୧୫ ବର୍ଷରେ ଏମିତି ବଦଳିଗଲେ ‘ତାରେ ଜାମିନ ପର’ ଶିଶୁ କଳାକାର, ଜାଣନ୍ତୁ କ’ଣ କରନ୍ତି ଏବେ

ଫିଲ୍ମର କାହାଣୀ ସହିତ କେତେକ କଳାକାର ମଧ୍ୟ ଆମ ହୃଦୟରେ ଏକ ଭିନ୍ନ ସ୍ଥାନ ସୃଷ୍ଟି କରନ୍ତି । ୨୦୦୭ର ମନସ୍ତାତ୍ତ୍ୱିକ ଫିଲ୍ମ ‘ତାରେ ଜାମିନ ପର’ରେ ଖୁବ୍‌ କମ୍‌ କଥା କହିଥିବା ଶିଶୁ କଳାକାର ଇଶାନ ଆଶ୍ୱସ୍ଥି ତାଙ୍କ ଅଭିନୟ ଦକ୍ଷତା ସହିତ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ । ତାଙ୍କର ପ୍ରକୃତ ନାମ ହେଉଛି ଦାର୍ଶେଲ ସଫାରି । ଏହି ଫିଲ୍ମ ଶୁଟିଂ ସମୟରେ ଦାର୍ଶେଲଙ୍କୁ ମାତ୍ର ୧୦ ବର୍ଷ ବୟସ ହୋଇଥିଲା । ଆଜି ତାଙ୍କ ଜନ୍ମ ଦିନ ହୋଇଥିବା ବେଳେ ଦାର୍ଶେଲ ୨୫ ବର୍ଷ ବୟସରେ ପାଦ ଦେଇଛନ୍ତି। ଜନ୍ମଦିନ ଅବସରରେ, ଜାଣିବା ଏହି ୧୫ ବର୍ଷରେ ଦାର୍ଶେଲ କେତେ ପରିବର୍ତ୍ତନ ହୋଇଛନ୍ତି ଏବଂ ସେ ଏବେ କ’ଣ କରୁଛନ୍ତି ।
୧୫ ବର୍ଷ ପରେ, ଦାର୍ଶେଲ ସଫାରିଙ୍କ ଲୁକ୍‌ ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଛି । ଅନେକ ଥର ଦାର୍ଶେଲ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ନିଜର ଫଟୋ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକ ଦେଖି ପ୍ରଶଂସକମାନଙ୍କ ପାଇଁ ଏହା ଚିହ୍ନିବା କଷ୍ଟକର ହୋଇପଡ଼ୁଛି।

‘ତାରେ ଜାମିନ ପର’ରେ ଶିଶୁ ଭୂମିକାରେ ଅଭିନୟ କରିଥିବା ଦାର୍ଶେଲ ସଫାରି ଅନେକ ସିରିଏଲରେ ଅଭିନୟ କରିଛନ୍ତି। ସେ ଉଭୟ ଛୋଟ ଏବଂ ବଡ଼ ପରଦାରେ ନିଜର ଅଭିନୟ ଯାଦୁ ଦେଖାଇଥିଲେ। ଦାର୍ଶେଲ ‘ବମ୍‌ ବମ୍‌ ବୋଲ’, ‘ଜୋକେକୋମନ’ ଏବଂ ‘ମିଡନାଇଟ୍ସ ଚିଲ୍‌ରେନ୍‌’ ଭଳି ଫିଲ୍ମରେ କାମ କରିଛନ୍ତି । ଏହା ସହିତ ସେ ଅନେକ ମ୍ୟୁଜିକ ଭିଡିଓରେ ମଧ୍ୟ ଅଭିନୟ କରିଛନ୍ତି । ପରେ ସେ ଫିଲ୍ମ ଏବଂ ବଲିଉଡରୁ ଅଦୃଶ୍ୟ ହୋଇଯାଇଥିଲେ। ତାଙ୍କୁ ଶେଷରେ ସୁସ୍ମିତା ସେନ୍‌ଙ୍କ ଝିଅ ରେନି ସେନ୍‌ଙ୍କ ବିପକ୍ଷରେ‘ସୂତାବାଜୀ’ରେ ଦେଖିବାକୁ ମିଳିଥିଲା।

Share