ଦାରିଙ୍ଗବାଡି, ୧୧।୧୨ (ଅରୁଣ ସାହୁ ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟରେ ଆଇଏମଡି ପକ୍ଷରୁ ରହିଥିବା ତାପମାପକ ଯନ୍ତ୍ର ତ୍ରୁଟି ରହିଥିବା ଗୋଟିଏ ପ୍ରକାର ସ୍ପଷ୍ଟ ହୋଇଥିବା ଆଲୋଚନା ହୋଇଛି । ଏହି ଆଲୋଚନା ଗୁରୁବାର ଭୋର ସମୟରେ ଦାରିଙ୍ଗବାଡିର ବିଭିନ୍ନ ସ୍ଥାନରେ ତୁଷାରପାତ ହେବା ପରେ ଲୋକଙ୍କ ଭିତରେ ଆଲୋଚନା ଜୋର ଧରିଛି । କନ୍ଧମାଳ ଜିଲାର ଦାରିଙ୍ଗବାଡିରେ ଅଧିକା ଥଣ୍ଡା ଅନୁଭୁତ ହେଉଥିବା ବେଳେ ଜିଲାର ଅନ୍ୟ ସ୍ଥାନ ଗୁଡିକରେ ଦାରିଙ୍ଗବାଡି ଠାରୁ ୨ ରୁ ୩ ଡିଗ୍ରୀ କମ୍ ତାପମାତ୍ରା ରହୁଥିବା ରେକର୍ଡ ସଂଗ୍ରହ ହେଉଛି । କିନ୍ତୁ ଦାରିଙ୍ଗବାଡିରେ ଅଧିକା ଶୀତକୁ ଅନୁଭବ କରିବାକୁ ଆସୁଥିବା ପର୍ଯ୍ୟଟକ ଦାରିଙ୍ଗବାଡିରେ ହିଁ ଅଧିକା ଜାଡ଼ ରହୁଥିବା କହୁଥିଲେ । ଏନେଇ ଆଇଏମଡି ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ଦୀର୍ଘ ଏକ ଦଶନ୍ଧିରୁ ଉର୍ଦ୍ଧ ସମୟ ହେଲା ତାପମାପକ ଯନ୍ତ୍ର ସ୍ଥାପନ କରାଯାଇଥିବା ବେଳେ ଗତ କିଛି ବର୍ଷ ହେଲା ସେହି ତାପମାପକ ଯନ୍ତ୍ର ରେ ଭୁଲ ତଥ୍ୟ ପ୍ରକାଶ ପାଉଥିବା ଅଭିଯୋଗ ହୋଇଆସୁଥିଲା ଗତ ନଭେମ୍ବର ୧୦ ରେ କନ୍ଧମାଳ ଜିଲାପାଳ ବେଦଭୂଷଣଙ୍କ ନିକଟରେ ଦାରିଙ୍ଗବାଡିର ସ୍ଥାନୀୟ ବାସିନ୍ଦା, ଗଣମାଧ୍ୟମ ପକ୍ଷରୁ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ସେ ଏନେଇ ଆଇଏମଡିକୁ ଜଣାଇବି ଓ ପଦକ୍ଷେପ ନେବେ ବୋଲି ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତିି ଦେଇଥିଲେ ସୁଦ୍ଧା ଗୋଟିଏ ମାସ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ସ୍ଥାନୀୟ ଲୋକ ଓ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ତାପମାତ୍ରା ୩ ଡିଗ୍ରୀ ତଳେ ରହିଥିବା ସନ୍ଦେହ ବଢିଛି କାରଣ ଅଞ୍ଚଳରେ ସ୍ଥାନେ ସ୍ଥାନେ ଖୋଲାପଡ଼ିଆ, ଚାଷ ଜମିରେ ଏହି ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି କଫି ବଗିଚା, କଲେଜ ପଡିଆ ନିକଟରେ ଅଧିକା ତୁଷାରପାତ ହୋଇଥିବା ଜଣାପଡିଛି ।


