ସିବିଆଇ ସହ ସମନ୍ବୟ ରକ୍ଷା ପାଇଁ ନିଯୁକ୍ତ ହୋଇଥିବା ଡିସିପି କରୋନା ପଜିଟିଭ

ମୁମ୍ବାଇ,୨୯।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାର ତଦନ୍ତ ଏବେ ସିବିଆଇ ହାତରେ। ଏହି ମାମଲାରେ ସିବିଆଇ ବିଭିନ୍ନ ଦିଗକୁ ନେଇ ଖୋଳତାଡ଼ ଚଳାଇଛି। ଇତିମଧ୍ୟରେ ସିବିଆଇ ସହ ସମନ୍ବୟ ରକ୍ଷା କରିବା ପାଇଁ ମୁମ୍ବାଇ ପୋଲିସ ପକ୍ଷରୁ ନିଯୁକ୍ତ ହୋଇଥିବା ଡିସିପି ଅଭିଷେକ ତ୍ରିମୁଖେ କରୋନା ପଚିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହ ତାଙ୍କ ପରିବାର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ରିପୋର୍ଟ ଆାସିବା ପରେ ଡିସିପି ଅଭିଷେକ ଓ ତାଙ୍କର ପରିବାର ହୋମ୍‌ ଆଇସୋଲେଶନ୍‌ରେ ରହିଛନ୍ତି। ଡିସିପିଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ଏବେ ସିବିଆଇ ପାଇଁ ଚିନ୍ତା ବଢ଼ିଯାଇଛି। କାରଣ ଯାଞ୍ଚ ଆରମ୍ଭରୁ ସିବିଆଇ ସହ କେତେଥର ଅଭିଷେକଙ୍କ ସାକ୍ଷାତକାର ହୋଇଛି। ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ କଲ୍‌ ଡିଟେଲ୍ସ ଯାଞ୍ଚ ବେଳେ ଚର୍ଚ୍ଚାର ପରିସରକୁ ଆସିଥିଲେ ଡିସିପି ଅଭିଷେକ। ସେ ଲଗାତର ସୁଶାନ୍ତଙ୍କ ବାନ୍ଧବୀ ରିୟାଙ୍କ ସମ୍ପର୍କରେ ଥିଲେ ବୋଲି ଚର୍ଚ୍ଚା ହୋଇଥିଲା।

Share