ଦ୍ୱିତୀୟ ଦିନରେ ରାଜଧାନୀ ଉପରେ ମିସାଇଲ ବର୍ଷା

ନୂଆଦିଲ୍ଲୀ,୨୫।୨: ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସବୁଠୁ ବଡ଼ ସାମରିକ କାର୍ଯ୍ୟନୁଷ୍ଠାନ ଦେଖୁଛି ୟୁରୋପ। ପୂର୍ବତନ ସୋଭିଏଟ୍‌ ରାଜ୍ୟ ଉପରେ ରୁଷିଆର ସ୍ଥଳ, ସମୂଦ୍ର ଓ ବାୟୁ ସେନା ଲଗାତାର ମିସାଇଲ ମାଡ କରିଛନ୍ତି। ଯୁଦ୍ଧର ପ୍ରଥମ ଦିନ ଅତିକମ୍‌ରେ ୧୩୭ ୟୁକ୍ରେନିଆନ୍ସଙ୍କ ମୃତ୍ୟୁ ହୋଇଥିବା ୟୁକ୍ରେନ ସ୍ପଷ୍ଟ କରିଛି। ଦ୍ୱିତୀୟ ଦିନରେ ୟୁକ୍ରେନ ରାଜଧାନୀ କ୍ୱିଭ ଉପରେ ମିସାଇଲ ବର୍ଷା କରିଛି ରୁଷିଆ।

ଶୁକ୍ରବାର ସକାଳେ ରାଜଧାନୀ କ୍ୱିଭର କେନ୍ଦ୍ରୀୟ ଅଞ୍ଚଳରେ ଦୁଇଟି ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏଥିରେ ମୃତାହତଙ୍କ ସଂଖ୍ୟା ଜଣା ପଡ଼ିନାହିଁ। ଯୁଦ୍ଧର ଦ୍ୱିତୀୟ ଦିନରେ ରାଜଧାନୀକୁ କବ୍‌ଜାରେ ନେବା ପାଇଁ ଆହୁରି ନିକଟତର ହୋଇଛି ରୁଷିଆ ସେନା।

କ୍ୱିଭର ଜନସାଧାରଣ ବସବାସ କରୁଥିବା ଅଞ୍ଚଳକୁ ରୁଷିଆ ଟାର୍ଗେଟ କରୁଥିବା ୟୁକ୍ରେନର ସେନା ପକ୍ଷରୁ କୁହାଯାଇଛି।

Share