Categories: ଜାତୀୟ

୭ଦିନିଆ ରିମାଣ୍ଡରେ ଗଲେ ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦଙ୍କ ଭାଇ

ମୁମ୍ବାଇ,୧୮।୨: ଅଣ୍ଡରୱାଲର୍‌ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ଙ୍କ ଭାଇ ଇକ୍‌ବାଲ କାସକରଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ମନି ଲଣ୍ଡରିଂ ମାମଲାରେ ଅଧିକ ପଚରା ଉଚରା ପାଇଁ ଇକ୍‌ବାଲଙ୍କୁ ୭ଦିନିଆ ରିମାଣ୍ଡରେ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଶୁକ୍ରବାର ମୁମ୍ବାଇର ଏକ ସ୍ବତନ୍ତ୍ର କୋର୍ଟ ତାଙ୍କୁ ୭ଦିନିଆ ରିମାଣ୍ଡରେ ପଠାଇଛନ୍ତି। ସୂଚନାଯୋଗ୍ୟ, ଇକ୍‌ବାଲ କାସକର ସବୁବେଳେ ସୁରକ୍ଷା ଏଜେନ୍ସି ଏବଂ ପୋଲିସର ଟାର୍ଗେଟରେ ରହିଆସିଛନ୍ତି। ଡ୍ରଗ୍ସ ଚୋରା କାରବାରରେ ମଧ୍ୟ ତାଙ୍କ ନାମ ସାମ୍ନାକୁ ଆସିଥିଲା। ଏଥିପାଇଁ ମୁମ୍ବାଇ ପୋଲିସ ତାଙ୍କୁ ୨୦୨୧ ଜୁନରେ ଗିରଫ କରିଥିଲା। ପୂର୍ବରୁ ହିଁ ଇକବାଲ ଜେଲ୍‌ରେ ଅଛନ୍ତି। ଏବେ ପୁଣି ଇଡି ଜାଲରେ ପଡ଼ିଛନ୍ତି ଇକ୍‌ବାଲ।

Share