ବାଇପାସ୍‌ ରାସ୍ତା ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କେସିଙ୍ଗା,୧୬ା୫(ତୁମେଶ୍ୱର ସାହୁ): ପଶ୍ଚିମ ଓଡ଼ିଶାର ବିଭିନ୍ନ ସହରରେ ଚାରି ଥାକିଆ ରାସ୍ତା ନିର୍ମାଣ ପାଇଁ କେସିଙ୍ଗା ବାଇପାସ୍‌ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ବୃନ୍ଦ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କୁ ଭୁବନେଶ୍ୱରଠାରେ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଥିବାର ଜଣାପଡ଼ିଛି। ଏହି ଦାବିପତ୍ର ଦେବାର ୪ ମାସ ପୂର୍ବରୁ ମିନିଷ୍ଟ୍ରି ଅଫ୍‌ ରୋଡ୍‌ ଟ୍ରାନ୍ସପୋର୍ଟ ଅଣ୍ଡ ହାଇଓ୍ବେବ୍‌ ପକ୍ଷରୁ ୨୦୨୫-୨୬ ଆର୍ଥିକ ବର୍ଷରେ wedding projects ତାଲିକାର ୧୧ନମ୍ବର୍‌ରେ ବାଇପାସ ନିର୍ମାଣ ପାଇଁ ସ୍ଥାନ ପାଇଛି। ଏହା ପ୍ରଥମେ ବଲାଙ୍ଗୀର, କେସିଙ୍ଗା, ଭବାନୀପାଟଣା ଓ ଜୁନାଗଡ଼ ସହରରେ ୧୨୨କିମି ବାଇପାସ ରାସ୍ତା ନିର୍ମାଣ କରାଯିବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ହୋଇ ସାରିଛି। ଏହି ୪ ଲେନ୍‌ ବିଶିଷ୍ଟ ବାଇପାସ ରାସ୍ତା ନିର୍ମାଣ ପାଇଁ ପ୍ରଥମ ଶ୍ରେଣୀ ଠିକାଦାର ଆବଶ୍ୟକତା ରହିଛି। ଜୁନାଗଡ଼ରେ ପ୍ରଥମେ ଟେଣ୍ଡର କରାଯାଇଥିଲା ତାହା କୌଣସି କାରଣରୁ ନାକଚ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ଉଚ୍ଚସ୍ତରୀୟ ଅଧିକାରୀ ଉପରୋକ୍ତ ସହରକୁ ପରିଦର୍ଶନ କରି ଏକ ସର୍ଭେ କରିବେ ଏବଂ କେସିଙ୍ଗା ସହରର କେଉଁ ଦିଗରେ ବାଇପାସ ରାସ୍ତା ନିର୍ମାଣ କରାଯିବ ତାହା ଜଣାପଡ଼ିନାହିଁ। ଭବାନୀପାଟଣା ଅଧୀନରେ ଥିବା କେସିଙ୍ଗା, ଜୁନାଗଡ଼, ଭବାନୀପାଟଣା ଏବଂ ପଶ୍ଚିମ ଓଡ଼ିଶାର ବଲାଙ୍ଗୀର ସହରରେ ସର୍ବମୋଟ୍‌ ୧୨୨କିମି ବାଇପାସ ରାସ୍ତା ନିର୍ମାଣ ପାଇଁ ଏକ ନିର୍ଦ୍ଦିଷ୍ଟ ଠିକାଦାରୀକୁ ଟେଣ୍ଡର ଦିଆଯିବା ପାଇଁ ଉଦ୍ୟମ ଜାରି ରହିଥିବାର ବିଭାଗୀୟ ଅଧିକାରୀଙ୍କଠାରୁ ସୂଚନା ମିଳିଛି। ଏହି ବାଇପାସ୍‌ ରାସ୍ତା ଯଥାଶୀଘ୍ର ନିର୍ମାଣ ପାଇଁ କେସିଙ୍ଗାସ୍ଥିତ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ବୃନ୍ଦ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କୁ ଭୁବନେଶ୍ୱରଠାରେ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। କେସିଙ୍ଗା, ଭବାନୀପାଟଣା, ଜୁନାଗଡ଼ ସହର ଜାତୀୟ ପଥ ୨୬ ଅଧୀନରେ ରହିଛି। ଟ୍ରାଫିକ ସମସ୍ୟା ଯୋଗୁ ସହର ବିଭିନ୍ନ ଛକଗୁଡ଼ିକରେ ଦୁର୍ଘଟଣା ଘଟି ଲୋକଙ୍କ ଜନ ଜୀବନ ଚାଲି ଯାଉଛି। ସେଥିପାଇଁ ଏହି କମିଟିର ସଦସ୍ୟ ବୃନ୍ଦ ସୁରେଶ ରାଓ, ଦେବେନ୍ଦ୍ର ଭୁଜବଳ, ଦୟାନିଧି ସୁନାନୀ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।
ଏ ସଂକ୍ରାନ୍ତରେ ଜାତୀୟ ରାଜପଥ କେସିଙ୍ଗା ୨୬ର ଏକଜିକ୍ୟୁଟିଭ୍‌ ସୁପରିଟେଣ୍ଡେଣ୍ଟ ତପନ ମହାଳିକଙ୍କୁ ପଚାରିବାରୁ ୪ମାସ ପୂର୍ବରୁ ଏହି ବାଇପାସ୍‌ ରାସ୍ତା ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କଠାରୁ ମଞ୍ଜୁରୀ ହୋଇଛି। ସର୍ଭେ ଓ ଜମି ଅଧିଗ୍ରହଣ ପରେ ଟେଣ୍ଡର ପ୍ରକ୍ରିୟା ଶେଷ ହେଲେ ରାସ୍ତା ନିର୍ମାଣ କରାଯିବ ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?