ସନ୍ଦେହ ଘେରରେ ଦାରିଙ୍ଗବାଡି ତାପମାପକ ଯନ୍ତ୍ର: ଜିଲାପାଳଙ୍କ ନିକଟରେ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଶୂନ

ଦାରିଙ୍ଗବାଡି, ୧୧।୧୨ (ଅରୁଣ ସାହୁ ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟରେ ଆଇଏମଡି ପକ୍ଷରୁ ରହିଥିବା ତାପମାପକ ଯନ୍ତ୍ର ତ୍ରୁଟି ରହିଥିବା ଗୋଟିଏ ପ୍ରକାର ସ୍ପଷ୍ଟ ହୋଇଥିବା ଆଲୋଚନା ହୋଇଛି । ଏହି ଆଲୋଚନା ଗୁରୁବାର ଭୋର ସମୟରେ ଦାରିଙ୍ଗବାଡିର ବିଭିନ୍ନ ସ୍ଥାନରେ ତୁଷାରପାତ ହେବା ପରେ ଲୋକଙ୍କ ଭିତରେ ଆଲୋଚନା ଜୋର ଧରିଛି । କନ୍ଧମାଳ ଜିଲାର ଦାରିଙ୍ଗବାଡିରେ ଅଧିକା ଥଣ୍ଡା ଅନୁଭୁତ ହେଉଥିବା ବେଳେ ଜିଲାର ଅନ୍ୟ ସ୍ଥାନ ଗୁଡିକରେ ଦାରିଙ୍ଗବାଡି ଠାରୁ ୨ ରୁ ୩ ଡିଗ୍ରୀ କମ୍‌ ତାପମାତ୍ରା ରହୁଥିବା ରେକର୍ଡ ସଂଗ୍ରହ ହେଉଛି । କିନ୍ତୁ ଦାରିଙ୍ଗବାଡିରେ ଅଧିକା ଶୀତକୁ ଅନୁଭବ କରିବାକୁ ଆସୁଥିବା ପର୍ଯ୍ୟଟକ ଦାରିଙ୍ଗବାଡିରେ ହିଁ ଅଧିକା ଜାଡ଼ ରହୁଥିବା କହୁଥିଲେ । ଏନେଇ ଆଇଏମଡି ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ଦୀର୍ଘ ଏକ ଦଶନ୍ଧିରୁ ଉର୍ଦ୍ଧ ସମୟ ହେଲା ତାପମାପକ ଯନ୍ତ୍ର ସ୍ଥାପନ କରାଯାଇଥିବା ବେଳେ ଗତ କିଛି ବର୍ଷ ହେଲା ସେହି ତାପମାପକ ଯନ୍ତ୍ର ରେ ଭୁଲ ତଥ୍ୟ ପ୍ରକାଶ ପାଉଥିବା ଅଭିଯୋଗ ହୋଇଆସୁଥିଲା ଗତ ନଭେମ୍ବର ୧୦ ରେ କନ୍ଧମାଳ ଜିଲାପାଳ ବେଦଭୂଷଣଙ୍କ ନିକଟରେ ଦାରିଙ୍ଗବାଡିର ସ୍ଥାନୀୟ ବାସିନ୍ଦା, ଗଣମାଧ୍ୟମ ପକ୍ଷରୁ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ସେ ଏନେଇ ଆଇଏମଡିକୁ ଜଣାଇବି ଓ ପଦକ୍ଷେପ ନେବେ ବୋଲି ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତିି ଦେଇଥିଲେ ସୁଦ୍ଧା ଗୋଟିଏ ମାସ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ସ୍ଥାନୀୟ ଲୋକ ଓ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ତାପମାତ୍ରା ୩ ଡିଗ୍ରୀ ତଳେ ରହିଥିବା ସନ୍ଦେହ ବଢିଛି କାରଣ ଅଞ୍ଚଳରେ ସ୍ଥାନେ ସ୍ଥାନେ ଖୋଲାପଡ଼ିଆ, ଚାଷ ଜମିରେ ଏହି ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି କଫି ବଗିଚା, କଲେଜ ପଡିଆ ନିକଟରେ ଅଧିକା ତୁଷାରପାତ ହୋଇଥିବା ଜଣାପଡିଛି ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ହଷ୍ଟେଲରେ ଆଖିବୁଜିଲେ ଛାତ୍ରୀ: ସାଂଘାତିକ ଅଭିଯୋଗ ଆଣିଲେ ପରିବାର

ରାୟଗଡା,୩/୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ଜିଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଅମ୍ବାଦଳା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ହଷ୍ଟେଲରେ ରହି ପାଠ ପଢୁଥିବା ଜଣେ ଛାତ୍ରୀଙ୍କ ମୃତ୍ୟୁ…

