ଡେଟ୍‌ ପାନ୍‌କେକ୍‌

ଆବଶ୍ୟକ ସାମଗ୍ରୀ : ଅଟା- କପ୍‌ର ଏକ ଚତୁର୍ଥାଂଶ, ଖାଇବା ସୋଢ଼ା-୧ ଛୋଟ ଚାମଚ,
ପାଣି-୧ କପ୍‌, ଅଣ୍ଡା କେଶର-୪ଟି, ଚିନି-୧ ବଡ ଚାମଚ, ମଞ୍ଜି ନ ଥିବା ଖଜରା -ଅଧା କପ୍‌, ତେଲ-ଆବଶ୍ୟକ ପରିମାଣ, ଅଳ୍ପ ଗୁଜୁରାତି ଗୁଣ୍ଡ।
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଏକ ପାତ୍ରରେ ଖାଇବା ସୋଢ଼ା, ଅଟା, ଚିନି ଏବଂ ଅଣ୍ଡା କେଶର ନେଇ ଭଲ ଭାବେ ମିଶାଇ ଦିଅନ୍ତୁ। ଏବେ ସେଥିରେ ଧୀରେ ଧୀରେ ପାଣି ଢାଳି ବହଳିଆ ହେବା ପର୍ଯ୍ୟନ୍ତ ଗୋଳାନ୍ତୁ। ମିଶ୍ରଣକୁ ଅଧ ଘଣ୍ଟା ପର୍ଯ୍ୟନ୍ତ ଘୋଡ଼ାଇ ରଖିଦିଅନ୍ତୁ। ଏବେ ଏକ ପ୍ୟାନ୍‌କୁ ଗରମ କରି ସେଥିରେ ଦୁଇ ଚାମଚ ଲେଖାଏ ମିଶ୍ରଣକୁ ପକାଇ କେକ୍‌ ଆକୃତିର କରନ୍ତୁ। ଏପଟେ ଖଜରାକୁ ଗ୍ରାଇଣ୍ଡ୍‌ କରି ଅଳ୍ପ ତେଲରେ ମିଶାଇ ଦିଅନ୍ତୁ। ଏହାକୁ ଏବେ ନେଇ ପ୍ୟାନ୍‌ରେ ବସିଥିବା କେକ୍‌ ଉପରେ ପକାଇ କିଛି ସମୟ ପାଇଁ ଘୋଡ଼ାଇ ଦିଅନ୍ତୁ। ବାଦାମୀ ରଙ୍ଗ ଆସିବା ପରେ ଚୁଲା ବନ୍ଦ କରିଦିଅନ୍ତୁ। ଏହାକୁ ପ୍ଲେଟ୍‌ରେ କାଢି ଅଳ୍ପ ଗୁଜୁରାତି ଗୁଣ୍ଡ ପକାଇ ପରଷି ଦିଅନ୍ତୁ।