୪୦ କୋଟି ଟୁଇଟର ୟୁଜର୍ସଙ୍କ ଡେଟା ଚୋରି

ଜେରୁଜେଲମ, ୨୭।୧୨: ଅନେକ କୋଟି ଲୋକ ମାଇକ୍ରୋବ୍ଲଗିଂ ଆପ୍‌ ଟୁଇଟରକୁ ବ୍ୟବହାର କରୁଛନ୍ତି। ତେବେ ଟୁଇଟର ୟୁଜର୍ସଙ୍କ ଡେଟା କେତେ ସୁରକ୍ଷିତ ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଇସ୍ରାଏଲର ସାଇବର ଇଣ୍ଟେଲିଜେନ୍ସ କମ୍ପାନୀ ହଡସନ୍‌ ରକ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ୪୦ କୋଟି ଟୁଇଟର ୟୁଜର୍ସଙ୍କ ପର୍ସନାଲ୍‌ ଡେଟା ଚୋରି ହୋଇଛି। ଚୋରି କରାଯାଇଥିବା ଡେଟାକୁ ଡାର୍କ ଓ୍ବେବ୍‌ରେ ବିକ୍ରିକରାଯାଉଥିବା ମଧ୍ୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ତେବେ ଡେଟା ଚୋରି କରାଯାଇଥିବା ୟୁଜର୍ସଙ୍କ ମଧ୍ୟରେ ଗୁଗଲ କମ୍ପାନୀ ସିଇଓ ସୁନ୍ଦର ପିଚାଇ ଓ ହିନ୍ଦୀ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ସଲମାନ୍‌ ଖାନ୍‌ଙ୍କ ନାମ ସାମିଲ ଅଛି। କିଛି ମାସ ପୂର୍ବରୁ ପାଖାପାଖି ୫.୪ ନିୟୁତ ଟୁଇଟର ୟୁଜର୍ସଙ୍କ ଡେଟା ଲିକ୍‌ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଆୟର୍ଲାଣ୍ଡର ଡେଟା ପ୍ରୋଟେକ୍ସନ୍‌ କମିଶନର (ଡିପିସି) ଏ ନେଇ ଯାଞ୍ଚ କରିବ।
ଆପ୍ଲିକେଶନ୍‌ ପ୍ରୋଗ୍ରାମିଂ ଇଣ୍ଟରଫେସ୍‌ (ଏପିଆଇ)ର ବ୍ୟବହାର କରି ହ୍ୟାକର୍‌ମାନେ ୟୁଜର୍ସଙ୍କ ପର୍ସନାଲ ଡେଟା ଚୋରି କରୁଥିବା ହଡ୍‌ସନ୍‌ ରକ୍‌ ପକ୍ଷରୁ କୁହାଯାଇଛି। ୟୁଜର୍ସଙ୍କ ଟୁଇଟର ଆକାଉଣ୍ଟ ଡିଟେଲ୍ସ ସାଙ୍ଗକୁ ଫୋନ୍‌ ନମ୍ବର ହ୍ୟାକ୍‌ କରାଯାଇଛି। ଡାର୍କ ସାଇଟ୍‌ରେ ଡେଟା ବିକ୍ରି ଲାଗି ହ୍ୟାକରମାନେ ଅପ୍‌ଲୋଡ୍‌ କରିଥିବା ସ୍କ୍ରିନ୍‌ସର୍ଟର ଫଟୋ ହଡ୍‌ସନ୍‌ ଜାରି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ ଗାଧୋଇବାକୁ, ଖସିଗଲା ଗୋଡ, ଘଟଣାସ୍ଥଳରେ…

ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

ଜନସାଧାରଣଙ୍କ ପାଇଁ ଖରାପ ଖବର: ସାବୁନ ଠାରୁ ତେଲ ପର୍ଯ୍ୟନ୍ତ ସବୁକିଛି ହେବ ମହଙ୍ଗା! ଜାଣନ୍ତୁ କେତେ ବୃଦ୍ଧି ପାଇବ…

ନୂଆଦିଲ୍ଲୀ,୩।୪: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଯୋଗୁ ଆର୍ଥିକ ଚାପ ବୃଦ୍ଧି ପାଇଛି ଏବଂ ମୁଦ୍ରାସ୍ଫୀତି ଏହାର ପ୍ରଭାବ ପକାଇବା ଆରମ୍ଭ…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri