Categories: ଅପରାଧ

ରାତି ଅଧରେ ପ୍ରେମିକ ସହ ଦେଖିବା ପରେ ଝିଅକୁ କୁରାଢ଼ିରେ ହାଣି ହତ୍ୟା କଲା ବାପା

କାନୁପର, ୧୬।୯: ଉତ୍ତର ପ୍ରଦେଶର କାନପୁରରୁ ଏକ ଅନର୍‌ କିଲିଂ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ବ୍ୟକ୍ତି ତାଙ୍କ ଝିଅକୁ ରାତି ଅଧରେ ପ୍ରେମିକ ସହ ଏକାଠି ଥିବାର ଦେଖିବାକୁ ପାଇଥିଲେ। ଏହାପରେ କ୍ରୋଧରେ ଝିଅର ବାପା ଏକ କୁରାଢ଼ି ସାହାଯ୍ୟରେ ଉଭୟଙ୍କୁ ଆକ୍ରମଣ କରିଥିଲେ। କୁରାଢ଼ି ଚୋଟରେ ଝିଅର ମୃତ୍ୟୁ ହୋଇଥିବାବେଳେ ପ୍ରେମିକ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ରହିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାରୀ ବାପାକୁ ଗିରଫ କରି ତଦନ୍ତ ଚଳାଇଛି।
ଚାଞ୍ଚଲ୍ୟକର ଘଟଣାଟି ଗଜନେର ଥାନା ଅଞ୍ଚଳରେ ଘଟିଛି। ବିଟାନ ନାମକ ଜଣେ ଯୁବକ ସହ ପଡ଼ୋଶୀ ଶିବନାଥଙ୍କ ଝିଅ ମଧ୍ୟରେ ଗତ ଏକ ବର୍ଷ ଧରି ପ୍ରେମ ସମ୍ପର୍କ ରହିଆସିଥିଲା। ଗତ ରାତିରେ ବିଟାନଙ୍କୁ ଭେଟିବା ପାଇଁ ତାଙ୍କ ପ୍ରେମିକା ଘରକୁ ଯାଇଥିଲା। ଶିବନାଥ ଏହା ଜାଣିପାରି ଏକ କୁରାଢ଼ି ନେଇ ବିଟାନଙ୍କ ଘରେ ପହଞ୍ଚିଥିଲେ। ସେଠାରେ ଶିବନାଥ ତାଙ୍କ ଝିଅ ଓ ବିଟାନଙ୍କୁ ଏକାଠି ଦେଖି ଉଭୟଙ୍କୁ କୁରାଢ଼ିରେ ଆକ୍ରମଣ କରିଥିଲେ। ଏଥିରେ ପ୍ରେମିକାଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରେମିକ ବିଟାନ ଗୁରୁତର ହୋଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିଟାନଙ୍କୁ ହସ୍ପିଟାଲ ପଠାଇଥିବାବେଳେ ହତ୍ୟାକାରୀ ବାପା ଶିବନାଥକୁ ଗିରଫ କରିଛି।