ପ୍ରେମିକଙ୍କ ସହ ମିଶି ମାଙ୍କୁ ମାରିଦେଲେ ଝିଅ, ନାଟକୀୟ ଢଙ୍ଗରେ ଲୁଚାଇଥିଲେ  ପୂରା  ଘଟଣା ପରେ…. 

ଗଜପତି(ଗିରିଧାରୀ ପରିଛା)୧୬।୫: କଥାରେ ଅଛି ସବୁ ଗଛ ଲଗେଇବୁ ହେଲେ ମଣିଷ ଗଛ ନୁହେଁ। ପାଳିପୋଷି ବଡ଼  କରିଥିବା ମା’କୁ ପ୍ରେମିକ ସହ ମିଶି ହତ୍ୟା କରିଛନ୍ତି ନାବାଳିକା ଝିଅ। ଏମିତି ଏକ ଘଟଣା ପ୍ରମାଣିତ ହୋଇଛି  ଗଜପତି ଜିଲା ପାରଳାଖେମୁଣ୍ଡିର ଶୁଣ୍ଢି ସାହିରେ। ଜଣେ ନାବାଳିକା ନିଜ ପ୍ରେମ ପାଇଁ ପ୍ରେମିକଙ୍କ ସହ ମିଶି ପୋଷିଥିବା ମାଙ୍କୁ ମାରିଦେଇଛନ୍ତି।
ପାରଳାଖେମୁଣ୍ଡି ଶୁଣ୍ଢି ସାହିରେ ରାଜଲକ୍ଷ୍ମୀ କର ନାମକ ଜଣେ ବିଧବା ମହିଳା ନିଜ ପୋଷ୍ୟ ଝିଅର ପାଠ ପଢା ନିମନ୍ତେ ଭୁବନେଶ୍ୱରରୁ ଆସି ରହୁଥିଲେ। ଝିଅଟିକୁ ନିଜେ ଜନ୍ମକରି ନ ଥିଲେ ମଧ୍ୟ ଜନ୍ମ ହେବାର ତିନିଦିନ ପରଠାରୁ ନିଜ ପାଖରେ ରଖି ଲାଳନପାଳନ କରି ବଡ଼କରି ପାରଳାଖେମୁଣ୍ଡି କେନ୍ଦ୍ରୀୟ ବିଦ୍ୟାଳୟରେ ପାଠ ପଢ଼ାଉଥିଲେ । ହେଲେ ଝିଅ ୧୩ ବର୍ଷ ବୟସରେ ପାରଳାଖେମୁଣ୍ଡି ରାଜଗୁରୁ ସାହିର ଗଣେଶ ରଥ ନାମକ  ଜଣେ ଯୁବକଙ୍କୁ  ପ୍ରେମ କରୁଥିଲେ। ବିଭିନ୍ନ ସମୟରେ  ରାଜଲକ୍ଷ୍ମୀଙ୍କ ସୁନା ଗହଣା ଘରୁ ଚୋରିକରି ପ୍ରେମିକକୁ ଦେଉଥିଲେ ଝିଅ।
ଯେତେବେଳେ ରାଜଲକ୍ଷ୍ମୀ ଏହାକୁ ପ୍ରତିବାଦ କଲେ ସେତେବେଳେ ଗଣେଶ, ରାଜଲକ୍ଷ୍ମୀଙ୍କୁ ରାସ୍ତାରୁ ହଟେଇବା ପାଇଁ  ଯୋଜନା କଲେ। ଗତ ଏପ୍ରିଲ ୨୯ ରେ ଝିଅର ସହାୟତା ନେଇ ନିଦ ଔଷଧ ଖୁଆଇ ତାଙ୍କୁ ଅଚେତ କରିଥିଲେ।  ପରେ ଗଣେଶ ଓ ତାଙ୍କ ସହଯୋଗୀ ରାଜଲକ୍ଷ୍ମୀଙ୍କ ମୁହଁରେ ତକିଆଦେଇ  ଶ୍ୱାସ ରୁଦ୍ଧକରି ମାରିଥିଲେ। ପରେ ନାଟକୀୟ ଢଙ୍ଗରେ ସମ୍ପର୍କୀୟଙ୍କୁ ରାଜଲକ୍ଷ୍ମୀଙ୍କ ହୃତଘାତରେ ମୃତ୍ୟୁ ହୋଇଥିବା କହିଥିଲେ। ମରଶରୀର ନେଇ ଭୁବନେଶ୍ୱରରେ ରହୁଥିବା ତାଙ୍କ ମାମୁ ପ୍ରଫୁଲ ମିଶ୍ରଙ୍କ ପାଖକୁ ଯାଇଥିଲେ । ସେଠାରେ ଡାକ୍ତରଙ୍କୁ ମଧ୍ୟ ଦେଖାଯାଇଥିଲା। ପୂର୍ବରୁ ଯେହେତୁ ରାଜଲକ୍ଷ୍ମୀ ହୃତଘାତ ଔଷଧ ବ୍ୟବହାର କରୁଥିଲେ। ଝିଅ କଥାରେ ଡାକ୍ତର ବିଶ୍ୱାସ କରିଥିଲେ। ମୃତ୍ୟୁର କାରଣ ତାହା ହୋଇଥିବ ବୋଲି ସମ୍ପର୍କୀୟ ଓ ଡାକ୍ତର ମାନିନେଲେ । ପରେ ପ୍ରେମିକ ଗଣେଶ, ସହଯୋଗୀ, ଦିନେଶ,  ଝିଅ,ଓ ସମ୍ପର୍କୀୟ ମୃତଦେହ ପୁରୀ ନେଇ ଶେଷକୃତ୍ୟ ସମ୍ପନ୍ନ କରିଥିଲେ।
ମାତ୍ର ଝିଅଙ୍କ  ବ୍ୟବହାରରେ ତାଙ୍କ ମାମୁଙ୍କ ସନ୍ଦେହ ହୋଇଥିଲା ଏହା ପରେ  ଭାଣିଜୀ ଓ ତାଙ୍କ ପ୍ରେମିକ ଗଣେଶଙ୍କ ଇନ୍‌ଷ୍ଟାଗ୍ରାମ ଚେକ୍‌ କରାଯାଇଥିଲା। ପରେ ରାଜଲକ୍ଷ୍ମୀଙ୍କ ଭାଇ ପାରଳା ଖେମୁଣ୍ଡି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ସେମାନଙ୍କୁ  ଡାକି ପଚରାଉଚରା କରାଯାଇଥିଲା। ସେମାନେ ସତ  ମାନିଥିଲେ  ଶୁକ୍ରବାର ତାଙ୍କୁ କୋର୍ଟଚାଲାଣ କରାଯାଇଛି।

Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri