ଗାଜାରେ ଘୋଟିବ ଅନ୍ଧାର, ବିଦ୍ୟୁତ ସେବା ହେବ ବନ୍ଦ…

ଇସ୍ରାଏଲ,୧୧।୧୦ : ଗାଜା କର୍ତ୍ତୃପକ୍ଷ ବୁଧବାର ଚେତାବନୀ ଦେଇଛନ୍ତି ପାଲେଷ୍ଟାଇନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ ହମାସ ନିୟନ୍ତ୍ରିତ ଉପକୂଳ ଏନକ୍ଲେଭକୁ ବିଦ୍ୟୁତ ଯୋଗାଣ ସମ୍ପୂର୍ଣ୍ଣ ଭାବେ କିଛି ଘଣ୍ଟା ମଧ୍ୟରେ ବନ୍ଦ ହୋଇଯିବ।

ବୁଧବାର ପୂର୍ବାହ୍ନରେ ଏନକ୍ଲେଭର ହମାସ ନିୟନ୍ତ୍ରିତ ସରକାର ଏକ ବିବୃତ୍ତିରେ କହିଛନ୍ତି ଗାଜାର ସମସ୍ତ ମୌଳିକ ସେବା ବିଦ୍ୟୁତ ଉପରେ ନିର୍ଭର କରେ ଏବଂ ରାଫା ଫାଟକ ଦେଇ ଇନ୍ଧନ ଯୋଗାଣ ଅବରୋଧ ଯୋଗୁ ଜେନେରେଟ ଦ୍ୱାରା ଆବଶ୍ୟକ କାର୍ଯ୍ୟ କରିବା ସମ୍ଭବ ନୁହେଁ।

ମିଳିତ ଜାତିସଂଘ ରିଲିଫ ଆଣ୍ଡ ୱାର୍କସ ଏଜେନ୍ସି (ୟୁଏନଆରଡବ୍ଲୁଏ) ଏହା ମଧ୍ୟ କହିଛି ଗାଜାରେ ଥିବା ଏହାର ୧୪ଟି ଖାଦ୍ୟ ବଣ୍ଟନ କେନ୍ଦ୍ର ବନ୍ଦ କରିବାକୁ ବାଧ୍ୟ ହୋଇଛି, ଯେଉଁ କାରଣରୁ ଅଢ଼େଇ ଲକ୍ଷ ଲୋକଙ୍କୁ ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ ସହାୟତା ଯୋଗାଇବା ବନ୍ଦ ହୋଇ ଯାଇଛି।

୧୪୦ବର୍ଗ ମାଇଲ ଅଞ୍ଚଳରେ ପ୍ରାୟ ୨ ନିୟୁତ ଲୋକ ବାସ କରୁଥିବା ଗାଜା, ହମାସ ଦଖଲରେ ରହିବା ଦିନଠାରୁ ପ୍ରାୟ ୧୭ ବର୍ଷ ଧରି ପୃଥିବୀରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି ବୋଲି ସିଏନଏନ ରିପୋର୍ଟ କରିଛି।

ଏହା ଇସ୍ରାଏଲ ଏବଂ ଇଜିପ୍ଟକୁ ଏହି ଅଞ୍ଚଳ ଉପରେ କଡ଼ା ଅବରୋଧ କରିବାକୁ ପ୍ରେରିତ କରିଛି, ଯାହା ଜାରି ରହିଛି। ଇସ୍ରାଏଲ ଗାଜାର ବାୟୁ ଏବଂ ନୌସେନା ଅବରୋଧ ମଧ୍ୟ ବଜାୟ ରଖିଛି। ଏନକ୍ଲେଭର ଜନସଂଖ୍ୟାର ଅଧାରୁ ଅଧିକ ଦାରିଦ୍ର୍ୟତା ମଧ୍ୟରେ ବାସ କରନ୍ତି। ପ୍ରାୟ ୮୦ ପ୍ରତିଶତ ଲୋକ ମାନବିକ ସହାୟତା ଉପରେ ନିର୍ଭରଶୀଳ।

Share