ଦାରିଙ୍ଗବାଡିରେ କମୁଛି ପର୍ଯ୍ୟଟକଙ୍କ ସଂଖ୍ୟା: ପ୍ରଶାସନିକସ୍ତରରେ ବଢୁଛି ଚିନ୍ତା

ଦାରିଙ୍ଗବାଡି, ୨୯।୧୧(ଅରୁଣ ସାହୁ)-ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ବ୍ଲକ ଅଞ୍ଚଳକୁ ପର୍ଯ୍ୟଟକ ଆସୁଛନ୍ତି ହେଲେ ଯେଉଁ ସଂଖ୍ୟାରେ ପର୍ଯ୍ୟଟକ ଆସିବା କଥା ସେହି ସଂଖ୍ୟକ ପର୍ଯ୍ୟଟକଙ୍କ ଆଗମନ ହେଉନାହିଁ। ଏହାର ମୁଖ୍ୟ କାରଣ ଶୀତର ଲୁଚକାଳି ସହ ପର୍ଯ୍ୟଟକ ଦାରିଙ୍ଗବାଡି ଭଳି ଅନ୍ୟ ପର୍ଯ୍ୟଟନ ସ୍ଥାନକୁ ଅଧିକ ଭ୍ରମଣ କରୁଛନ୍ତି। ସେହିପରି ପୂର୍ବରୁ ପର୍ଯ୍ୟଟକ ଦାରିଙ୍ଗବାଡିରେ ରାତ୍ରିଯାପନ କରିବାକୁ ପସନ୍ଦ କରୁଥିବାବେଳେ ଏବେ ପର୍ଯ୍ୟଟକ ଗୋପାଳପୁର ସମୁଦ୍ର କୂଳରେ ରାତ୍ରିଯାପନ କରି ସକାଳ ସମୟରେ ଦାରିଙ୍ଗବାଡି ବୁଲିବାକୁ ଆସି ଫେରିଯାଉଛନ୍ତି, ଯାହାକି ଅଞ୍ଚଳରେ ହୋଟେଲ, ଲଜ୍‌ ମାଲିକ ମାନଙ୍କୁ ଚିନ୍ତା ବଢାଇଛି ସେହିପରି ପ୍ରଶାସନ ପାଇଁ ମଧ୍ୟ ଚିନ୍ତା ବଢିଛି।

ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ସାଂଜାସରୁ ଡେଭଲପମେଣ୍ଟ ଟ୍ରଷ୍ଟ ରହିଛି। ତାର ଅଧ୍ୟକ୍ଷ ଭାବେ ବାଲିଗୁଡା ଉପଜିଲାପାଳ ରୀନା ପ୍ରଧାନ ରହିଛନ୍ତି। ପର୍ଯ୍ୟଟକଙ୍କ ପାଦଶବ୍ଦ ଦାରିଙ୍ଗବାଡିରେ କମିବା ରିପୋର୍ଟକୁ ସେ ଚିନ୍ତାଜନକ ଭାବେ ଗ୍ରହଣ କରିବା ସହ କିଭଳି ପର୍ଯ୍ୟଟକ ଦାରିଙ୍ଗବାଡି ବୁଲିବାକୁ ଆସିବେ ସେ ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି। ଜଣେ ହୋଟେଲ ମାଲିକ ଜିତେନ୍ଦ୍ର ସାହୁ କହିଛନ୍ତି, ପ୍ରତିବର୍ଷ ୧୦ ପ୍ରତିଶତ ଲେଖାଏ ପର୍ଯ୍ୟଟକଙ୍କ ସଂଖ୍ୟା କମି କମି ଯାଉଛି। ଡିସେମ୍ବର ଶୀତ ଛୁଟି ଓ ନୂଆ ବର୍ଷ ପାଇଁ ହାତ ଗଣତି କିଛି ଦିନ ହୋଟେଲ ଲଜ ଗୁଡିକ ବୁକିଂ ହୋଇଛି। ପୂର୍ବ ଦିନଗୁଡିକ ଅପେକ୍ଷା ଏବେ ବହୁତ କମ ବୁକିଂ ରହୁଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri