ଦାରିଙ୍ଗବାଡି,୧୫।୯(ଅରୁଣ ସାହୁ): ପାର୍ବଣ ଋତୁ ପାଇଁ ବଜାର ଚଳ ଚଞ୍ଚଳ ରହିଛି । ବଜାର ଛକରେ ଏକାଧିକ ଗଣେଶ ମେଢ଼ ରହିଥିବା ବେଳେ ଭିଡ଼ ଲାଗି ରହିଛି । ଏହାକୁ ଦୃଷ୍ଟିରେ ରଖି ଦାରିଙ୍ଗବାଡି ଆଇଆଇସି ସଂଗ୍ରାମ କେଶରୀ ଜେନାଙ୍କ ନେତୃତ୍ୱରେ ସଦଳବକ ଦାରିଙ୍ଗବାଡିରେ ପାଟ୍ରୋଲିଂ ବ୍ୟବସ୍ଥା ଜୋରଦାର କରାଯାଇଛି । ବେଆଇନ ପାର୍କିଂକୁ ହଟାଇବା ସହ ଅମାନିଆ ଗାଡି ଚାଳକଙ୍କୁ ପୋଲିସ ଧରି ଥାନାକୁ ନେଇଛି ।
ଖବର ଲେଖିବା ସୁଦ୍ଧା ୮ ଟି ବାଇକକୁ ପୋଲିସ ଜବତ କରିଥିବା ଓ ଏହି ପ୍ରକ୍ରିୟା ଜାରି ରହିଥିବା ଆଇଆଇସି କହିଛନ୍ତି । ଦ୍ରୁତ ଗତିରେ ବାଇକ ଚଲାଇବା,ଟ୍ରାଫିକ ନିୟମ ଉଲଂଘନ,ନମ୍ବର ପ୍ଲେଟ ଓ ସାଇଳାନ୍ସର ମୋଡିଫିକେସନ ସହ ହେଲମେଟ ବ୍ୟବହାର ନକରିବା ଓ ଇନସୁରାନ୍ସ, ପଲ୍ୟୁସନ ନଥିବା ବାଇକକୁ ପୋଲିସ ଜବତ କରିଥିବା ଜଣାପଡିଛି ।