୪୦ କୋଟି ଟୁଇଟର ୟୁଜର୍ସଙ୍କ ଡେଟା ଚୋରି

ଜେରୁଜେଲମ, ୨୭।୧୨: ଅନେକ କୋଟି ଲୋକ ମାଇକ୍ରୋବ୍ଲଗିଂ ଆପ୍‌ ଟୁଇଟରକୁ ବ୍ୟବହାର କରୁଛନ୍ତି। ତେବେ ଟୁଇଟର ୟୁଜର୍ସଙ୍କ ଡେଟା କେତେ ସୁରକ୍ଷିତ ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଇସ୍ରାଏଲର ସାଇବର ଇଣ୍ଟେଲିଜେନ୍ସ କମ୍ପାନୀ ହଡସନ୍‌ ରକ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ୪୦ କୋଟି ଟୁଇଟର ୟୁଜର୍ସଙ୍କ ପର୍ସନାଲ୍‌ ଡେଟା ଚୋରି ହୋଇଛି। ଚୋରି କରାଯାଇଥିବା ଡେଟାକୁ ଡାର୍କ ଓ୍ବେବ୍‌ରେ ବିକ୍ରିକରାଯାଉଥିବା ମଧ୍ୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ତେବେ ଡେଟା ଚୋରି କରାଯାଇଥିବା ୟୁଜର୍ସଙ୍କ ମଧ୍ୟରେ ଗୁଗଲ କମ୍ପାନୀ ସିଇଓ ସୁନ୍ଦର ପିଚାଇ ଓ ହିନ୍ଦୀ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ସଲମାନ୍‌ ଖାନ୍‌ଙ୍କ ନାମ ସାମିଲ ଅଛି। କିଛି ମାସ ପୂର୍ବରୁ ପାଖାପାଖି ୫.୪ ନିୟୁତ ଟୁଇଟର ୟୁଜର୍ସଙ୍କ ଡେଟା ଲିକ୍‌ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଆୟର୍ଲାଣ୍ଡର ଡେଟା ପ୍ରୋଟେକ୍ସନ୍‌ କମିଶନର (ଡିପିସି) ଏ ନେଇ ଯାଞ୍ଚ କରିବ।
ଆପ୍ଲିକେଶନ୍‌ ପ୍ରୋଗ୍ରାମିଂ ଇଣ୍ଟରଫେସ୍‌ (ଏପିଆଇ)ର ବ୍ୟବହାର କରି ହ୍ୟାକର୍‌ମାନେ ୟୁଜର୍ସଙ୍କ ପର୍ସନାଲ ଡେଟା ଚୋରି କରୁଥିବା ହଡ୍‌ସନ୍‌ ରକ୍‌ ପକ୍ଷରୁ କୁହାଯାଇଛି। ୟୁଜର୍ସଙ୍କ ଟୁଇଟର ଆକାଉଣ୍ଟ ଡିଟେଲ୍ସ ସାଙ୍ଗକୁ ଫୋନ୍‌ ନମ୍ବର ହ୍ୟାକ୍‌ କରାଯାଇଛି। ଡାର୍କ ସାଇଟ୍‌ରେ ଡେଟା ବିକ୍ରି ଲାଗି ହ୍ୟାକରମାନେ ଅପ୍‌ଲୋଡ୍‌ କରିଥିବା ସ୍କ୍ରିନ୍‌ସର୍ଟର ଫଟୋ ହଡ୍‌ସନ୍‌ ଜାରି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିତ ଜାତିସଂଘରେ ଆମେରିକା-ରୁଷିଆ ମୁହାଁମୁହିଁ

ଓ୍ବାଶିଂଟନ,୨୫ା୪: ମିଳିତ ଜାତିସଂଘରେ ଆମେରିକା ଏବଂ ରୁଷିଆ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। କିଛି ଦିନ ପୂର୍ବରୁ ଏକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ, ରୁଷିଆ...

