ପରିବର୍ତ୍ତନ ହେଲା ଧାନ ସଂଗ୍ରହ ତାରିଖ

ସମ୍ବଲପୁର,୧୫ା୧୧(ବ୍ୟୁରୋ): ସମ୍ବଲପୁର ଜିଲାରେ ଧାନ ସଂଗ୍ରହ ଡିସେମ୍ବର ୨୫ ତାରିଖରେ ଆରମ୍ଭ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଥିଲା। ହେଲେ ଏହାକୁ ପରିବର୍ତ୍ତନ କରାଯାଇଛି। ଡିସେମ୍ବର ୨୨ ତାରିଖଠାରୁ ଧାନ ସଂଗ୍ରହ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରିଛି। ବିଭିନ୍ନ ଅଞ୍ଚଳରେ ଚାଷୀମାନେ ଧାନ ସଂଗ୍ରହ ବିଳମ୍ବ ନେଇ ଅସନ୍ତୋଷ ବ୍ୟକ୍ତ କରି ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ।