Posted inଜାତୀୟ

ବୋହୂଙ୍କ ବିବାହ କରାଇଲେ ଶାଶୁଘର ଲୋକେ

ଲକ୍ଷ୍ନୌ,୧୧।୧୨: ମଧ୍ୟପ୍ରଦେଶର ଛିନ୍ଦ୍‌ୱାଡ଼ା ଜିଲା ପରାସିଆ ତହସିଲ ଅଧୀନ ଶଙ୍କରଗଡ଼ ଅଞ୍ଚଳର ଏକ ବାହାଘରକୁ ନେଇ ଚର୍ଚ୍ଚା ଜୋର ଧରିଛି। ଶାଶୁଘର ଲୋକେ ବିଧବା ବୋହୂଙ୍କ ବିବାହ କରାଇ ମହାନତା ଦେଖାଇଛନ୍ତି। ଏପରି କି ପରିବାର ଲୋକେ ନବଦମ୍ପତିଙ୍କୁ ପୁଣି ନୂଆ ଜୀବନ ଆରମ୍ଭ କରିବାକୁ ଆଶୀର୍ବାଦ କରିଛନ୍ତି। ଏହି ବିବାହ ଶନିବାର ହୋଇଛି।

ଶଙ୍କରଗଡ଼ରେ ରହୁଥିବା ଦମ୍ପତି ମଙ୍ଗଲ ବାଭାରିଆ ଏବଂ ଆଶା ବାଭାରିଆଙ୍କ ପୁତ୍ର ଜୟ କିଷନ ବାଭାରିଆଙ୍କ ବିବାହ ରାକ୍ଷୀଙ୍କ ସହିତ ହୋଇଥିଲା। ବିବାହର ୨ ବର୍ଷ ପରେ ଜୟ କିଷନ ଜଣ୍ଡିସ୍‌ରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ଏଭଳିସ୍ଥିତିରେ ବୋହୂ ରାକ୍ଷୀ ସ୍ବାମୀଙ୍କୁ ହରାଇ ବିଧବା ହେବା ଘଟଣାକୁ ଶାଶୁଘର ଲୋକେ ସହି ପାରି ନ ଥିଲେ। ବୋହୂ ମୁଖରେ କିପରି ପୁଣି ହସ ଫେରାଇବେ ସେ ଚିନ୍ତାରେ ରହୁଥିଲେ।

ହେଲେ ରାକ୍ଷୀଙ୍କ ଶ୍ବଶୁର ବୋହୂଙ୍କୁ ପୁଣି ବିବାହ କରାଇବାକୁ ଚିନ୍ତା କରିଥିଲେ। ଏନେଇ ରାକ୍ଷୀଙ୍କ ପରିବାର ଲୋକଙ୍କ ସହ କଥା ହୋଇଥିଲେ। ପରେ ଉଭୟ ପରିବାର ଲୋକେ ରାକ୍ଷୀଙ୍କୁ ପୁଣି ବିବାହ କରାଇବା ପାଇଁ ସ୍ଥିର କରିଥିଲେ। ଏହାପରେ ଶ୍ବଶୁର ମଙ୍ଗଲ ପୁଅ ଖୋଜିବା ଆରମ୍ଭ କରିଥିଲେ। ଏପରି କି ସେ ଲୋକଙ୍କୁ ବୋହୂଙ୍କ ବିବାହ ପ୍ରସ୍ତାବ ଦେଇଥିଲେ।

ପରାସିଆରେ ରହୁଥିବା ଅଜୟ କୈଥବାସଙ୍କ ସହ ବୋହୂଙ୍କ ବିବାହ ପ୍ରସ୍ତାବ ପକାଇଥିଲେ ଶ୍ବଶୁର ମଙ୍ଗଲ। ଅଜୟଙ୍କ ପରିବାର ଲୋକେ ମଧ୍ୟ ରାକ୍ଷୀଙ୍କୁ ଗ୍ରହଣ କରିବାକୁ ରାଜି ହୋଇ ଯାଇଥିଲେ। ଏହା ପରେ ପରିବାରର ନିଷ୍ପତ୍ତି କ୍ରମେ ଗ୍ରାମବାସୀଙ୍କ ଉପସ୍ଥିତିରେ ନିକଟସ୍ଥ ଗାୟତ୍ରୀ ମନ୍ଦିରରେ ରୀତିିନୀତି ସହକାରେ ରାକ୍ଷୀ ଏବଂ ଅଜୟଙ୍କ ବିବାହ ହୋଇଥିଲା। ଏପରିକି ବିବାହରେ ଭୋଜିଭାତର ମଧ୍ୟ ଆୟୋଜନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri