Categories: ଜାତୀୟ

‘ରାହୁଲ ଗାନ୍ଧୀ’ଙ୍କ ସମାନ ନାଁକୁ ବି ଅଯୋଗ୍ୟ ଘୋଷିତ କଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୩୧ ।୩: ରାହୁଲ ଗାନ୍ଧୀଙ୍କ ନାମ ସହ ଯୋଡି ହୋଇଥିବା ଆଉ ଏକ ମାଲା ସାମ୍ନାକୁ ଆସିଛି । ନିର୍ବାଚନ କମିଶନ ରାହୁଲ ଗାନ୍ଧୀଙ୍କ ସମାନ ନାମକୁ ବି ଅଯୋଗ୍ୟ ଘୋଷିତ କରିଛନ୍ତି । ନିର୍ବାଚନ କମିଶନଙ୍କ ଅନୁଯାୟୀ, ନିର୍ବାଚନ ଖର୍ଚ୍ଚର ସୂଚନା ନ ଦେଇଥିବା ଅଭିଯୋଗରେ ‘ରାହୁଲ ଗାନ୍ଧୀ କେ. ଇ ପୁତ୍ର ଓ ବଲସମା’କୁ ଅଯୋଗ୍ୟ ଘୋଷିତ କରାଯାଇଛି । ୨୦୧୯ ଲୋକ ସଭା ନିର୍ବାଚନ ସମୟରେ କେରଳର ୱାଇନାଡ ଆସନରୁ ସେ ନିର୍ଦ୍ଦଳୀୟ ନିର୍ବାଚନ ଲଢିଥିଲେ, ସେଠାରୁ ରାହୁଲ ଗାନ୍ଧୀ ବହୁମତରେ ବିଜୟୀ ହୋଇଥିଲେ । ସେତେବେଳେ ରାହୁଲଙ୍କ ସମାନ ନାମକୁ ୨୧୯୬ ଭୋଟ ମିଳିଥିଲା ।

Share