Categories: ଜାତୀୟ

ସୁପରଟେକ୍‌ ଟାଓ୍ବାର ଭଙ୍ଗା ତାରିଖ ଅଗଷ୍ଟକୁ ଘୁଞ୍ଚିଲା, ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ, ୧୭।୫ : ବେଆଇନ ଭାବେ ନିର୍ମାଣ କରାଯାଇଥିବା ସୁପରଟେକ ଏମେରାଲ୍ଡ କୋର୍ଟର ୪୦ ମହଲା ଟାୱାର ଭାଙ୍ଗିବା ନେଇ ସୁପ୍ରିମକୋର୍ଟ ତାରିଖ ବୃଦ୍ଧି କରିଛନ୍ତି। ପୂର୍ବରୁ ମେ ୨୨ ସୁଦ୍ଧା ଉଭୟ ଟାୱାରକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଜାରି ହୋଇଥିଲା। ସୁପ୍ରିମକୋର୍ଟ ବର୍ତ୍ତମାନ ଏନେଇ ଅଗଷ୍ଟ ୨୮ ପର୍ଯ୍ୟନ୍ତ ସମୟ ଦେଇଛନ୍ତି।

ସୁପ୍ରିମକୋର୍ଟଙ୍କ ପକ୍ଷରୁ କୁହାଯାଇଛି ଯେ ଏହି କାର୍ଯ୍ୟ କରିବାକୁ ଯାଉଥିବା କମ୍ପାନୀ ଏଡଫିସ ଇଞ୍ଜିନିୟରିଂକୁ ସୁରକ୍ଷା କାରଣ ଲାଗି ୩ ମାସ ଅଧିକ ସମୟ ଆବଶ୍ୟକ। ୩୧ ଅଗଷ୍ଟ ୨୦୨୧ ରେ, ୩୦ ନଭେମ୍ବର ସୁଦ୍ଧା ତିନିମାସ ମଧ୍ୟରେ ଏହାକୁ ଭାଙ୍ଗିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ। ଯାହା ଏପର୍ଯ୍ୟନ୍ତ ହୋଇପାରି ନାହିଁ।

ଏହା ପରେ, କୋର୍ଟଙ୍କ ନିର୍ଦ୍ଦେଶରେ ନୋଏଡା କର୍ତ୍ତୃପକ୍ଷ ୨୦ ଫେବୃଆରୀ ୨୦୨୨ ରୁ କାର୍ଯ୍ୟ ଆରମ୍ଭ କରି ଟାୱାର ଭାଙ୍ଗିବା ପାଇଁ ୨୨ ମେ ୨୦୨୨ ତାରିଖ ସ୍ଥିର କରିଥିଲେ। ଏହି ସୂଚନା କୋର୍ଟରେ ମଧ୍ୟ ଦିଆଯାଇଥିଲା। ଟାୱାର ଭାଙ୍ଗିବା କାର୍ଯ୍ୟ କରୁଥିବା ଏଡଫିସ ଇଞ୍ଜିନିୟରିଂ ୨୨ ମେ ରେ ଟାୱାର ଭାଙ୍ଗିବା ପାଇଁ ପ୍ରସ୍ତୁତିରୁ ଓହରି ଯାଉଥିଲା। ପରେ ଏବେ ଏକ ନୂତନ ତାରିଖ ଦିଆଯାଇଛି।

Share