Posted inଖେଳ

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି। ଏହି ଖବର ପ୍ରକାଶ ପାଇବା ପରେ କ୍ରିକେଟ ଜଗତରେ ହଲଚଲ ସୃଷ୍ଟି ହୋଇଛି।

ରିପୋର୍ଟ ଅନୁଯାୟୀ, ଗତ ୫ ଏପ୍ରିଲ ସାରେ ସିଡନୀର ମାରୁବ୍ରା (Maroubra) ଅଞ୍ଚଳରେ ପୋଲିସ ଗାଡ଼ି ଗୁଡ଼ିକର ଯାଞ୍ଚ କରୁଥିଲା। ଏହି ସମୟରେ ୱାର୍ନର ପୋଲିସ ଚେକ୍‌-ପୋଷ୍ଟ ଦେଖି ନିଜ ଗାଡ଼ିକୁ କିଛି ଦୂରରେ ଅଟକାଇ ଦେଇଥିଲେ। ଏହା ଦେଖି ପୋଲିସର ସନ୍ଦେହ ହୋଇଥିଲା। ଯାଞ୍ଚ ପରେ ତାଙ୍କର ‘ବ୍ରେଥ ଆନାଲିସିସ୍‌’ କରାଯାଇଥିଲା।

ରିପୋର୍ଟରେ ୱାର୍ନରଙ୍କ ଶରୀରରେ ମଦ ପରିମାଣ ସୀମାଠାରୁ ଦୁଇ ଗୁଣରୁ ଅଧିକ ଥିଲା। ଏଣୁ ପୋଲିସ ତାଙ୍କୁ ଗିରଫ କରି ଥାନାକୁ ନେଇଥିଲା ଏବଂ ପରେ ଏକ କୋର୍ଟ ନୋଟିସ ଦେଇ ଛାଡ଼ି ଦେଇଛି। ଆସନ୍ତା ମଇ ୭ ତାରିଖରେ ତାଙ୍କୁ କୋର୍ଟରେ ହାଜର ହେବାକୁ ପଡ଼ିବ।

ୱାର୍ନର ଚଳିତ ଆଇପିଏଲ (IPL)ରେ ଖେଳୁନାହାନ୍ତି, ସେ PSL-୨୦୨୬ ରେ ’କରାଚି କିଙ୍ଗସ’ (Karachi Kings) ର ଅଧିନାୟକତ୍ୱ କରୁଛନ୍ତି। ୱାର୍ନରଙ୍କ ନେତୃତ୍ୱରେ ଦଳ ପ୍ରଥମ ୩ଟି ଯାକ ମ୍ୟାଚ ଜିତି ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ଅଛି। ଏପ୍ରିଲ ୩ରେ ସେ ପରିବାର ସହ ସମୟ ବିତାଇବା ପାଇଁ ଅଷ୍ଟ୍ରେଲିଆ ଆସିଥିଲେ। ଆସନ୍ତା ୯ ଏପ୍ରିଲରେ କରାଚି କିଙ୍ଗସର ପରବର୍ତ୍ତୀ ମ୍ୟାଚ ରହିଛି।

ୱାର୍ନରଙ୍କୁ ପୋଲିସ ଛାଡ଼ି ଦେଇଥିବାରୁ ଏବଂ ତାଙ୍କ ଉପରେ କୌଣସି ଯାତ୍ରା କଟକଣା (Bail conditions) ନ ଥିବାରୁ ସେ ପାକିସ୍ତାନ ଫେରିବା ପାଇଁ ସ୍ବାଧୀନ ଅଛନ୍ତି। କିନ୍ତୁ ଏହି ବିବାଦ ପରେ ଫ୍ରାଞ୍ଚାଇଜ କିମ୍ବା ପାକିସ୍ତାନ କ୍ରିକେଟ ବୋର୍ଡ ତାଙ୍କ ବିରୋଧରେ କୌଣସି ଆନୁଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି କି ନାହିଁ, ତାହା ଦେଖିବାକୁ ବାକି ରହିଲା।

କହିରଖୁଛୁ, ୱାର୍ନର ପୂର୍ବରୁ ମଧ୍ୟ ୨୦୧୮ର ବଲ-ଟ୍ୟାମ୍ପରିଂ ବିବାଦ ପାଇଁ ବ୍ୟାନ ହୋଇ ସାରିଛନ୍ତି। ଏହି ନୂଆ ବିବାଦ ତାଙ୍କ କ୍ରିକେଟ କ୍ୟାରିୟରର ଶେଷ ସମୟରେ ଆଉ ଏକ କଳା ଦାଗ ସଦୃଶ ହୋଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri