ବୋହୂ ନିଖୋଜ, ଶାଶୁ ଥାନାରେ

ହାଟଡ଼ିହୀ/ଛେନାପଦୀ,୬l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଇଂଚୋଳ ଗ୍ରାମର ଜଣେ ବୋହୂ ନିଖୋଜ ହୋଇଯାଇଛନ୍ତି। ଏନେଇ ଶାଶୁ ଥାନାରେ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି।

ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା (ନଂ. ୫୯/୨୦୨୬) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁସାରେ, ଗୁରୁବାର ଶାଶୁ କୌଣସି ଏକ କାର୍ଯ୍ୟରେ ନିକଟସ୍ଥ ବଜାରକୁ ଯାଇଥିଲେ। କାର୍ଯ୍ୟ ସାରି ଫେରିବା ପରେ ଘରେ ପହଞ୍ଚି ବୋହୁ ନ ଥିବା ଦେଖିଥିଲେ। ଶାଶୁ ଘର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ବି ପାଇ ନ ଥିଲେ। ସୂଚନାଯୋଗ୍ୟ, ନିଖୋଜ ମହିଳାଙ୍କ ସ୍ବାମୀ ବାହାର ରାଜ୍ୟରେ ରହି କାର୍ଯ୍ୟ କରନ୍ତି। ମହିଳା ନିଖୋଜ ଘଟଣାକୁ ନେଇ ନାନା ଚର୍ଚ୍ଚା ହେଉଛି।