ଦଶହରା ପାଇଁ ଦାରିଙ୍ଗବାଡ଼ି-ସିମନବାଡ଼ି ଉତ୍ସବମୁଖର, ଆରମ୍ଭ ହେଲା ମା’ଙ୍କ ଅଷ୍ଟମୀ ପୂଜା

ଦାରିଙ୍ଗବାଡ଼ି,୧୦ା୧୦(ଅରୁଣ ସାହୁ): ଆସିଲା ପାର୍ବଣ ଋତୁ। ଏବେ ଚାରିଆଡ଼େ ଶାରଦୀୟ ପୂଜା ପାଇଁ ଉତ୍ସବମୁଖର ହୋଇପଡ଼ିଥିବା ବେଳେ ଏଥିରୁ ବାଦ୍‌ ପଡ଼ିନାହିଁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳ। ଘରେ ଘରେ ଏଥିପାଇଁ ଉତ୍ସାହ ଦେଖାଯାଇଛି। ଦାରିଙ୍ଗବାଡ଼ି ଚାରିଛକଠାରେ ସପ୍ତମୀଠାରୁ ଏହି ପୂଜା ଆରମ୍ଭ ହୋଇଥିବା ବେଳେ ସିମନବାଡ଼ିଠାରେ ଗୁରୁବାର ଅଷ୍ଟମୀ ପୂଜା ଆରମ୍ଭ ହୋଇଛି। ଦାରିଙ୍ଗବାଡ଼ିଠାରେ ବୁଧବାର ଅପରାହ୍ନରେ ବିରାଟ ପଟୁଆରରେ ଶିବମନ୍ଦିର ପୋଖରୀକୁ ଯାଇ ସେଠାରୁ ଇନ୍ଦ୍ରଦେବତା ବରଣ କରାଯାଇ କଳସରେ ଜଳ ଉଠାଯାଇଥିଲା। ପରେ ଗ୍ରାମ ଦେବାତା ମା’ପଟ୍ଟାଖଣ୍ଡାଙ୍କ ଅଜ୍ଞାମାଳ ନେଇ ଅସ୍ଥାୟୀ ଦୁର୍ଗା ମଣ୍ଡପଠାରେ ପହଞ୍ଚିଥିଲେ। ସେଠାରେ ମା’ଦୁର୍ଗାଙ୍କ ମୃଣାୟମୂର୍ତ୍ତିକୁ ଜୀବନ୍ୟାସ ଦିଆଯାଇଥିଲା। ସେହିପରି ଅଷ୍ଟମୀ ତିଥିରେ ମା’ଙ୍କ ହୋମଯଜ୍ଞ ସହ ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଥିଲା। ଦାରିଙ୍ଗବାଡ଼ିରେ ମୁଖ୍ୟ ପୂଜକ ବୁଲୁ ତ୍ରିପାଠୀ ଏବଂ ଚନ୍ଦନ ତ୍ରିପାଠୀ ପୂଜାର୍ଚ୍ଚନା ସମ୍ପାଦନା କରୁଥିବା ବେଳେ ଶୁକ୍ରବାର ଶନିବାର ଓ ରବିବାର ନବମୀ, ଦଶମୀ ପୂଜା କରାଯିବ ବୋଲି ମୁଖ୍ୟ ପୁରୋହିତ ବୁଲୁ ତ୍ରିପାଠୀ କହିଛନ୍ତି।
ସେହିପରି ସିମନବାଡ଼ିଠାରେ ମଧ୍ୟ ଭାଇଚାରାରେ ଏହି ଯାତ୍ରା ଦୀର୍ଘବର୍ଷ ହେଲା ପାଳନ କରାଯାଉଛି। ବିଭିନ୍ନ ଜାତି, ଧର୍ମର ଲୋକ ଏହି ପର୍ବରେ ସାମିଲ ହୋଇ ପ୍ରତିବର୍ଷ ପାଳନ କରୁଛନ୍ତି। ଚଳିତ ବର୍ଷ ମଧ୍ୟ ଜଣେ ଖ୍ରୀଷ୍ଟିୟାନ ସମ୍ପ୍ରଦାୟ ତଥା ସିଏନ୍‌ଆଇ ଚର୍ଚ୍ଚର ସଦସ୍ୟ ସାଧୁ ନାୟକଙ୍କ ନେତୃତ୍ୱରେ ସିମନବାଡ଼ିଠାରେ ଏହି ପର୍ବ ବଡ଼ ଧୂମଧାମ୍‌ରେ ପାଳନ କରାଯାଉଥିବା ଜଣାପଡ଼ିଛି। ଗୁରୁବାର ଗ୍ରାମଦେବତୀ ମା’ ପଟ୍ଟାଖଣ୍ଡାଙ୍କ ନିକଟକୁ ବିରାଟ ପଟୁଆରରେ ଯାଇ ଆଜ୍ଞାମାଳ ଆଣିବା ସହ ନିକଟସ୍ଥ ନଦୀରୁ କଳସରେ ଜଳ ଉଠାଯାଇ ଅସ୍ଥାୟୀ ମଣ୍ଡପକୁ ଅଣାଯାଇଥିଲା। ସେଠାରେ ଜୀବନ୍ୟାସ ସହ ରୀତିନୀତିରେ ପୂଜାର୍ଚ୍ଚନା କରାଯିବ ବୋଲି ମୁଖ୍ୟ ପୁରୋହିତ ସନ୍ତୋଷ କୁମାର ମିଶ୍ର କହିଛନ୍ତି। ରବିବାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କମିଟିର ସାଧୁ ନାୟକଙ୍କ ସମେତ ସରୋଜ ସାହୁ କହିଛନ୍ତି। କାର୍ଯ୍ୟକ୍ରମକୁ ଅନ୍ୟମାନଙ୍କ ମଧ୍ୟରେ ବିନୋଦ ସାହୁ, ଚିତ୍ତରଞ୍ଜନ ସାହୁ, ଚିତ୍ତରଞ୍ଜନ ପ୍ରଧାନ, ବାଥଲାମ ନାୟକ ପ୍ରମୁଖ ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବେଡ୍‌ରୁମ୍‌ରେ କେବେବି କରିବେନି ଏଭଳି ଭୁଲ୍ : ନହେଲେ

