Categories: ଫୁରସତ

ମା’ଙ୍କ ଦ୍ୱିତୀୟ ବିବାହ କରାଇଲେ ଝିଅ: ଲେଖିରେ ଭାବପ୍ରବଣ ପୋଷ୍ଟ

ବିବାହକୁ ନେଇ ଅନେକ ନିଆରା ଘଟଣା ଦେଖିବାକୁ ମିଳେ। ନିକଟରେ ଜଣେ ଝିଅ ସୋସିଆଲ ମିଡିଆରେ ତାଙ୍କ ମା’ଙ୍କ ଦ୍ୱିତୀୟ ବିବାହ କରାଇ ଚର୍ଚ୍ଚାକୁ ଆସିଛନ୍ତି। ମା’ଙ୍କ ମେହେନ୍ଦୀ ସମୟର ଏକ ଫଟୋ ଟୁଇଟର୍‌ରେ ଶେୟାର କରି ଭାବପ୍ରବଣ ହୋଇପଡିଛନ୍ତି। ଟୁଇଟରରେ alphaw1fe ନାମକ ଜଣେ ୟୁଜର୍ସଙ୍କ ଦ୍ୱାରା ଏହି ପୋଷ୍ଟ କରାଯାଇଛି। ଝିଅଟି କହିଛନ୍ତି ଯେ, ତାଙ୍କ ମା’ ୧୫ ବର୍ଷ ପରେ ପୁଣି ବିବାହ କରିଛନ୍ତି। ଝିଅ ଭାବରେ ଏହା ତାଙ୍କ ପାଇଁ ଅତ୍ୟନ୍ତ ଖୁସିର ସମୟ, କାରଣ ପ୍ରେମ ନାଁରେ ତାଙ୍କ ମା’ ବହୁତ କଷ୍ଟ ପାଇଛନ୍ତି। ଝିଅଟି ତାଙ୍କ ମା’ଙ୍କ ମେହେନ୍ଦୀ ସମାରୋହର ଫଟୋ ଏବଂ ଭିଡିଓ ଶେୟାର କରିଛି।
ଝିଅଟି ଲେଖିଛନ୍ତି ଯେ, ମା’ ବିବାହ କରୁଛନ୍ତି ଏବଂ ଏହାକୁ ବିଶ୍ୱାସ କରିପାରୁନାହାଁନ୍ତି। ଫଟୋ ଶେୟାର କରି ସେ ସୁନ୍ଦର ଦେଖାଯାଉଛନ୍ତି କି ନାହିଁ ଲେଖିଛନ୍ତି। ସେ କହିଥିଲେ ଯେ ତାଙ୍କ ମା’ ବହୁତ କମ ବୟସରେ ବିବାହ କରିଥିଲେ। ତାଙ୍କର ପ୍ରଥମ ବିବାହ ୧୭ ବର୍ଷ ବୟସରେ ହୋଇଥିଲା। ଯାହାଙ୍କୁ ସେ ବିବାହ କରିଥିଲେ, ସେ ଝିଅର ସ୍କୁଲ ଫି ମଧ୍ୟ ଦେଇ ନ ଥିଲେ। କେବଳ ଏତିକି ନୁହେଁ, ତାଙ୍କ ଝିଅକୁ ଦୁଇ ବର୍ଷ ବୟସ ହେବା ମାତ୍ରେ ସେ ଦୁହିଁଙ୍କୁ ଛାଡି ଚାଲିଗଲେ। ଏବେ ମା’ଙ୍କୁ ଖୁସିରେ ଦେଖିବାକୁ ସେ ତାଙ୍କ ବିବାହ କରାଇଛନ୍ତି ବୋଲି ଝିଅ କହିଛନ୍ତି। ମା’ଙ୍କର ଏହି କାହାଣୀ ଦେଖି ୟୁଜର୍ସ ଝିଅଙ୍କୁ ବହୁତ ପ୍ରଶଂସା କରୁଛନ୍ତି।

Share