ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ମୃତଦେହକୁ ବନ୍ଧରୁ କାଡିଥିଲେ ଓ ବ୍ୟବଚ୍ଛେଦ ନିମନ୍ତେ ବାଲିଗୁଡା ଉପଖଣ୍ଡ ଚିକିସତ୍ାଳୟକୁ ପଠାଇଥିଲେ। ମୃତକ ଜଣଙ୍କ ଗଦରପଡି ସାହିର ସୁଆର ମଳିକ ବୋଲି ଜଣାପଡିଛି। ତାଙ୍କର କିଭଳି ମୃତ୍ୟୁ ଘଟିଲା ପୋଲିସ ତଦନ୍ତ ଆରମ୍ଭ କରିଛି।