ସ୍ତ୍ରୀସ୍ବାମୀଙ୍କ ସମ୍ପର୍କ ସବୁଠୁ ମଧୁର ଓ ସବୁଠୁ ସୁନ୍ଦର। ଏହି ସମ୍ପର୍କକୁ ଦୀର୍ଘସ୍ଥାୟୀ ଓ ନିବିଡ଼ କରାଇବା ଦିଗରେ ସେମାନଙ୍କ ବେଡ୍‌ରୁମ୍‌ର ବି ଯଥେଷ୍ଟ ଭୂମିକା ରହିଥାଏ…

‘ଭାରତ-ମାଲେସିଆ ସହଭାଗୀତା ଐତିହାସିକ’, ଦ୍ୱିପାକ୍ଷିକ ଆଲୋଚନା ସମୟରେ କହିଲେ ପ୍ରଧାନମନ୍ତ୍ରୀ ମୋଦି

କୁଆଲାଲମ୍ପୁର,୮।୨: ରବିବାର ମାଲେସିଆର ପ୍ରଶାସନିକ ରାଜଧାନୀ ପୁତ୍ରଜାୟାରେ ଥିବା ପର୍ଦାନା ପୁତ୍ରଜାୟା ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆନୁଷ୍ଠାନିକ ଭାବରେ ସ୍ବାଗତ କରାଯାଇଥିଲା ଏବଂ ଗାର୍ଡ ଅଫ…

ଭାଲେଣ୍ଟାଇନ୍ସ ଡେ’ରେ ସାଥୀଙ୍କୁ ଦେବାକୁ ଭୁଲନ୍ତୁନି ଏସବୁ , ନହଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ ଭାଲେଣ୍ଟାଇନ୍ସ ଡେ’ରେ ଏମିତି କିଛି ଉପହାର ସାଥୀକୁ ଦିଅନ୍ତୁ; ଯାହା ତାଙ୍କୁ ଖୁସି ଦେବା ସହ ତାଙ୍କ ଜୀବନରେ ସୁଖ, ସମୃଦ୍ଧି ବି ଆଣିଦେଉଥିବ……

ବଡ଼ ଧରଣର ଛଟେଇ ପରେ ଇସ୍ତଫା ଦେଲେ ୱାଶିଂଟନ ପୋଷ୍ଟର ସିଇଓ ୱିଲ ଲୁଇସ

ୱାଶିଂଟନ,୮।୨: ପ୍ରତିଷ୍ଠିତ ୱାଶିଂଟନ ପୋଷ୍ଟର ପ୍ରକାଶକ ଏବଂ ସିଇଓ ୱିଲ ଲୁଇସ ଇସ୍ତଫା ଦେଇଛନ୍ତି। ବହୁ ସଂଖ୍ୟାରେ କର୍ମଚାରୀ ଛଟେଇ ମଧ୍ୟରେ ଏହି ନିଷ୍ପତ୍ତି ଆସିଛି। ଲୁଇସ…

ଭାଲେଣ୍ଟାଇନ ସପ୍ତାହ, ୪ ରାଶିର ବ୍ୟକ୍ତିଙ୍କ ଜୀବନରେ ପ୍ରେମ…

ଭାଲେଣ୍ଟାଇନ୍ସ ସପ୍ତାହ ଫେବୃଆରୀ ୭ ତାରିଖରୁ ଆରମ୍ଭ ହୋଇଛି ଏବଂ ଫେବୃଆରୀ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଭାଲେଣ୍ଟାଇନ୍ସ ସପ୍ତାହ ପ୍ରେମୀ, ବିବାହିତ ଦମ୍ପତି ଏବଂ ଅବିବାହିତମାନଙ୍କ…

ଭୀମ ଭୋଇ ସାମର୍ଥ୍ୟ ଶିବିରରେ ଅଧିକାରୀଙ୍କ ଦାଦାଗିରି: ସେବା ଅପେକ୍ଷା ‘ଫଟୋ ସୋ’ ଅଧିକ 

ଥୁଆମୂଳରାମପୁର,୭ା୨(ଦୁର୍ଗା କୀର୍ତ୍ତି): କଳାହାଣଣ୍ଡି ଜିଲା ଥୁଆମୂଳରାମପୁର ବ୍ଲକ ଗୋପୀନାଥପୁର ପଞ୍ଚାୟତର ଫଟକି ମହୁଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶନିବାର ଅନୁଷ୍ଠିତ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ…

‘ଭାରତ ହେଉଛି ବିଶ୍ୱାସର ସବୁଠାରୁ ଶକ୍ତିଶାଳୀ ମୁଦ୍ରା’, ପ୍ରଧାନମନ୍ତ୍ରୀ ମୋଦି

କୁଆଲାଲମ୍ପୁର,୮।୨: ଦୁଇ ଦିନିଆ ମାଲେସିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ବିକାଶ ପାଇଁ ଏକ ନିର୍ଭରଯୋଗ୍ୟ ଅଂଶୀଦାର ଭାବରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି…

USA ବିପକ୍ଷରେ ବିଜୟ ପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବଡ଼ ଖୁଲାସା, ୱାଶିଂଟନ୍ ସୁନ୍ଦର…..

ଟିମ୍ ଇଣ୍ଡିଆ ICC ଟି୨୦ ବିଶ୍ୱକପରେ ବିଜୟ ସହିତ ଅଭିଯାନ ଆରମ୍ଭ କରିଛି। ଭାରତୀୟ ଦଳ ତା’ର ପ୍ରଥମ ମ୍ୟାଚରେ ଆମେରିକା ଦଳକୁ ପରାସ୍ତ କରିଥିଲା। ଟିମ୍ ଇଣ୍ଡିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri