Categories: ଜାତୀୟ

ଉତ୍ତରାଖଣ୍ଡ ହିମସ୍ଖଳନ: ବଢୁଛି ମୃତକଙ୍କ ସଂଖ୍ୟା, ୨ଶହରୁ ଊର୍ଦ୍ଧ୍ୱ ଲୋକ ନିଖୋଜ

ଡେରାଡୁନ,୧୧ ।୨: ଉତ୍ତରାଖଣ୍ଡରେ ୫ ଦିନ ତଳେ ହୋଇଥିବା ହିମସ୍ଖଳନରେ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଦ୍ଧାରକାରୀ ଦଳଙ୍କ ଦ୍ୱାରା ଏବେ ପର୍ଯ୍ୟନ୍ତ ୩୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ପ୍ରାୟ ୨୦୪ ଜଣ ନିଖୋଜ ଥିବା କୁହାଯାଉଛି । ଗୁରୁବାର ଉତ୍ତରାଖଣ୍ଡ ରାଜ୍ୟପାଳ ବେବି ରାଣି ମୌର୍ଯ୍ୟ ଚାମୋଲି ଜିଲାରେ ହୋଇଥିବା ଏହି ହିମସ୍ଖଳନ ନିକଟ ଟନେଲ ବୁଲି ଦେଖିଛନ୍ତି ଓ ଆଉଟିବିପି ଅଧିକାରୀଙ୍କ ସହ ସାକ୍ଷାତ୍ କରି ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି । ଅନ୍ୟପଟେ ରିଷିଗଙ୍ଗା ନଦୀରେ ଜଳସ୍ତର ବୃଦ୍ଧି ପାଇଥିବାରୁ ଉଦ୍ଧାର କାର୍ଯ୍ୟକୁ ଅସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଥିବା ସୂଚନା ଦେଇଛନ୍ତି ଉତ୍ତରାଖଣ୍ଡ ଡିଜିପି ଅଶୋକ କୁମାର । ନଦୀ ଜଳସ୍ତର ବୃଦ୍ଧିକୁ ଦେଖି ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ଲାଗି କୁହାଯାଇଛି । ସୂଚନାଯୋଗ୍ୟ, ୫ ଦିନ ତଳେ ଚାମେଲି ଜିଲାରେ ହିମସ୍ଖଳନ ଫଳରେ ଏକ ଟନେଲରେ ଫସି ରହିଥିବା କିଛି ଲୋକଙ୍କ ମୃତ୍ୟୁ ହୋଇଥିଲା । ହଠାତ୍ ଏହା ହେବା ଫଳରେ ସେଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ।

Share