Posted inଖେଳ

ରାଗିଲେ ଅଧିନାୟକ

ଆବୁଧାବି,୯।୧୧: ଆଇପିଏଲ୍‌ ୨୦୨୦ର କ୍ୱାଲିଫାୟାର-୨ରେ ଦିଲ୍ଲୀ କ୍ୟାପିଟାଲ୍ସ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ଫଳରେ ଦଳର ଚଳିତ ଆଇପିଏଲ୍‌ ଅଭିଯାନ ଶେଷ ହୋଇଛି। ପରାଜୟରେ ଅଧିନାୟକ ଡେଭିଡ ୱାର୍ନର ଖେଳାଳିଙ୍କ ଉପରେ ରାଗିଯାଇଛନ୍ତି। ସେ କହିଛନ୍ତି ଯେ, କ୍ରମାଗତ କ୍ୟାଚ ଛାଡୁଥିବା କୌଣସି ଦଳ ଟୁର୍ନାମେଣ୍ଟ ଜିତି ପାରିବେ ନାହିଁ। ମୁଁ ଭାବୁଛି ବୋଲିଂ ଏବଂ ବ୍ୟାଟିଂରେ ଖରାପ ଆରମ୍ଭ ପରେ ଆମେ ପ୍ରତ୍ୟାବର୍ତ୍ତନ କରିଥିଲୁ କିନ୍ତୁ ଫିଲ୍ଡିଂରେ ଆମର ମନୋଭାବ ହାରିଯାଇଥିଲା। ଏହି ମ୍ୟାଚରେ ସନରାଇଜର୍ସ ଦଳ ୩ଟି କ୍ୟାଚ ଛାଡିଥିଲା। ଦିଲ୍ଲୀ ଓପନର୍‌ ମାର୍କସ ଷ୍ଟୋଇନିସ ଏବଂ ଶିଖର ଧାୱନଙ୍କ କ୍ୟାଚ ମିସ ହୋଇଥିବାବେଳେ କିଛି ସହଜ ରନ ମଧ୍ୟ ଦିଆଯାଇଥିଲା। ଦିଲ୍ଲୀ ଏହାର ସୁଯୋଗ ନେଇ ତୃତୀୟ ଉଇକେଟ ପାଇଁ ୧୮୯ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ସନରାଇଜର୍ସ ୮ ଉଇକେଟ ହରାଇ ୧୭୨ ରନ ସ୍କୋର କରିବାରେ ସକ୍ଷମ ହୋଇଥିଲା। ଇଂନିଶର ତୃତୀୟ ଓଭରରେ ଷ୍ଟୋଇନିସଙ୍କ କ୍ୟାଚ ମିସ ହୋଇଥିଲା। ସେତେବେଳେ ସେ ମାତ୍ର ୩ ରନ ସ୍କୋର କରି ଖେଳୁଥିଲେ। ଶ୍ରେୟସ ଆୟରଙ୍କ କ୍ୟାଚ ୨୧ ସ୍କୋରରେ ମିସ୍‌ ହୋଇଥିଲା। ଧାୱନଙ୍କ ସହଜ କ୍ୟାଚ ରସିଦ ଖାନ ଛାଡିଥିଲେ। ଏହା ବ୍ୟତୀତ ସନରାଇଜର୍ସ ଓଭର ଥ୍ରୋରେ ମଧ୍ୟ ରନ ଦେଇଥିଲେ। ରବିବାର ଦିଲ୍ଲୀ କ୍ୟାପିଟାଲ୍ସ କ୍ୱାଲିଫାୟର୍‌-୨ରେ ସନରାଇଜର୍ସକୁ ୧୭ ରନରେ ପରାସ୍ତ କରି ଆଇପିଏଲ ଫାଇନାଲରେ ପ୍ରବେଶ କରିଛି। ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ ସହିତ ମୁହାଁମୁହିଁ ହେବ ଦିଲ୍ଲୀ।


Enter your email to get our daily news in your inbox.

All Right Reserved By Dharitri.Com

ବାରଣ୍ଡାରେ ଚାଲିଛି ରୋଷେଇ, ମଧ୍ୟାହ୍ନଭୋଜନ ପାଇଁ ରାସ୍ତା ପାର ହେଉଛନ୍ତି ପିଲା

ନୟାଗଡ଼,୨୮ା୯(ଲୋକନାଥ ମିଶ୍ର): ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଅନେକ ସ୍ଥାନରେ ଅସଜଡା ଭିତ୍ତିଭୂମିରେ ପରିବର୍ତ୍ତନ ଆସୁନାହିଁ। ଏପରି କି ଶୈକ୍ଷିକ…

କିଡ୍‌ନୀ ଖରାପ ହେଲେ ଆରମ୍ଭରୁ ଦେଖାଦିଏ ଏସବୁ ଲକ୍ଷଣ…

ଆମ ଶରୀରର ଏକ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରଭାବିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି, ଅଦରକାରୀ ତତ୍ତ୍ୱକୁ ନିଷ୍କାସନ କରିଥାଏ।…

ସାବାଡ଼ ହେବେ ଅମାନିଆ: ଗାଜଲବାଡ଼ି ଘାଟିରେ ଲାଗିବ ଓଭରହେଡ୍‌ ବ୍ୟାରିଅର, ଭାରୀଯାନ ଚଳାଚଳ କଲେ…

ଦାରିଙ୍ଗବାଡ଼ି,୨୮ା୯(ଅରୁଣ ସାହୁ): କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାର କନ୍ଧମାଳ ଜିଲା ସୀମାନ୍ତ ବାଇମାଲା ଏବଂ ଗଞ୍ଜାମ ଜିଲା ସୋରଡ଼ା ବ୍ଲକ…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ସୁନାମୀ କ’ଣ? ଏହା ଆସିବା ପୂର୍ବରୁ କ’ଣ ମିଳିବ ସଙ୍କେତ, କେମିତି ପାଇବେ ରକ୍ଷା ଜାଣନ୍ତୁ…

ମହାକାଳପଡ଼ା, ୨୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବିଭିନ୍ନ ସମୟରେ ସୁନାମୀ, ସାମୁଦ୍ରିକ ଝଡ଼ ଓ ବଜ୍ରପାତ ଆଦି ଦେଖାଯାଇଥାଏ॥ ଏହି ଅବସରରେ…

ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟଣା: ୨ ଭାଇଙ୍କୁ କୋର୍ଟ ଚାଲାଣ

ଦେବଗଡ଼,୨୮ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରାଞ୍ଚଳ ୧୦ ନମ୍ବର ଓ୍ବାର୍ଡ ରଜାମୁଣ୍ଡା ସାହିର ହାଡୁ ନାୟକ (୪୨)ଙ୍କ ହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମୀର ମୁଖି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?