Categories: ଖେଳ

ଛିଙ୍କୁ ଛିଙ୍କୁ ଚେୟାରରୁ ଗଳିପଡିଲେ ଏହି କ୍ରିକେଟର୍‌, ସାଥୀ ଖେଳାଳି ଭୟଭୀତ: ଦେଖନ୍ତୁ ଭିଡିଓ

ଆଡିଲେଡ୍‌,୨୦।୧୨: ପାଞ୍ଚ ମ୍ୟାଚ ବିଶିଷ୍ଟ ଆଶେସ ସିରିଜ ୨୦୨୦-୨୧ର ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ ୪୦୦ରୁ ଅଧିକ ରନର ଅଗ୍ରଣୀ ହାସଲ କରିଛି। ଆଡିଲେଡର ଓଭାଲରେ ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ ଦିନରାତି ଖେଳାଯାଉଛି । ମ୍ୟାଚର ଚତୁର୍ଥ ଦିନ ଆରମ୍ଭ ହେବା ପୂର୍ବରୁ ଓପନର୍‌ ଡେଭିଡ ୱାର୍ଣ୍ଣରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ତୃତୀୟ ଦିନରେ ଦ୍ୱିତୀୟ ଇନିଂସରେ ୱାର୍ଣ୍ଣର ଆଉଟ ହୋଇଥିଲେ। ଏହା ପରେ ସେ ଡ୍ରେସିଂ ରୁମକୁ ଯାଇ ବସିଥିଲେ। ଏହି ସମୟରେ ୱାର୍ଣ୍ଣର ଛିଙ୍କିଥିଲେ। ତାଙ୍କ ଛିଙ୍କ ଏତେ ଶକ୍ତିଶାଳୀ ଥିଲା ଯେ ସେ ଚେୟାରରୁ ଗଳି ପଡିଥିଲେ। ଏହା ଦେଖି ତାଙ୍କ ପାଖରେ ବସିଥିବା ଖେଳାଳିମାନେ ମଧ୍ୟ ଭୟଭୀତ ହୋଇଯାଇଥିଲେ। ଅଧିନାୟକ ଷ୍ଟିଭ ସ୍ମିଥ ଏବଂ କୋଚ ଜଷ୍ଟିନ ଲାଙ୍ଗର ମଧ୍ୟ ୱାର୍ଣ୍ଣରଙ୍କ ପାଖରେ ବସିଥିଲେ, ସେମାନେ ବୁଲି ପଡିଥିଲେ। ୱାର୍ଣ୍ଣରଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକମାନେ ମଧ୍ୟ ତାଙ୍କ ଏହି ଭିଡିଓ ଉପରେ ମଜାଳିଆ କମେଣ୍ଟ ଦେଉଛନ୍ତି।

Share