Categories: ଜାତୀୟ

ସ୍ବାମୀଙ୍କ ଦଶାହ ପରେ ବିଷ ପିଇଲେ ମା’, ଝିଅ

ଗୁରୁଗ୍ରାମ(ହରିୟାଣା),୧୭।୭: ଜଣେ ୪୬ ବର୍ଷୀୟ ମହିଳା ଓ ତାଙ୍କ ୨୪ ବର୍ଷୀୟା ଝିଅ ଗୁରୁଗ୍ରାମ ସୋସାଇଟ୍‌ ସ୍ଥିତ ଫ୍ଲାଟରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଟ୍ୟାକ୍ସ କନସଲଣ୍ଟାଣ୍ଟ ଭାବେ କାର୍ଯ୍ୟକରୁଥିବା ମହିଳାଙ୍କ ସ୍ବାମୀ ହରିଶ ଶେଟ୍ଟି ଗତ ୬ ତାରିଖରେ ଏକ ହୋଟେଲରେ ଆତ୍ମହତ୍ୟା କରିଥିଲେ।

ତାଙ୍କ ପତ୍ନୀ ବିନା ଶେଟ୍ଟି ପ୍ରାଇଭେଟ କମ୍ପାନୀର ସେଲ୍ସ ଡିପାର୍ଟମେଣ୍ଟରେ କାମ କରୁଥିବାବେଳେ ତାଙ୍କ ଝିଅ ଯଶିକା ଏମ୍‌ବିଏ କରୁଥିଲେ। ଏବେ ସେମାନଙ୍କର ଆତ୍ମହତ୍ୟା ପଛର କାରଣ ଖୋଜୁଛି ପୋଲିସ।

Share