Categories: ଖେଳ

ଦିଲ୍ଲୀରେ ଡିସି-ଜିଟି ମୁହାଁମୁହିଁ…

ନୂଆଦିଲ୍ଲୀ,୪।୪ : ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୩ର ସପ୍ତମ ମ୍ୟାଚ୍‌ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଏବଂ ଗୁଜରାଟ ଟାଇଟାନ(ଜିଟିି) ମଧ୍ୟରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ମଙ୍ଗଳବାର ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ। ଡିସି ଅଧିନାୟକ ଡେଭିଡ ଓ୍ବାର୍ନର ଏବଂ ଜିଟିି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ଶେଷ କରିଛନ୍ତି।

ଦିଲ୍ଲୀ କ୍ୟାପିଟାଲ୍ସର ପ୍ଲେଇଙ୍ଗ ୧୧ରେ ପୃଥ୍ବୀ ଶ, ଡେଭିଡ ୱାର୍ଣ୍ଣର(ଅଧିନାୟକ), ମିଚେଲ ମାର୍ଶ, ସରଫରାଜ ଖାନ(ଓ୍ବିକେଟ କିପର), ରୋଭମାନ ପାୱେଲ, ଅମାନ ଖାନ, ଆକ୍ସାର ପଟେଲ, କୁଲଦୀପ ଯାଦବ, ଚେତନ ସାକାରିଆ, ଅନ୍ରିଚ ନର୍ଟେଜେ, ଖାଲିଲ ଅହମ୍ମଦ / ମନୀଷ ପାଣ୍ଡେ ରହିଛନ୍ତି।

ସେହିପରି ଗୁଜରାଟ ଟାଇଟାନ୍ସର  ପ୍ଲେଇଙ୍ଗ ୧୧ରେ ଶୁଭମାନ ଗିଲ, ରିଦ୍ଧିମାନ ଶାହା(ଓ୍ବିକେଟ କିପର), ବିଜୟ ଶଙ୍କର, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ଡେଭିଡ ମିଲର, ରାହୁଲ ତେୱାଟିଆ, ରସିଦ ଖାନ, ଅଲଜାରି ଜୋସେଫ, ଜୋଶୁଆ ଲିଟିଲ, ମହମ୍ମଦ ଶାମି, ୟଶ ଦିନଲ / ସାଇ ସୁଦର୍ଶନ ପ୍ରମୁଖ ଅଛନ୍ତିି।

Share