କରୋନାକୁ ନେଇ ଡିଡିଏମଏ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨ ।୯: ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ(ଡିଡିଏମଏ) ଗୁରୁବାର କରୋନା ସମୀକ୍ଷାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲା । ଉପରାଜ୍ୟପାଳ ବିନୟ କୁମାର ସାକ୍ସେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଟୁଇଟ କରିଛନ୍ତି । ଟୁଇଟରେ କେଜରିୱାଲ କହିଛନ୍ତି ବୈଠକରେ କରୋନା ସ୍ଥିତିର ସମୀକ୍ଷା କରାଗଲା । ଏହାସହ କରୋନାକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସମସ୍ତ ଦିଲ୍ଲୀବାସୀଙ୍କ୍‌ୁ ବୁଷ୍ଟର ଡୋଜ ନେବାକୁ କୁହାଯାଇଛି । ଆଗକୁ ପାର୍ବଣ ଆସୁଥିବା ବେଳେ ପରିବାରକୁ କରୋନାଠାରୁ ଦୂରେଇ ରଖିବାକୁ ଟିକା ସହ ବୁଷ୍ଟର ଡୋଜ ନେବାକୁ ଅପିଲ କରାଯାଇଛି । କରୋନାକୁ ଏଡାଇବାକୁ ସମସ୍ତ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି । ଏହାସହ ଦିଲ୍ଲୀ ସହ ଜଡିତ ପ୍ରସଙ୍ଗରେ ଶୁକ୍ରବାର ହେଉଥିବା ରୁଟିନ ବୈଠକ ବି ହୋଇଯାଇଛି ।
କରୋନା ସଂକ୍ରମଣ କମୁଥିବାରୁ ଯେତେସବୁ କରୋନା କେୟାର ସେଣ୍ଟର ଖୋଲାଯାଇଥିଲା ତାକୁ ରିଲିଜ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି କି କରୋନା ସଂକ୍ରମଣ କମ୍ ହେଉଥିବାରୁ ଯେଉଁସବୁ ହସ୍ପିଟାଲରେ କରୋନା ପାଇଁ ଡେଡିକେଟେଡ କର୍ମଚାରୀ ଓ ଉପକରଣ ଥିଲା ତାକୁ ବି କମ କରିବାକୁ ନିଷ୍ପତ୍ତି ନିଆଯାଇଛି ।

Share