Posted inଖେଳ

ପ୍ରଥମ ଇଂଲଣ୍ଡ ବୋଲର ଭାବେ ଏହି କିର୍ତ୍ତୀମାନ ହାସଲ କଲେ ଡେଭିଡ୍‌ ଓ୍ବିଲି

ସାଉଥାମ୍ପଟନ୍‌, ୩୧।୭: ମହାମାରୀ କରୋନା ଭାଇରସ୍‌ ପରବର୍ତ୍ତୀ ପ୍ରଥମ ଦିନିକିଆ ସିରିଜ ଘରୋଇ ଇଂଲଣ୍ଡ ଓ ପଡ଼ୋଶୀ ଆୟର୍ଲାଣ୍ଡ ମଧ୍ୟରେ ଆରମ୍ଭ ହୋଇଯାଇଛି। ଗୁରୁବାର ରାତିରେ ଖେଳାଯାଇଥିବା ସିରିଜର ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଇଂଲଣ୍ଡ ୬ ଉଇକେଟ୍‌ରେ ବିଜୟ ଲାଭ କରିଛି। ଏହି ମ୍ୟାଚ୍‌ରେ ଭ୍ରମଣକାରୀ ଆୟର୍ଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୪୪.୪ ଓଭରରେ ମାତ୍ର ୧୭୨ ରନରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଜବାବରେ ଇଂଲଣ୍ଡ ସାମ୍‌ ବିଲିଙ୍ଗ୍‌ (୬୭ ରନ) ଓ ଅଧିନାୟକ ଇଅନ ମୋର୍ଗାନ (୩୬)ଙ୍କ ଅପରାଜିତ ଇନିଂସ ବଳରେ ୨୭.୫ ଓଭରରେ ୪ ଉଇକେଟ୍‌ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା। ଚମତ୍କାର ବୋଲିଂ କରିଥିବା ଇଂଲଣ୍ଡର ଡେଭିଡ୍‌ ଓ୍ବିଲି (୮.୪-୨-୩୦-୫)ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା। ମ୍ୟାଚ୍‌ରେ ବାମହାତୀ ଦ୍ରୁତ ବୋଲର ଓ୍ବିଲି ମୋଟ୍‌ ୫୨ଟି ବଲ୍‌ ପକାଇଥିବାବେଳେ ସେଥିମଧ୍ୟରୁ ୩୫ ବଲ୍‌ ଡଟ୍‌ ରହିଥିଲା। ଅର୍ଥାତ୍‌ ୩୫ ବଲରେ ସେ କୌଣସି ରନ୍‌ ବ୍ୟୟ କରି ନ ଥିଲେ। ସେହିଭଳି ଏହି ମ୍ୟାଚ୍‌ ଅବସରରେ ଓ୍ବିଲି ଏକ ସ୍ବତନ୍ତ୍ର କିର୍ତ୍ତୀମାନ ଲାଭ କରିଛନ୍ତି। ଇଂଲଣ୍ଡର ପ୍ରଥମ ବାମହାତୀ ଦ୍ରୁତ ବୋଲର ଭାବେ ସେ କୌଣସି ଏକଦିବସୀୟ ମ୍ୟାଚ୍‌ରେ ୫ ଉଇକେଟ୍‌ ଅକ୍ତିଆର କରିଛନ୍ତି। ଏଥିପୂର୍ବରୁ ଆସେଲ୍‌ ଜାଇଲ୍ସ ଓ ସମିତ୍‌ ପଟେଲ ୫ ଉଇକେଟ୍‌ ହାସଲ କରିଥିଲେ ମଧ୍ୟ ଉଭୟ ସ୍ପିନର ଥିଲେ। ଉଲ୍ଲେଖଯୋଗ୍ୟ, ଉଦୀୟମାନ ବୋଲର ଓ୍ବିଲି ୨୦୧୯ ଆଇସିସି ବିଶ୍ୱକପ୍‌ରେ ସ୍ଥାନ ପାଇବାର ଯଥେଷ୍ଟ ସମ୍ଭାବନା ଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ଜୋଫ୍ରା ଆର୍ଚରଙ୍କୁ ବିଶ୍ୱକପ୍‌ ଟିକେଟ୍‌ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri