Categories: ଖେଳ

କୂଳଦୀପଙ୍କ ଚମତ୍କାର ବୋଲିଂ: ହାରିଲା କୋଲକତା

କୋଲକତା,୧୦।୪:ଆଇପିଏଲ୍‌ ୨୦୨୨ରେ ରବିବାର ଦିଲ୍ଲୀ କ୍ୟାପିଟାଲ୍ସ ୪୪ ରନ୍‌ରେ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରିଛି। ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମରେ ଏକ ମ୍ୟାଚ୍‌ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ୨୧୬ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରି କୋଲକତା ୧୭୧ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଶ୍ରେୟାସ ଆୟାର୍‌(୫୪) ଏବଂ ନୀତିଶ ରାଣା(୩୦)ଙ୍କୁ ଛାଡି ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍‌ କ୍ରିଜ୍‌ରେ ତିଷ୍ଠି ପାରି ନ ଥିଲେ।
ଦିଲ୍ଲୀ ପକ୍ଷରୁ କୂଳଦୀପ ଯାଦବ ଚମତ୍କାର ବୋଲିଂ କରି ୪ଟି ଉଇକେଟ୍‌ ନେଇଥିବାବେଳେ ଖଲିଲ ଅହମ୍ମଦ ୩ଟି, ଶାଦ୍ଦୁଳ ଠାକୁର ୨ଟି, ଲଳିତ ଯାଦବ ଗୋଟିଏ ଉଇକେଟ୍‌ ନେଇଥିଲେ।
ଏହି ମ୍ୟାଚ୍‌ରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି କୋଲକତାକୁ ୨୧୬ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଡେଭିଡ ଓ୍ବାର୍ନର(୬୧) ଏବଂ ପୃଥ୍ବୀ ଶ’(୫୧)ଙ୍କ ଅର୍ଦ୍ଧଶତକ ଏବଂ ଅକ୍ଷର ପଟେଲ(୨୨), ଶାର୍ଦ୍ଦୁଳ ଠାକୁର(୨୯)ଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଦିଲ୍ଲୀ ନିଦର୍ଦ୍ଧାରିତ ଓଭରରେ ୫ ଉଇକେଟ୍‌ ହରାଇ ୨୧୫ ରନ୍‌ କରିଥିଲା। କୋଲକତା ପକ୍ଷରୁ ସୁନୀଲ ନାରିନ ୨ ଉଇକେଟ୍‌ ନେଇଥିବାବେଳେ ଉମେଶ ଯାଦବ, ଆନ୍ଦ୍ରେ ରଶେଲ ଏବଂ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏ ଉଇକେଟ୍‌ ନେଇଥିଲେ।

 

Share