Categories: ଜାତୀୟ

ବୀରେନ୍‌ ସିଂଙ୍କ ଇସ୍ତଫା ଦାବିକଲେ ଡିସିଡବ୍ଲ୍ୟୁ ମୁଖ୍ୟ

ଇମ୍ଫାଲ,୨୬ା୭: ମଣିପୁର ହିଂସା ଘଟଣାରେ ଦିଲ୍ଲୀ ମହିଳା କମିଶନ(ଡିସିଡବ୍ଲ୍ୟୁ) ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲ ମୁଖ୍ୟମନ୍ତ୍ରୀ ଏନ୍‌.ବୀରେନ୍‌ ସିଂଙ୍କ ଇସ୍ତଫା ଦାବି କରିଛନ୍ତି। ସେ ଦିଲ୍ଲୀରୁ ଆସି ପୀଡ଼ିତାଙ୍କୁ ଭେଟିପାରୁଥିବାବେଳେ ମୁଖ୍ୟମନ୍ତ୍ରୀ ଆସିପାରୁନାହାନ୍ତି କାହିଁକି ବୋଲି ସ୍ବାତୀ ପ୍ରଶ୍ନ କରିଥିଲେ। ଜାତିଆଣ ହିଂସା ବେଳେ ମେ’ ୪ରେ ଦୁଇଜଣ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ପରେଡ୍‌ କରାଯାଇଥିଲା। ସେମାନେ ଗଭୀର ମାନସିକ ଆଘାତ ପାଇଥିବାବେଳେ ଏପର୍ଯ୍ୟନ୍ତ କୌଣସି ସହାୟତା ପାଇ ନାହାନ୍ତି। ସରକାରରୁ କେହି ଦୁଇ ପୀଡ଼ିତାଙ୍କୁ ଭେଟିବା ଲାଗି ନ ଆସିବା ଦୁର୍ଭାଗ୍ୟଜନକ ବୋଲି ସ୍ବାତୀ କହିଛନ୍ତି। ଡିସିଡବ୍ଳ୍ୟୁ ଅଧ୍ୟକ୍ଷା ପୀଡ଼ିତାଙ୍କ ପରିବାରକୁ ଭେଟିବା ଅବସରରେ ହିଂସାକାଣ୍ଡ ପାଇଁ ରାଜ୍ୟ ସରକାରଙ୍କୁ ନିନ୍ଦା କରିଥିଲେ।

Share