Categories: ଖେଳ

ଟସ୍‌ ଜିତିଲା ଦିଲ୍ଲୀ

ମୁମ୍ବାଇ,୨୦।୪: ଆଇପିଏଲ ୨୦୨୨ର ୩୨ତମ ମ୍ୟାଚରେ ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ (ଡିସିି) ପଞ୍ଜାବ କିଙ୍ଗସ (ପିବିକେଏସ)କୁ ଭେଟୁଛି। ଦିଲ୍ଲୀ କ୍ୟାପିଟାଲ୍ସ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। କରୋନା ସଂକ୍ରମିତ ମିସେଲ ମାର୍ଶଙ୍କ ସ୍ଥାନରେ ସରଫରାଜ ଖାନଙ୍କୁ ଦିଲ୍ଲୀ ଦଳରେ ସାମିଲ କରାଯାଇଛି। ଅନ୍ୟପକ୍ଷରେ ପଞ୍ଜାବ କିଙ୍ଗ୍ସ ଦୁଇଟି ପରିବର୍ତ୍ତନ କରିଛି। ପ୍ରଭାଶିମରନ୍‌ ସିଂ ଏବଂ ଓଡିଅନ ସ୍ମିଥ ବାଦ୍‌ ଦିଆଯାଇଥିଲା। ପଞ୍ଜାବ ଅଧିନାୟକ ମୟଙ୍କ ଅଗ୍ରୱାଲ ଫେରି ଆସିଛନ୍ତି। ନାଥନ ଏଲିସଙ୍କ ଚଳିତ ସିଜିନ୍‌ରେ ପ୍ରଥମ ଥର ପାଇଁ ଏକ ସୁଯୋଗ ଦିଆଯାଇଛି।
ମ୍ୟାଚ୍‌ ପୂର୍ବରୁ ଦିଲ୍ଲୀ କ୍ୟାପଟାଲ୍ସ ଦଳର ମାର୍ଶ କରୋନା ଆକ୍ରାନ୍ତ ହେବାପରେ ଆଜିର ମ୍ୟାଚ୍‌ ହେବା ନେଇ ସସ୍‌ପେନ୍ସ ଥିଲା। ଟସ ସମୟରେ ଦିଲ୍ଲୀ ଅଧିନାୟକ ପନ୍ତ କହିଛନ୍ତି, ଦୁର୍ଭାଗ୍ୟଜନକ ଘଟଣା ଆମ ସହ ଘଟିଛି, କିନ୍ତୁ ଆମର ଧ୍ୟାନ ତାହା ଉପରେ ନୁହେଁ,ଆଜିର ମ୍ୟାଚ୍‌ ଉପରେ ଅଛି। ଆମେ ଖେଳିବାକୁ ପ୍ରସ୍ତୁତ।

Share