୨୪ ଘଣ୍ଟାରୁ କମିଲା ଦିନ

ନୂଆଦିଲ୍ଲୀ, ୧ା୮: ପୃଥିବୀ ନିଜ କକ୍ଷପଥରେ ଘୂରିବା ସମୟର ପୂର୍ବ ରେକର୍ଡକୁ ଭାଙ୍ଗିଛି। ୨୦୨୦ ଜୁଲାଇ ୧୯ରେ ୨୪ ଘଣ୍ଟାରୁ ୧.୪୭ ମିଲିସେକେଣ୍ଡ କମ୍‌ ଅବଧିରେ ପୃଥିବୀ ନିଜ ଚାରିପଟେ ଘୂରିଥିବାବେଳେ ଗତ ଶୁକ୍ରବାର ୧.୫୯ କମ୍‌ ମିଲିସେକେଣ୍ଡ ମଧ୍ୟରେ ଘୂର୍ଣ୍ଣନ କରିଛି। ନିୟମିତ ଦିନିକିଆ ଘୂର୍ଣ୍ଣନ ସମୟରେ ହ୍ରାସ ଫଳରେ ସ୍ମାର୍ଟଫୋନ୍‌, କମ୍ପ୍ୟୁଟର ଏବଂ ଦୂର ସଞ୍ଚାର କ୍ଷେତ୍ର ଉପରେ ନକାରାମତ୍କ ପ୍ରଭାବ ପଡ଼ିବ ବୋଲି ବୈଜ୍ଞାନିକମାନେ ଚିନ୍ତାବ୍ୟକ୍ତ କରିଛନ୍ତି।
ପୃଥିବୀ ନିଜ କକ୍ଷ ଚାରିପାଖେ ବୁଲିବା ସହ ସୂର୍ଯ୍ୟଙ୍କ ଚତୁଃପାର୍ଶ୍ୱରେ ମଧ୍ୟ ଘୂରିଥାଏ। ନିଜ କକ୍ଷ ଚାରିପାଖେ ଘୂରିବା କାରଣରୁ ପୃଥିବୀ ପୃଷ୍ଠରେ ଦିନରାତି ସମ୍ଭବ ହୋଇଥାଏ, ଯେଉଁଥିଲାଗି ପୃଥିବୀକୁ ୨୪ ଘଣ୍ଟା ସମୟ ଲାଗେ। ସୂର୍ଯ୍ୟ ଚତୁଃପାର୍ଶ୍ୱ ଅତିକ୍ରମ କରିବା ପାଇଁ ପୃଥିବୀକୁ ୩୬୫ ଦିନ ବା ୧ ବର୍ଷ ଲାଗିଥାଏ। ପୃଥିବୀ ନିଜକକ୍ଷ ପଥରେ ଘୂର୍ଣ୍ଣାୟମାନ ବେଗରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଗତ ୨୯ ତାରିଖରେ ପୃଥିବୀ ୧.୫୯ ମିଲିସେକେଣ୍ଡରୁ କମ୍‌ ସମୟ ମଧ୍ୟରେ ନିଜ କକ୍ଷ ଚାରିପାଖେ ଭ୍ରମଣ କରିଛି। ଏଥିଲାଗି ପୃଥିବୀକୁ ୨୪ ଘଣ୍ଟାରୁ କମ୍‌ ସମୟ ଲାଗିଛି। ‘ଇଣ୍ଡିପେଣ୍ଡେଣ୍ଟ’ ପତ୍ରିକାରେ ପ୍ରକାଶିତ ଖବର ଅନୁସାରେ ପୃଥିବୀର ଘୂର୍ଣ୍ଣାୟମାନ ବେଗରେ ବୃଦ୍ଧି ଘଟିଛି। ଏ କାରଣରୁ ୨୦୨୦ରେ ପୃଥିବୀରେ ସବୁଠାରୁ ଛୋଟ ମାସ ଦେଖିବାକୁ ମିଳିଥିଲା। ଏହାପୂର୍ବରୁ ୧୯୬୦ ଦଶକରେ ମଧ୍ୟ ସମାନ ସ୍ଥିତି ଉପୁଜିଥିଲା। ୨୦୨୦ ଜୁଲାଇ ୧୯ରେ ସବୁଠାରୁ କମ୍‌ ସମୟ ୧.୪୭ ମିଲିସେକେଣ୍ଡରେ ପୃଥିବୀ ନିଜକକ୍ଷ ଚାରିପାଖେ ଘୂରିଥିଲା। ୨୦୨୧ରେ ପୃଥିବୀର ଘୂର୍ଣ୍ଣାୟମାନ ବେଗରେ ବୃଦ୍ଧି ଘଟିଥିଲେ ହେଁ କୌଣସି ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିନାହିଁ। ଏହା ପଛର କାରଣ ବିଷୟରେ କୌଣସି ସ୍ପଷ୍ଟ ତଥ୍ୟ ମିଳି ନ ଥିବାବେଳେ ମହାସାଗରୀୟ ପରିବେଶ, ଢ଼େଉ ଏବଂ ଜଳବାୟୁ ପରିବର୍ତ୍ତନ ଯୋଗୁ ଏ ପ୍ରକାର ପରିବର୍ତ୍ତନ ଦେଖାଦେଇଥିବା ବୈଜ୍ଞାନିକମାନେ ଦାବି କରିଛନ୍ତି। ଅନ୍ୟପଟେ ପୃଥିବୀର କକ୍ଷପଥ ଘୂର୍ଣ୍ଣାୟମାନ ବେଳେ ପୃଷ୍ଠଭାଗରୁ ଏହାର ଭୌଗୋଳିକ ରେଖା ପର୍ଯ୍ୟନ୍ତ ହେଉଥିବା ମୁଭ୍‌ମେଣ୍ଟରେ ହେଉଥିବା ପରିବର୍ତ୍ତନ କାରଣରୁ ପୃଥିବୀର ଘୂର୍ଣ୍ଣାୟମାନ ବେଗରେ ବୃଦ୍ଧି ଘଟୁଥାଇପାରେ ବୋଲି ବୈଜ୍ଞାନିକ ଲେଓନିଦ ଜୋଟୋଭ୍‌, କ୍ରିଷ୍ଟିଆନ୍‌ ବିଜୋଉଆର୍ଡ, ନିକୋଲେ ସିଡୋର୍ନକୋଭ କହିଛନ୍ତି।
ଯଦି ଭବିଷ୍ୟତରେ ଏ ପ୍ରକାର ସ୍ଥିତିର ଲଗାତର ପୁନରାବୃତ୍ତି ହୁଏ ତେବେ ଏହାର ନକାରାତ୍ମକ ପ୍ରଭାବ ଅଧିସେକେଣ୍ଡ (ସମୟ ଓ ଆବର୍ତ୍ତନ ସହ ସମନ୍ବୟ ରକ୍ଷା କରିବା ପାଇଁ ବ୍ୟବହୃତ ସମୟ) ଉପରେ ପଡ଼ିବ। ଫଳରେ ସ୍ମାର୍ଟଫୋନ୍‌, କମ୍ପ୍ୟୁଟର ଏବଂ ଦୂର ସଞ୍ଚାର କ୍ଷେତ୍ରକୁ ଏହା ପ୍ରଭାବିତ କରିବ। ଅନ୍ୟପଟେ ସମୟରେ ବ୍ୟତିକ୍ରମ ଦେଖାଯିବା ଫଳରେ ଡାଟା କରପ୍ଟ ହେବାର ଆଶଙ୍କା ରହିଛି। ଷ୍ଟାଣ୍ଡାର୍ଡ ପ୍ରାଇମେରୀ ଟାଇମ୍‌ ଦ୍ୱାରା ସାରା ବିଶ୍ୱ ପରିଚାଳିତ। ପୃଥିବୀ ନିଜକକ୍ଷ ଚାରିପାଖେ ଘୂରିବାରେ ପରିବର୍ତ୍ତନ ଦେଖାଯିବା କାରଣରୁ ବିଗତ ଦିନରେ ପ୍ରାୟ ୨୭ ଥର ଅଧି ସେକେଣ୍ଡରେ ପରିବର୍ତ୍ତନ କରାଯାଇଥିବା କୋଅର୍ଡିନେଟେଡ୍‌ ୟୁନିଭର୍ସାଲ ଟାଇମ୍‌ (ୟୁଟିସି) ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର ପରେ…