ଆମେରିକା ଉପରେ ରାଗିଗଲେ ନେତାନ୍ୟାହୁ: କହିଲେ ଏମିତି କଥା

ଜେରୁଜେଲମ,୨୫।୪: ଗାଜାରେ ହମାସ ଆତଙ୍କବାଦୀଙ୍କ ସହ ଇସ୍ରାଏଲର ଯୁଦ୍ଧ ଜାରି ରହିଛି ଏବଂ ଇରାନ ସହିତ ଯୁଦ୍ଧ ପରି ପରିସ୍ଥିତି ଅଛି। ଏହି ସମୟରେ ବେଞ୍ଜାମିନ...

ଇସାରା ଇସାରାରେ ପାକିସ୍ତାନକୁ ଧମକ ଦେଲା ଆମେରିକା

ଓ୍ବାଶିଂଟନ,୨୪ା୪: ଫେବୃଆରୀ ୮ ସାଧାରଣ ନିର୍ବାଚନ ପରେ ଇରାନର ରାଷ୍ଟ୍ରପତି ସୟଦ ଇବ୍ରାହିମ ରାଇସିଙ୍କ ଇସଲାମାବାଦ ଗସ୍ତ ପ୍ରଥମ ରାଜ୍ୟ ମୁଖ୍ୟଙ୍କ ଦ୍ୱାରା ହୋଇଛି। ତାଙ୍କର...

ପାଶ୍ଚରାଇଜ୍ଡ କ୍ଷୀରରେ ମିଳିଲା ବାର୍ଡ ଫ୍ଲୁ ଜୀବାଣୁର ଅବଶିଷ୍ଟାଂଶ, ପରୀକ୍ଷା ପାଇଁ ପଠାଗଲା ନମୁନା

ଓ୍ବାଶିଂଟନ,୨୪।୪: ଆମେରିକାର ବିଭିନ୍ନ ରାଜ୍ୟରେ ଡେୟରି ଗାଈମାନଙ୍କଠାରେ H5N1 ଷ୍ଟ୍ରେନ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଛି। ଏହା ପ୍ରାୟ ୮ଟି ରାଜ୍ୟରେ ବ୍ୟାପିଛି। ଏହି...

ଆମେରିକାରେ ମୋଦିଙ୍କ ଭଳି ନେତାଙ୍କର ଆବଶ୍ୟକତା ରହିଛି, କିଏ କଲେ ଏମିତି ପ୍ରଶଂସା

ନୂଆଦିଲ୍ଲୀ,୨୪।୪: ସମଗ୍ର ବିଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା କେତେ ବଢୁଛି ତାହା ଆକଳନ କରାଯାଇପାରିବ ଯେ ଲୋକମାନେ ତାଙ୍କ ଭଳି ଜଣେ ନେତା ମଧ୍ୟ...

ଇଣ୍ଡୋନେସିଆରେ ଜ୍ୱାଳାମୁଖି ଦେଖିବା ଚାଇନା ମହିଳାଙ୍କୁ ପଡିଲା ମହଙ୍ଗା

ଜାକର୍ତ୍ତା,୨୪।୪: ଇଣ୍ଡୋନେସିଆର ଆଗ୍ନେୟଗିରି ଦେଖିବା ଚାଇନାର ଜଣେ ମହିଳାଙ୍କ ପାଇଁ ମୃତ୍ୟୁର କାରଣ ପାଲଟିଥିଲା ଯେତେବେଳେ ସେ ଜ୍ୱଳନ୍ତ ଆଗ୍ନେୟଗିରି ନିକଟରେ ଫଟୋ ଉଠାଉଥିଲେ। ଏହି...

ପାକିସ୍ତାନ ମାଟିରୁ ଇସ୍ରାଏଲକୁ ଧମକ ଦେଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ୍‌,୨୪।୪: ପାକିସ୍ତାନ ଗସ୍ତରେ ଆସୁଥିବା ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି ଇସ୍ରାଏଲ ପାଇଁ ଏକ ବଡ଼ ଧମକ ଦେଇଛନ୍ତି। ସେ କହିଛନ୍ତି, ଯଦି ଇସ୍ରାଏଲ କୌଣସି...

ଏସିଆ ବିଶ୍ୱର ସବୁଠାରୁ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ

ଜେନେଭା, ୨୪।୪: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ସାରା ବିଶ୍ୱର ନଜର ରହିଛି। ତେବେ ଗତ କିଛି ବର୍ଷ ଧରି ଏହାର ସର୍ବାଧିକ ପ୍ରଭାବ ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri