ବୋହୂ ଶ୍ୱଶୁର ରହୁଥିବା ଘରେ ଲଗାଇଲେ ନିଆଁ, ସ୍ବାମୀ କଲେ ଭିଡିଓ ଶୁଟିଂ, ଦେଖନ୍ତୁ ଭାଇରାଲ ଭିଡିଓ…

ମୁମ୍ବାଇ,୨।୧୧ : ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ମହିଳା ଜାଣିଶୁଣି ଘରେ ନିଆଁ ଲଗାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳୁଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏହା ଦେଖିବାକୁ ମିଳୁଛି ମହିଳା ଜଣକ କୋଠରୀ ଭିତରେ ଶୋଇଥିବା ବୃଦ୍ଧଙ୍କ ଉପରେ କିଛି ଜାଳି ପିଙ୍ଗୁଛନ୍ତି। ଜଣେ ବ୍ୟକ୍ତି ମହିଳାଙ୍କ ଏହି ଲଜ୍ଜାଜନକ କାର୍ଯ୍ୟକୁ ରେକର୍ଡ କରୁଛନ୍ତି। ତେବେ ଭଲ କଥାଟି ହେଲା, ନିଆଁ ପୁରା ଘରକୁ ବ୍ୟାପିବା ପୂର୍ବରୁ ଲିଭାଯାଇଥିଲା।

ଭିଡିଓରେ ପୁରୁଷ ଜଣକ କହୁଥିବାର ଶୁଣିବାକୁ ମିଳୁଛି, ମୋ ବାପାଙ୍କୁ ଜାଣିଶୁଣି ଜାଳି ଦିଆଯାଉଛି। ଭାଇରାଲ ଭିଡିଓରେ ମହିଳା ଜଣକ କାଗଜ ଜାଳି କୋଠରୀରେ ଶୋଇଥିବା ଜଣେ ବୃଦ୍ଧଙ୍କ ଉପରକୁ ଫିଙ୍ଗିଥିବାର ନଜର ଆସିଛନ୍ତି। ହଠାତ ନିଆଁ ଦେଖି ଗଭୀର ନିଦ୍ରାରେ ଶୋଇଥିବା ବୃଦ୍ଧ ଜାଗ୍ରତ ହେଉଛନ୍ତି। ଭିଡିଓ ରେକର୍ଡିଂ କରୁଥିବା ବ୍ୟକ୍ତି ପିତାଙ୍କୁ ବଞ୍ଚାଇଥିବାର ନଜର ଆସିଛନ୍ତି। ତେବେ ଯେଉଁଠାରେ ବୃଦ୍ଧମାନେ ଶୋଇଥିଲେ, ସେଠାରେ ନିଆଁ ବ୍ୟାପି ନ ଥିଲା ଏବଂ ଜଳୁଥିବା ସାମଗ୍ରୀକୁ ବ୍ୟକ୍ତି ଜଣକ ଟାଣି ତଳେ ପକାଇ ଦେଇଥିବାର ଦେଖା ଯାଉଛି।

ଯଦି ବେଡଶିଟ କିମ୍ବା କମ୍ବଳରେ ନିଆଁ ଲାଗିଥାନ୍ତା, ତେବେ ବୃଦ୍ଧ ଜଣକ ଜୀବନ୍ତ ଦଗ୍ଧ ହୋଇଥାନ୍ତେ। ଭିଡିଓରେ ବୃଦ୍ଧଅସୁସ୍ଥ ଥିବା ଦେଖିବାକୁ ମିଳୁଛି। ଏହି ଭିଡିଓରେ ଦେଖାଯାଇଥିବା ମହିଳାଙ୍କୁ ସୋସିଆଲ ମିଡିଆ ୟୁଜରମାନେ ସମାଲୋଚନା କରୁଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଡିଜିପିଙ୍କ କଡ଼ା ନିର୍ଦ୍ଦେଶ: ସକାଳ ୯ଟା ପୂର୍ବରୁ ଥାନାରେ ହେବ ବ୍ରିଫିଂ ପରେଡ୍‌

ଭୁବନେଶ୍ୱର,୧୦।୫: ଭୁବନେଶ୍ୱର ଡିଜିପିଙ୍କ କ୍ୟାମ୍ପ ଅଫିସ୍‌ରେ ରବିବାର ପୋଲିସ ଅଧିକାରୀଙ୍କ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ବୈଠକ ପରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ଏକ କଡ଼ା…