ରାଜ୍ୟସଭା ନିର୍ବାଚନ: ବୈଠକକୁ କାହିଁକି ଆସିଲେନି କଂଗ୍ରେସର ୨ ବିଧାୟକ, କହିଲେ…

ଭୁବନେଶ୍ୱର,୩।୩: କାହିଁକି ବିଧାୟକ ବୈଠକରେ ପହଞ୍ଚି ପାରିଲେନି ସାନଖେମୁଣ୍ଡି ବିଧାୟକ ରମେଶ ଜେନା କହିଲେ କାରଣ । ସେ କହିଛନ୍ତି, ପୂର୍ବ ସ୍ଥିରୀକୃତ କାର୍ଯ୍ୟ ପାଇଁ ବିଳମ୍ବ…

ଛେଳି ଚୋରିକୁ ନେଇ କଙ୍ଗାରୁ କୋର୍ଟ: ନବମ ଶ୍ରେଣୀ ଛାତ୍ରଙ୍କ ଗଲା ଜୀବନ, ୧୨ ଗ୍ରାମବାସୀ ଗିରଫ

ବାରିପଦା,୩।୩ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ଛେଳି ଚୋରକୁ ନେଇ କଙ୍ଗାରୁ କୋର୍ଟ। ଘଟଣାକୁ ନେଇ ଦୁଇ ଜଣଙ୍କୁ ନିସ୍ତୁକ ମାଡ଼ ପରେ ଜଣଙ୍କ ମୃତ୍ୟୁ ଘଟିଛି। ଏଭଳି…

ରୁଷିଆ ଏବେବି ଭାରତର ସବୁଠାରୁ ବଡ଼ ତେଲ ସପ୍ଲାୟର! ଦେଖନ୍ତୁ ସଂଖ୍ୟା

ନୂଆଦିଲ୍ଲୀ,୩।୩: ଯେତେ ଦାବି କରାଯାଉ ଏବଂ ଯେତେ ପ୍ରତିବନ୍ଧକର ଧମକ ଦିଆଯାଉ, ଭାରତ ଏବଂ ରୁଷିଆ ମଧ୍ୟରେ ବନ୍ଧୁତା ଭାଙ୍ଗିପାରିବ ନାହିଁ। ଉଭୟ ଦେଶ ପରସ୍ପର ସହିତ…

ଟ୍ରମ୍ପ ନା ନେତାନ୍ୟାହୁ, କାହାପାଇଁ ହେଲା ଯୁଦ୍ଧ, ଜାଣନ୍ତୁ କ’ଣ କହୁଛନ୍ତି ଆମେରିକା-ଇସ୍ରାଏଲ

ଓ୍ବାଶିଂଟନ,୩।୩: ଇସ୍ରାଏଲ ଏବଂ ଆମେରିକା ଇରାନ ଉପରେ ଆକ୍ରମଣ ଜାରି ରଖିଛନ୍ତି। ମଙ୍ଗଳବାର ଆକ୍ରମଣର ଚତୁର୍ଥ ଦିନ। ଇସ୍ରାଏଲ ଏବଂ ଇରାନ ଶନିବାର ମିଳିତ ଭାବରେ ଇରାନ…

ସେଦିନ କଳା ରାତିରେ କ’ଣ ଘଟିଥିଲା, ସାମ୍ନାକୁ ଆସି ଚାଞ୍ଚଲ୍ୟକର ବୟାନ ଦେଲେ ରାହୁଲଙ୍କ ସାଙ୍ଗ ଶିବା

ଭୁବନେଶ୍ୱର,୩।୩: ଜିଜିପି କଲୋନୀ ରାହୁଲ ମହାରଣାଙ୍କ ହତ୍ୟା ଘଟଣାରେ ସାମ୍ନାକୁ ଆସିଲେ ସାଙ୍ଗ ଶିବା। କଳା ରାତିର କଳା କାହାଣୀ କହିଲା ବେଳେ ପୁଣି ତଦନ୍ତକୁ ନେଇ…

ଭାଜପାର ମିଶ୍ରଣ ପର୍ବ କଂଗ୍ରେସ, ବିଜେଡିର ୩ ଶହରୁ ଊର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତା ସାମିଲ

ଭବାନୀପାଟଣା,୨ା୩(ଉତ୍ତମ କୁମାର ଦାଶ:) କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ହଲଠାରେ ଭାଜପାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଜିଲା ସଭାପତି ଯୁଗଳ କିଶୋର ପୋଡ଼ଙ୍କ ନେତୃତ୍ୱରେ ଅନୁଷ୍ଠିତ…

ବିବାହ ପରେ ସମସ୍ତଙ୍କ ହୃଦୟ ଜିତୁଛନ୍ତି ବିଜୟ-ରଶ୍ମିକା, ଏବେ ୪୪ଟି ସରକାରୀ ସ୍କୁଲ ପାଇଁ କଲେ ବଡ଼ ଘୋଷଣା

ମୁମ୍ବାଇ,୩।୩: ନବବିବାହିତ ଦମ୍ପତି ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ବର୍ତ୍ତମାନ ସେମାନଙ୍କ ବିବାହ ପାଇଁ ଖବରରେ ଅଛନ୍ତି। ସେମାନଙ୍କ ବିବାହ ଉତ୍ସବ ମଧ୍ୟରେ, ଏହି ଦମ୍ପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri