ପୁରୁଣା ଟିମ୍‌କୁ ଫେରିଲେ ଓ୍ବାର୍ନର: ଜାଣନ୍ତୁ କେତେରେ ହେଲେ ବିକ୍ରି…

ବେଙ୍ଗାଲୁରୁ,୧୨।୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୫ତମ ସଂସ୍କରଣ ଲାଗି ମେଗା ନିଲାମ ପ୍ରକ୍ରିୟା ଜାରି ରହିଛି। ଏଥିରେ ଅଷ୍ଟ୍ରେଲିୟ ଖେଳାଳିଙ୍କ ପାଇଁ ବହୁତ ଚାହିଦା ରହିଥିବା ବେଳେ ଚଳିତ ଥର ୪୭ ଖେଳାଳି ସେମାନଙ୍କ ନାମ ପଞ୍ଜିକରଣ କରିଥିଲେ। ସେଥିରୁ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଡେଭିଡ୍‌ ଓ୍ବାର୍ନରଙ୍କୁ ଶୀର୍ଷ ବେସ୍‌ ପ୍ରାଇସ୍‌ ବର୍ଗ(୨ କୋଟି ଟଙ୍କାରେ ସ୍ଥାନ ମିଳିଛି। ତେବେ ଚଳିତ ଥର ଓ୍ବାର୍ନରଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୬ କୋଟି ୨୫ ଲକ୍ଷ ଟଙ୍କାରେ କିଣିଛି।

୩୫ ବର୍ଷୀୟ ଓ୍ବାର୍ନର ଏଯାବତ ଆଇପିଏଲ୍‌ରେ କେବଳ ଦୁଇଟି ଟିମ୍‌ ପାଇଁ ଖେଳିଛନ୍ତି। ପ୍ରଥମେ ଦିଲ୍ଲୀ ଟିମ୍‌ର ସେ ଅଂଶ ଥିବା ବେଳେ ଏବେ ସେ ପୁରୁଣା ଦଳକୁ ଫେରିଛନ୍ତି। ସେହିଭଳି ସେ ସନରାଇଜର୍ସ ହାଇଦ୍ରାବାଦ ସହ ଜଡିତ ଥିଲେ। ତାଙ୍କ ଅଧିନାୟକତ୍ୱରେ ଦଳ ଟାଇଟଲ ମଧ୍ୟ ଜିତିଥିଲା।

ଏଯାବତ ଓ୍ବାର୍ନର ୧୫୦ ଆଇପିଏଲ୍‌ ମ୍ୟାଚ୍‌ ଖେଳିଥିବା ବେଳେ ସେ ୫୪୪୯ ରନ୍‌ ସ୍କୋର କରିଛନ୍ତି। ସେଥିରେ ୪ ଶତକ ଏବଂ ୫୦ ଅର୍ଦ୍ଧଶତକ ରହିଛି।

Share