ବୁର୍ଲାରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

ବୁର୍ଲା,୧୦।୫: ସମ୍ୱଲପୁର ଜିଲା ବୁର୍ଲା ଜଗନ୍ନାଥ ମନ୍ଦିର ନିକଟରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି। ପୂର୍ୱ ଶତ୍ରୁତାକୁ ନେଇ ଯୁବକଙ୍କୁ ଆକ୍ରମଣ କରାଯାଇଥିବା ଜଣାପଡିଛି। ଆକ୍ରମଣରେ…

ସରକାର ଗଠନ ପାଇଁ ହିମନ୍ତଙ୍କୁ ମିଳିଲା ଆମନ୍ତ୍ରଣ: ୧୨ରେ ଶପଥ ଗ୍ରହଣ

ଗୁଆହାଟୀ,୧୦ା୫: ଆସାମରେ ପରବର୍ତ୍ତୀ ସରକାର ଗଠନ ପାଇଁ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ରବିବାର ମୁଖ୍ୟମନ୍ତ୍ରୀ ନିର୍ବାଚିତ ହିମନ୍ତ ବିଶ୍ୱଶର୍ମାଙ୍କୁ ଆମନ୍ତ୍ରଣ କରିଛନ୍ତି। ଫଳରେ ଆସାମରେ ଏନ୍‌ଡିଏ…

ବଡ଼ ଧରଣର ବିସ୍ଫୋରଣ, ୧୫ ପୋଲିସ ନିହତ

ପେଶଓ୍ବାର,୧୦।୫: ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର ଏକ ପୋଲିସ ପୋଷ୍ଟ ଉପରେ ଆତ୍ମଘାତୀ ଆକ୍ରମ ହୋଇଛି । ଏଥିରେ ପନ୍ଦର ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଛି…

ହୃଦଘାତରେ ଚାଲିଗଲା କ୍ରୀଡ଼ା ଶିକ୍ଷକଙ୍କ ଜୀବନ

ପାତ୍ରପୁର,୧୦ା୫(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ସୁରଙ୍ଗି ହାଇସ୍କୁଲର କ୍ରୀଡା ଶିକ୍ଷକ ଶିଖର ମାଝୀଙ୍କ ରବିବାର ହୃଦଘାତରେ ମୃତ୍ୟୁ ଘଟିଛି। ସେ ନିଜ ଗ୍ରାମ…

ମଦ ପିଇବାକୁ ପଇସା ନ ଦେବାରୁ ସ୍ତ୍ରୀଙ୍କୁ ଆକ୍ରମଣ, ଆଉ ତା’ପରେ…

ବୁଗୁଡା,୧୦।୫(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅଧୀନ ସୋରଡ଼ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମଦ ପିଇବାକୁ ପଇସା ନ…

ଯୁଦ୍ଧର ପ୍ରଭାବକୁ କମ୍ କରିବାକୁ ମୋଦିଙ୍କ ବଡ଼ ଆହ୍ବାନ; ପେଟ୍ରୋଲ-ଡିଜେଲର ବ୍ୟବହାର ହ୍ରାସ, ବର୍ଷେ ସୁନା….

ନୂଆଦିଲ୍ଲୀ,୧୦ା୫: ପଶ୍ଚିମ ଏସିଆରେ ଚାଲିଥିବା ସଙ୍କଟ ମଧ୍ୟରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତବାସୀଙ୍କୁ ବଡ଼ ପରାମର୍ଶ ଦେଇଛନ୍ତି । ସଂଯମତାର ସହିତ ପେଟ୍ରୋଲିୟମ ଉତ୍ପାଦ ବ୍ୟବହାର କରିବାକୁ…

ବାଂଲାଦେଶର ନିୟନ୍ତ୍ରଣରେ ପ୍ରଥମ ଟେଷ୍ଟ

ଢାକା,୧୦ା୫: ସ୍ଥାନୀୟ ଶେର-ଇ-ବାଂଲା ନ୍ୟାଶନାଲ ଷ୍ଟାଡିୟମରେ ଚାଲିଥିବା ପାକିସ୍ତାନ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟ ବର୍ତ୍ତମାନ ବାଂଲାଦେଶ ନିୟନ୍ତ୍ରଣରେ ରହିଛି। ଅଫ୍‌-ସ୍ପିନର ମେହିଦି ହସନ (୫/୧୦୨)ଙ୍କ ୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri