ବଚ୍ଚନ ପରିବାରର ଡାର୍କ ସିକ୍ରେଟ: ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମହାମାରୀ କରୋନା ସମୟରେ କଳାକାରଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ସମୟରେ ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ଏବଂ ତାଙ୍କ ପରିବାର ସହ ଜଡିତ କିଛି ଡାର୍କ ସିକ୍ରେଟ ମଧ୍ୟ ସୋସିଆଲ ମିଡିଆରେ ଘୁରିବୁଲୁଛି। ଯାହାକୁ ଶୁଣିବା ପରେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ।
ଅମିତାଭ ଏବଂ ପୁରା ବଚ୍ଚନ ପରିବାର ସମସ୍ତଙ୍କର ଅତି ପ୍ରିୟ। ବଚ୍ଚନ ପରିବାରରେ ଯେଉଁ ବଣ୍ଡିଂ ଦେଖିବାକୁ ମିଳିଥାଏ ତାକୁ ସମସ୍ତେ ପସନ୍ଦ କରିଥାନ୍ତି। ହେଲେ ଅନ୍ୟ ପରିବାର ପରି ଏହି ପରିବାରରେ ମଧ୍ୟ ଏକ ଡାର୍କ ସିକ୍ରେଟ ରହିଛି। ମାତ୍ର ବଚ୍ଚନ ପରିବାର ନିଜର ସୋସିଆଲ ଇମେଜକୁ ନେଇ ସବୁବେଳେ ଯତ୍ନବାନ। ତେଣୁ ସେମାନେ ପରିବାର ସହ ଜଡିତ କୌଣସି ବି ନକାରାତ୍ମକ କଥା ସାମ୍ନାକୁ ଆସିବାକୁ ଦେଇ ନ ଥାନ୍ତି।

-ଖୁବ୍‌ କମ୍‌ ଲୋକେ ଜାଣିଥିବେ ଯେ, ବିଗ୍‌ ବିଙ୍କ ଝିଅ ଶ୍ୱେତା ବଚ୍ଚନଙ୍କର ଛାଡପତ୍ର ହୋଇସାରିଛି। ହେଲେ ବଚ୍ଚନ ପରିବାର ଏହାକୁ ଲୁଚାଇ ରଖିଛନ୍ତି।
-ବିଗ୍‌ ବିଙ୍କ ଝିଅ ଶ୍ୱେତାଙ୍କ ବିବାହ ମାତ୍ର ୨୧ ବର୍ଷରୁ ନିଖିଲ ନନ୍ଦାଙ୍କ ସହ ୧୯୯୭ରେ ହୋଇଥିଲା। ତାଙ୍କର ୨ ପିଲା ଝିଅ ନବ୍ୟା ନଭେଲି ନନ୍ଦା ଏବଂ ପୁଅ ଅଗସ୍ତ୍ୟ ନନ୍ଦା ରହିଛନ୍ତି। ଶ୍ୱେତା ଏହି ବିବାହ ଏବଂ ଛାଡପତ୍ର ପାଇଁ ତାଙ୍କ ମା’ ଜୟା ବଚ୍ଚନଙ୍କୁ ଦୋଷୀ ମାନିଥାନ୍ତି।
-ଅମିତାଭଙ୍କୁ ବଲିଉଡ୍‌ର ମହାନାୟକ ବୋଲି କୁହାଯାଏ। ସେ ଅନେକ ସୁପରହିଟ୍‌ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ଏହା ସତ୍ତ୍ୱେ ମଧ୍ୟ ସେ ବି ଗ୍ରେଡ୍‌ ସିନେମାରେ କାମ କରିଛନ୍ତି। ଆର୍ଥିକ ଅବସ୍ଥା ଖରାପ ଯୋଗୁ ସେ ଏପରି କରିଥିବା କୁହାଯାଏ।

-ଶ୍ୱେତାଙ୍କର ଭାଉଜ ଐଶ୍ୱର୍ଯ୍ୟାଙ୍କ ସହ ଭଲ ସମ୍ପର୍କ ନାହିଁ। ଉଭୟ ପରସ୍ପର ସହ କଥା ମଧ୍ୟ ହୁଅନ୍ତି ନାହିଁ। କୁହାଯାଏ ଭାଇ ଅଭିଷେକଙ୍କ ବିବାହ କରିସ୍ମା କପୁରଙ୍କ ସହ କରିବାକୁ ଶ୍ୱେତା ଚାହୁଁଥିଲେ। ଶ୍ୱେତା ଏବଂ କରିସ୍ମା ଭଲ ବନ୍ଧୁ। ତେଣୁ କରିସ୍ମା ତାଙ୍କ ଭାଉଜ ହୁଅନ୍ତୁ ବୋଲି ଶ୍ୱେତା ଚାହୁଁଥିଲେ।

-ଐଶ୍ୱର୍ଯ୍ୟା ବୋହୂ ରୂପରେ ଜୟାଙ୍କର ପ୍ରଥମ ପସନ୍ଦ ନ ଥିଲା। ସେ ଅଭିଷେକଙ୍କ ବିବାହ ରାଣୀ ମୁଖାର୍ଜୀଙ୍କ ସହ କରିବାକୁ ଚାହୁଁଥିଲେ।

-ବିଗ୍‌ ବିଙ୍କ ନାତୁଣୀ ନବ୍ୟା ନନ୍ଦା ନିଜ ବୟଫ୍ରେଣ୍ଡକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଶାହାରୁଖ୍‌ ଖାନ୍‌ଙ୍କ ପୁଅ ଆର୍ଯ୍ୟନଙ୍କ ସହ ତାଙ୍କ ସମ୍ପର୍କକୁ ନେଇ କିଛିଦିନ ତଳେ ଚର୍ଚ୍ଚା ଜୋର୍‌ ଧରିଥିଲ। ସେଦମାନଙ୍କର ଏକ ମେସେଜ୍‌ ମଧ୍ୟ ଲିକ୍‌ ହୋଇଥିଲା।

-ନବ୍ୟାଙ୍କ ନାମ ଜାଭେଦ୍‌ ଜାଫରୀଙ୍କ ପୁଅ ମିଜାନଙ୍କ ସହ ମଧ୍ୟ ଜୋଡାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତରେ ଦେହ ବ୍ୟବସାୟ ଆଇନଗତ ହେବା ଉଚିତ,’ ପୁନମ ପାଣ୍ଡେ କୁହନ୍ତି, ମୋର କାମୁକ ଭିଡିଓ ଗୁଡ଼ିକ ଦେଶ ତଥା ବିଶ୍ୱକୁ…

ମୁମ୍ବାଇ,୬।୯: ପ୍ରସିଦ୍ଧ ମଡେଲ ଏବଂ ଅଭିନେତ୍ରୀ ପୁନମ ପାଣ୍ଡେ ତାଙ୍କ ଡ୍ରେସିଂ ସେନ୍ସ ଏବଂ ବୟାନ ପାଇଁ ପ୍ରାୟତଃ ଶିରୋନାମାରେ ରହିଥାନ୍ତି। ସମ୍ପ୍ରତି, ବେଶ୍ୟାବୃତ୍ତି ବା ଦେହ…

ସୁନିତା-କୋମଲ ବିବାଦ ଉପରେ ନୀରବତା ଭାଙ୍ଗିଛନ୍ତି ଗୋବିନ୍ଦା, ଇସାରାରେ କହିଲେ ଖୁବ ବଡ଼ କଥା

ମୁମ୍ବାଇ,୬।୯: ପତ୍ନୀ ସୁନିତା ଆହୁଜାଙ୍କ ସହ ସମ୍ପର୍କରେ ମତଭେଦ ଏବଂ ଅଭିନେତ୍ରୀ କୋମଲ ରାଣୀଙ୍କ ସହ ତଥା କଥିତ ସମ୍ପର୍କର ଗୁଜବ ସମ୍ପର୍କରେ ଖବର ଆସିବା ପରେ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

କାହିଁକି ସ୍ବୟଂବର କରିଥିଲେ ରାଖୀ ସାୱନ୍ତ? ଖୋଲିଦେଲେ ଅସଲ କାରଣ, କହିଲେ-ବିବାହ ପାଇଁ ନୁହେଁ ବରଂ…

ମୁମ୍ବାଇ: ବଲିଉଡର ‘ଡ୍ରାମା କ୍ୱିନ’ ଭାବେ ପରିଚିତ ରାଖୀ ସାୱନ୍ତ ପୁଣିଥରେ ଚର୍ଚ୍ଚାରେ। ୨୦୦୯ରେ ତାଙ୍କ ସ୍ବୟଂବର ରିଆଲିଟି ଶୋ’ ଟେଲିଭିଜନରେ ଖୁବ ଚର୍ଚ୍ଚିତ ହୋଇଥିଲା। ସେତେବେଳେ…

ତୁମ ପରି କେହି ନାହିଁ…ଇମୋଶନାଲ ହେଲେ ଅକ୍ଷୟ କୁମାର

ପ୍ରବୀଣ ହାସ୍ୟ ଅଭିନେତା ଏବଂ ଅଭିନେତା ଅସରାନି ଆଉ ନାହାନ୍ତି ସେ ତାଙ୍କ ଚଳଚ୍ଚିତ୍ର ଏବଂ ଚମତ୍କାର ଅଭିନୟ ମାଧ୍ୟମରେ ସର୍ବଦା ଦର୍ଶକଙ୍କ ହୃଦୟରେ ଜୀବିତ ରହିବେ।…

ବଲିଉଡ୍‌ରେ ଆଉ ଜଣେ ଷ୍ଟାର୍ କିଡ୍‌ଙ୍କ ଏଣ୍ଟ୍ରି! ମଲାଇକା-ଅରବାଜଙ୍କ ପୁଅ ଅରହାନ କରିବେ ଡେବ୍ୟୁ…

ମୁମ୍ବାଇ: ଦୀର୍ଘଦିନରୁ ଚାଲିଥିବା ଚର୍ଚ୍ଚାରେ ଲାଗିଲା ବିରାମ। ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ଏବଂ ଅରବାଜ ଖାନଙ୍କ ପୁଅ ଅରହାନ ଖାନ ବଲିଉଡ ଡେବ୍ୟୁ କରିବା ସ୍ପଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri