ଟସ୍‌ ଜିତିଲା ଡିସି, ପ୍ରଥମେ ବୋଲିଂ…

ମୁମ୍ବାଇ, ୨।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ବିପକ୍ଷରେ ଗୁଜୁରାଟ ଟାଇଟନ୍ସ(ଜିଟି) ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମହାରାଷ୍ଟ୍ରର ପୁଣେ ସ୍ଥିତ କ୍ରିକେଟ ଆସୋସିଏଶନ୍‌ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଡିସିର ଅଧିନାୟକ ରିଷଭ ପନ୍ତ ଟସ ଜିତିଛନ୍ତି। ସେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜିଟି ଅଧିନାୟକ ହାର୍ଦିକ ପାଣ୍ଡ୍ୟା ବ୍ୟାଟିଂ କରିବାକୁ ପଡ଼ିଆ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି।

ଗୁଜୁରାଟ ଟାଇଟାନ୍ସରେ ଶୁଭମାନ ଗିଲ, ମାଥ୍ୟୁ ୱେଡ (ଓ୍ବିକେଟ କିପର), ବିଜୟ ଶଙ୍କର, ଅଭିନାଭ ମନୋହର, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଡେଭିଡ ମିଲର, ରାହୁଲ ତେୱାଟିଆ, ରସିଦ ଖାନ, ଲକି ଫର୍ଗୁସନ, ଭରୁଣ ଆରୋନ, ମହମ୍ମଦ ଶାମି ଖେଳୁଛନ୍ତି।

ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ୍‌ରେ ପ୍ରୀତି ଖାଁ, ଟିମ ସେଫର୍ଟ, କେ.ଏସ ଭରତ, ରିଷଭ ପନ୍ତ (ଓ୍ବିକେଟ କିପର ଏବଂ ଅଧିନାୟକ), ରୋଭମାନ ପାଓ, ଲେ, ଲଲିତ ଯାଦବ, ଆକ୍ସର ପଟେଲ, ଶାର୍ଦ୍ଦୁଲ ଠାକୁର, ଖାଲିଲ ଅହମ୍ମଦ, କୁଲଦୀପ ଯାଦବ, ମୁସ୍ତାଫିଜୁର ରହମାନ / ଲୁଙ୍ଗି ନିଗିଡି ପ୍ରମୁଖ ଖେଳୁଛନ୍ତି।

Share