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ...

ଧାନମଳା ମେଶିନରେ ପଶିଗଲା ଯୁବକଙ୍କ ହାତ, ଆଉ ତା’ ପରେ…

ମୋହନା,୧୩ା୧୨(ମନ୍ମଥ ମିଶ୍ର): ଧାନମଳା ମେଶିନରେ ହାତକଟି ଯିବାରୁ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ମୋହନା ବ୍ଲକ ଅନ୍ତର୍ଗତ ପିଣ୍ଡିକି ପଞ୍ଚାୟତ ନିଜୁମା...

ଧାନ ଉଠାଇବା ପାଇଁ ଜିଲାପାଳଙ୍କୁ ଗୁହାରି: ଗୋଡ଼ତଳେ ଧାନ ପକାଇ ମୁଣ୍ଡିଆ ମାରିଲେ ଚାଷୀ

ପଦ୍ମପୁର,୧୩ା୧୨(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟା ସ୍ବାଭାବିକ ହୋଇ ପାରିନାହିଁ। ଜିଲାର ବିଭିନ୍ନ ମଣ୍ଡିରେ ବହୁ ପରିମାଣରେ ଧାନ ପଡ଼ିରହିଛି। ଏହାକୁ ନେଇ...

କାହିଁକି ଷ୍ଟାଡ଼ିୟମରେ ହେଲା ହଙ୍ଗାମା, କାହିଁକି ରାଗିଲେ ମେସିଙ୍କୁ ଦେଖିବାକୁ ଆସିଥିବା ଦର୍ଶକେ, ସରକାର ନେଲେ କି…

କୋଲକାତା,୧୩।୧୨: ଶନିବାର ସକାଳେ ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କୁ ଦେଖିବା ପାଇଁ କୋଲକାତାର ସଲ୍ଟ ଲେକ ଷ୍ଟାଡିୟମରେ ପ୍ରଶଂସକମାନେ ଏକାଠି ହୋଇଥିଲେ। GOAT ଇଣ୍ଡିଆ...

ଭିନ୍ନ ଷ୍ଟାଇଲରେ ପୁଅ ସହ ମେସିଙ୍କୁ ଭେଟିଲେ ଶାହାରୁଖ, ଭିଡିଓ ଭାଇରାଲ

କୋଲକାତା,୧୩।୧୨: ଭାରତୀୟ ପ୍ରଶଂସକମାନେ ଏକ ସ୍ମରଣୀୟ ମୁହୂର୍ତ୍ତର ସାକ୍ଷୀ ହୋଇଥିଲେ ଯେତେବେଳେ ବଲିଉଡର ‘ବାଦଶାହା’ ଶାହରୁଖ ଖାନ ଏବଂ ଫୁଟବଲର ‘ବାଦଶାହା’ ଲିଓନେଲ ମେସିଙ୍କ ସାକ୍ଷାତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri